Breaking News

୧୬୦କୋଟିର ସମ୍ପତ୍ତି, ବିଳାସପୂର୍ଣ୍ଣ ଗାଡିର ସୌକୀନ, ନାଗାଚୈତନ୍ୟଙ୍କ ଲାଇଫଷ୍ଟାଇଲ୍‌ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ମୁମ୍ବାଇ: ଦକ୍ଷିଣ ସିନେମାର ବଡ଼ ଚେହେରା ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ବିବାହ ଶେଷ ହୋଇଛି। ନାଗାଙ୍କର ପ୍ରଥମ ସ୍ତ୍ରୀ ସାମନ୍ଥା ଋତ ପ୍ରଭୁଙ୍କଠାରୁ ଅଲଗା ହେବା ପରେ ନାଗା ଶୋଭିତାଙ୍କୁ ବିବାହ କରିଥିଲେ। ତେବେ ଆପଣ କ’ଣ ନାଗାଙ୍କର ସମ୍ପତ୍ତି, ଫିଲ୍ମ କ୍ୟାରିୟର, ୱେବ ସିରିଜ, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ଆର୍ଥିକ ନିବେଶ ବିଷୟରେ ଜାଣନ୍ତି।

ନାଗା ଚୈତନ୍ୟଙ୍କ ୧୬୦ କୋଟି ଟଙ୍କାର ମାଲିକ ଅଟନ୍ତି। ୩୮ ବର୍ଷ ବୟସରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ପ୍ରଭାବ ବିସ୍ତାର କରିଛନ୍ତି। ତାଙ୍କର ପ୍ରତ୍ୟେକ ଫିଲ୍ମ କିମ୍ବା ପ୍ରୋଜେକ୍ଟ ପାଇଁ ସେ ୫ କୋଟିରୁ ୧୦ କୋଟି ଟଙ୍କା ମଧ୍ୟରେ ଚାର୍ଜ କରନ୍ତି। ଏହା ବ୍ୟତୀତ ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ବ୍ୟବସାୟ ବିନିଯୋଗରୁ ମଧ୍ୟ ରୋଜଗାର କରନ୍ତି। ସେ ମାଇଣ୍ଟ୍ରା, ଆରିଏଲ, ତସଭା (ଫ୍ୟାଶନ ବ୍ରାଣ୍ଡ), ମାଗ୍ନୁମ ଇଣ୍ଡିଆ (ଆଇସ୍କ୍ରିମ ବ୍ରାଣ୍ଡ) ଏବଂ ଡାସୋସ କ୍ୟାବିନେଟ (ଘର ସାଜସଜ୍ଜା) ସହିତ ଅଗ୍ରଣୀ ବ୍ରାଣ୍ଡକୁ ପ୍ରମୋଶନ କରିଛନ୍ତି।

ନାଗା ବହୁ ବିଳାସପୂର୍ଣ୍ଣ ରିଏଲ ଇଷ୍ଟେଟ ବିନିଯୋଗ କରିଛନ୍ତି। ୨୦୨୧ରେ ସେ ହାଇଦ୍ରାବାଦର ଜୁବୁଲି ହିଲ୍ସ ଅଞ୍ଚଳରେ ୧୫ କୋଟି ଟଙ୍କା ମୂଲ୍ୟର ଏକ ବଙ୍ଗଳା କିଣିଥିଲେ। ଛାଡପତ୍ର ପରେ ସେ ଏହାକୁ କିଣିଥିଲେ। ନାଗା ମଧ୍ୟ ତାଙ୍କର ବିଳାସପୂର୍ଣ୍ଣ କାର ଏବଂ ସୁପରବାଇକ ପାଇଁ ଲୋକପ୍ରିୟ। ତାଙ୍କ ପାଖରେ ପ୍ରାୟ ୧.୭୫କୋଟି ଟଙ୍କା ମୂଲ୍ୟର ଫରାରୀ F430 ଏବଂ ରେଞ୍ଜ ରୋଭର ଅଟୋବିଓଗ୍ରାଫି ରହିଛି ଯାହାର ମୂଲ୍ୟ ପ୍ରାୟ ୩.୪୦ କୋଟି ଟଙ୍କା। ନିକଟରେ ସେ ସିଲଭର୍‌ ପୋର୍ସେ 911 GT3 RS ମଧ୍ୟ କିଣିଛନ୍ତି, ଯାହାର ମୂଲ୍ୟ ୩.୫ କୋଟି ଟଙ୍କା। ଏହା ବ୍ୟତୀତ ଚୈତନ୍ୟଙ୍କର ଦୁଇଟି ସୁପରବାଇକ ମଧ୍ୟ ଅଛି ।

ସୌଜନ୍ୟ-ଧରିତ୍ରୀ

Comments are closed.