Breaking News

୧୯ ବର୍ଷରୁ କମ୍ ଏସିଆ କପ୍: ଚମକିଲେ ସୂର୍ଯ୍ୟବଂଶୀ, ସେମିରେ ଭାରତ

ଆଇପିଏଲ୍ ନିଲାମରେ ୧କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇ ଚର୍ଚ୍ଚାରେ ରହିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସାରା ବିଶ୍ବର ନଜର ଥିଲା। ହେଲେ ୧୯ବର୍ଷରୁ କମ୍ ଏସିଆ କପ୍ ଦଳରେ ସାମିଲ ହୋଇ ଭାରତର ଗତ ଦୁଇ ମ୍ୟାଚ୍‌ରେ...

ସାରଜା: ଆଇପିଏଲ୍ ନିଲାମରେ ୧କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇ ଚର୍ଚ୍ଚାରେ ରହିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସାରା ବିଶ୍ବର ନଜର ଥିଲା। ହେଲେ ୧୯ବର୍ଷରୁ କମ୍ ଏସିଆ କପ୍ ଦଳରେ ସାମିଲ ହୋଇ ଭାରତର ଗତ ଦୁଇ ମ୍ୟାଚ୍‌ରେ ସେ ପୂରା ବିଫଳ ହୋଇ ଘୋର ଟାହିଟାପରାର ସମ୍ମୁଖୀନ ହୋଇଥିଲେ। ବୁଧବାର କିନ୍ତୁ ଭାରତକୁ ସୂର୍ଯ୍ୟବଂଶୀ ୧୦ ୱିକେଟ୍ ବିଜୟ ଉପହାର ଦେଇ ନିନ୍ଦୁକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ଆୟୁଷ ମହାତ୍ରେଙ୍କ ସହ ମିଶି ପ୍ରଥମ ୱିକେଟ୍‌ରେ ୧୪୩ ରନ୍ ସଂଗ୍ରହ କରିବା ସହ ୟୁଏଇ ବିପକ୍ଷରେ ଭାରତକୁ ୨୦୩ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ ସେ।

ଏହି ବିଜୟ ପରେ ଭାରତୀୟ ଦଳ ତିନିଟି ମ୍ୟାଚରୁ ଦୁଇଟି ବିଜୟ ପାଇ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛି। ଆଜିର ଏହି ଲୋ ସ୍କୋରିଂ ମୁକାବିଲାରେ ୟୁଏଇ ପ୍ରଥମେ ବ୍ୟାଟିଂ କରି ୪୪ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୩୭ ରନ୍ କରିଥିଲା। ଭାରତ ୧୩୮ ରନ୍‌ର ବିଜୟ ଲକ୍ଷ୍ୟକୁ ସୂର୍ଯ୍ୟବଂଶୀ (୭୬ ରନ୍, ୪୬ ବଲ୍, ୩ ଚୌକା, ୬ ଛକା) ଓ ଆୟୁଷ (୬୭ ରନ୍, ୫୧ ବଲ୍, ୪ ଚୌକା, ୪ ଛକା)ଙ୍କ ଅବିଭାଜିତ ପାଳି ପାଇଁ ୧୬.୧ ଓଭରରେ ହାସଲ କରି ନେଇ ନିଜ ରନ୍ ରେଟ୍‌କୁ ବି ଯଥେଷ୍ଟ ବଢ଼ାଇଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ମହାତ୍ରେ ଛକା ମାରି ଭାରତର ବିଜୟ ମୁଣ୍ଡି ମାରିଥିଲେ। ତେବେ ସୂର୍ଯ୍ୟବଂଶୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ।
ସୌଜନ୍ୟ-ସମ୍ୱାଦ

Comments are closed.