Breaking News

୧୫୦୦୦ ପାହୁଣ୍ଡ ଚାଲନ୍ତୁ, ଘଣ୍ଟା ଉପହାର ପାଆନ୍ତୁ

ଭାଭାରତୀୟ ସ୍ବାସ୍ଥ୍ୟ ବୀମା କମ୍ପାନି ‘ଏଚ୍‌ଡିଏଫ୍‌ସି ଇର୍ଗୋ’ ସହ ଅନ୍ୟତମ ବୀମା କମ୍ପାନି ‘ଜୋପର୍‌’ର ସହଭାଗିତାରେ ‘ଇଣ୍ଡିଆ ଗେଟ୍‌ସ ମୁଭିଂ’ ନାମରେ ଏକ ଅଭିନବ ବୀମା ଯୋଜନା ଆରମ୍ଭ ହୋଇଛି।

ଭାଭାରତୀୟ ସ୍ବାସ୍ଥ୍ୟ ବୀମା କମ୍ପାନି ‘ଏଚ୍‌ଡିଏଫ୍‌ସି ଇର୍ଗୋ’ ସହ ଅନ୍ୟତମ ବୀମା କମ୍ପାନି ‘ଜୋପର୍‌’ର ସହଭାଗିତାରେ ‘ଇଣ୍ଡିଆ ଗେଟ୍‌ସ ମୁଭିଂ’ ନାମରେ ଏକ ଅଭିନବ ବୀମା ଯୋଜନା ଆରମ୍ଭ ହୋଇଛି। ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସୁସ୍ଥତାକୁ ପ୍ରୋତ୍ସାହନ କରୁଥିବା ଏହି ଯୋଜନାରେ ଜଣେ ଉପଭୋକ୍ତା (ପ୍ରତିଯୋଗୀ)ଙ୍କୁ ବର୍ଷସାରା ଦୈନିକ ୧୫ ହଜାର ପାହୁଣ୍ଡ ଚାଲିବା ପାଇଁ ଲକ୍ଷ୍ୟ ଦିଆଯାଇଛି। ଏହାକୁ ସଫଳତାର ସହ ସଂପୂର୍ଣ୍ଣ  କରିଥିବା ଉପଭୋକ୍ତାଙ୍କୁ ଆପଲ୍ ନିର୍ମିତ ଆପଲ୍‌ ଵାଚ୍ ଅଲ୍‌ଟ୍ରା ୧୦ ସିରିଜ୍‌ର ଏକ ଘଣ୍ଟା ଉପହାର ମିଳିବ। ତେବେ ଏଭଳି ଉପହାର ଜିତିବା ପାଇଁ ଉପଭୋକ୍ତାଙ୍କୁ ପ୍ରଥମେ ଇନ୍‌ଭେଣ୍ଟ୍ ଓ ୟୁନିକର୍ଣ୍ଣ ପରି ଆପଲ୍ କମ୍ପାନିର ପ୍ରମୁଖ ରିସେଲର୍‌ ଷ୍ଟୋରରୁ ସଂପୃକ୍ତ ଆପଲ୍ ଘଣ୍ଟାଟିଏ କିଣିବାକୁ ହେବ।

ଉଲ୍ଲେଖଯୋଗ୍ୟ, ଆପଲ୍‌ର ୱେବ୍‌ସାଇଟ୍‌ କି ଆମାଜନ୍ ଓ ଫ୍ଲିପ୍‌କାର୍ଟ ପରି ଇ-କମର୍ସ ମଞ୍ଚରୁ ଘଣ୍ଟା କିଣିଲେ ତାହା ବିଚାରଯୋଗ୍ୟ ହେବନାହିଁ। ତା’ପରେ କ୍ରେତାଙ୍କୁ  ଜୋପର୍ ସୁସ୍ଥତା ଯୋଜନାରେ ନିଜର ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ସଫଳ ପଞ୍ଜୀକରଣ ପରେ ଉପଭୋକ୍ତା ଜଣକ ଏଚ୍‌ଡିଏଫ୍‌ସି ଇର୍ଗୋ ବୀମା ଯୋଜନାର ଜଣେ ସଦସ୍ୟ ହୋଇଯିବେ। ଏହାପରେ ଉକ୍ତ ବୀମା ଯୋଜନାର ଆପ୍‌କୁ  ଆପଲ୍ ହେଲ୍‌ଥ କିଟ୍ ସହ ସୁସଂଗତ କରିବାକୁ ହେବ। ଏହାପରେ ବର୍ଷସାରା ପ୍ରତ୍ୟହ ୧୫ ହଜାର ପାହୁଣ୍ଡ ଚାଲିବାକୁ ହେବ। ଉକ୍ତ କିଟ୍‌ ଏହାର ପ୍ରମାଣ ରେକର୍ଡ କରିବ। ଶେଷରେ ଉପଭୋକ୍ତାଙ୍କୁ ଉକ୍ତ ଆପଲ୍ ଘଣ୍ଟାର ସଂପୂର୍ଣ୍ଣ ଅର୍ଥ ଫେରସ୍ତ ଦିଆଯିବ। ଏହି ଯୋଜନା ଦ୍ବାରା ଦେଶବାସୀଙ୍କୁ ଉପହାର ପ୍ରୋତ୍ସାହନ ମାଧ୍ୟମରେ ଏକ ସୁସ୍ଥ ଜୀବନଶୈଳୀ ଆପଣେଇବା ପାଇଁ ପ୍ରେରିତ କରିବାର ଲକ୍ଷ୍ୟ ରହିଛି। ବୋଲି କମ୍ପାନି ଆଶା
ରଖିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.