Breaking News

୨୦୨୨ରୁ ଅଲଗା ରହୁଥି‌ଲେ ଚହଲ-ଧନଶ୍ରୀ; ଛାଡ଼ପତ୍ର ପରେ ସାମ୍ନାକୁ ଆସିଲା ପୂରା ଘଟଣା

କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ଏବେ ନିଶ୍ଚିତ ହୋଇସାରିଛି। ଛାଡପତ୍ର ନିଶ୍ଚିତ ହେବା ପରେ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ନୂଆଦିଲ୍ଲୀ: କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ଏବେ ନିଶ୍ଚିତ ହୋଇସାରିଛି। ୨୨ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ଗୁରୁବାର ଦମ୍ପତିଙ୍କ ଛାଡପତ୍ର ଉପରେ ଚୂଡ଼ାନ୍ତ ରାୟ ଶୁଣାଇଥିଲେ କୋର୍ଟ। ଭରଣପୋଷଣ ବାବଦକୁ ଚହଲ, ଧନଶ୍ରୀଙ୍କୁ ୫କୋଟି ଟଙ୍କା ଦେବା ପରେ ଏବେ ଦମ୍ପତ୍ତି ଅଲଗା ହୋଇଛନ୍ତି। ଏହି ସବୁ ଖବର ମଧ୍ୟରେ, ଏକ ବଡ଼ ଖୁଲାସା ହୋଇଛି।

ଚହଲଙ୍କ ଓକିଲ ନୀତିନ ଗୁପ୍ତା କହିଛନ୍ତି ଯେ, ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଡିସେମ୍ବର ୨୦୨୦ରେ ବିବାହ କରିଥିଲେ। ସେମାନଙ୍କ ଆବେଦନ ଅନୁଯାୟୀ, ସେମାନେ ଜୁନ୍ ୨୦୨୨ରେ ଅଲଗା ହୋଇଯାଇଥିଲେ। ଏହା ପରେ ଫେବ୍ରୁଆରି ୫ ତାରିଖରେ ସେମାନେ ପାରସ୍ପରିକ ସମ୍ମତିରେ ଛାଡପତ୍ର ପାଇଁ ପରିବାର ଅଦାଲତରେ ଏକ ମିଳିତ ଆବେଦନ ଦାଖଲ କରିଥିଲେ।

ଚହଲ ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବାରୁ ଆଗକୁ ଉପଲବ୍ଧ ହେବେ ନାହିଁ ବୋଲି ବିଚାର କରି ବମ୍ବେ ହାଇକୋର୍ଟ ବୁଧବାର ପରିବାର ଅଦାଲତକୁ ଗୁରୁବାର ସୁଦ୍ଧା ଛାଡପତ୍ର ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ। ବମ୍ବେ ହାଇକୋର୍ଟଙ୍କ ଅନୁରୋଧ ପରେ ଗୁରୁବାର ଦୁହିଁଙ୍କ ଛାଡ଼ପତ୍ର ଉପରେ ରାୟ ଶୁଣାଇଥିଲେ ପରିବାର ଅଦାଲତ।

ତେବେ ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଚହଲ ପଞ୍ଜାବ କିଙ୍ଗସ ପାଇଁ ଖେଳିବେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.