Breaking News

୨୦ରୁ ଅଧିକ ଚୋରାବାଲି ଗାଡ଼ି ଧରିଲେ ଖଣି ମନ୍ତ୍ରୀ: କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ସନ୍ଦେହ କରି ଅଟକାଇଲେ

ଖଣ୍ଡପଡ଼ା ବ୍ଲକ୍‌ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ ବରକୋଳି ଛକରେ ୨୦ରୁ ଊର୍ଦ୍ଧ୍ବ ‌ବାଲିବୋଝେଇ ହାଇୱା ଗାଡ଼ିକୁ ଜବତ କରି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ପୁଲିସ ଜିମା ଦେଛନ୍ତି। ବେଆଇନ୍‌ ଭାବେ ବାଲି ଚାଲ‌ାଣ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନର...

ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ୍‌ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ ବରକୋଳି ଛକରେ ୨୦ରୁ ଊର୍ଦ୍ଧ୍ବ ‌ବାଲିବୋଝେଇ ହାଇୱା ଗାଡ଼ିକୁ  ଜବତ କରି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା  ପୁଲିସ ଜିମା ଦେଛନ୍ତି। ବେଆଇନ୍‌ ଭାବେ ବାଲି ଚାଲ‌ାଣ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତାକୁ ନେଇ  ମନ୍ତ୍ରୀ ଶ୍ରୀ ଜେନା ଅସନ୍ତୋଷ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ବିଳମ୍ବିତ ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀ ଜେନା କଣ୍ଟିଲୋ ନୀଳମାଧବଙ୍କ ପୁଷ୍ୟାଭିଷେକ କାର୍ଯ୍ୟକ୍ରମରେ ଯୋଗଦେଇ ଖଣ୍ଡପଡ଼ା ଅଭିମୁଖେ ଫେରୁଥିଲେ। ତେବେ କଣ୍ଟିଲୋରୁ ଖଣ୍ଡପଡ଼ା ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାରେ ଥିବା ବରକୋଳି ଛକ ନିକଟରେ ଏକାଧିକ ବାଲି ବୋଝେଇ ହାଇୱା ଦେଖି ସନ୍ଦେହ କରିବା ସହିତ ଏହାକୁ ଅଟକାଇଥିଲେ।

ମାତ୍ର ଆଳୁ ଖୋଳୁ ଖୋଳୁ ମହାଦେବ ନ୍ୟାୟରେ କୌଣସି ବାଲି ବୋଝେଇ ଗାଡ଼ିର କେ ଫର୍ମ ନଥିବା ଦେଖିବାକୁ ମିଳିଥିଲା। ଏହିସବୁ ବାଲି ବୋଝେଇ ଗାଡ଼ି ମହାନଦୀ ଘାଟରୁ ବାଲି ଉଠାଇ ବେଆଇନ ଭାବେ ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି। ସାଙ୍ଗରେ ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ସମେତ ତହସିଲଦାର ବିଶ୍ୱବିଶୃତ ତ୍ରିପାଠୀ ଓ ପୋଲିସ ଥିବା ସୂଚନା ମିଳିଛି। ସେହିପରି ମନ୍ତ୍ରୀ ଶ୍ରୀ ଜେନାଙ୍କ ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଗାଡ଼ିଗୁଡିକୁ ଜବତ କରିବା ସହିତ ପୁଲିସ ଓ ଖଣି ବିଭାଗ ଜିମା ଦେଇଥିବା ସୁଚନା ମିଳିଛି। ଖବର ଲେଖାଯିବା ବେଳକୁ ଘଟଣାର ତଦନ୍ତ ଚାଲିଥିବା ବେଳେ ରାସ୍ତା ଉପରେ ହାଇୱାଗୁଡ଼ିକ ଛିଡା ହୋଇରହିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.