Breaking News

୨୦୨୫ଚାମ୍ପିୟନ୍ସ ଟ୍ରଫିକୁ ନେଇ ଆଜି ଆଇସିସି ଶୁଣାଇବ ନିଜ ନିଷ୍ପତ୍ତି, ଜାଣନ୍ତୁ କେଉଁ କାରଣରୁ ଫସିଛି

ନୂଆଦିଲ୍ଲୀ,୧୧/୧୨ : ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବି ଭାବି ନ ଥିବ ୮ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଫେରାଇଆଣିବା ନିଷ୍ପତ୍ତି ୨୦୨୪ର ସବୁଠାରୁ ବିବାଦୀୟ ବିଷୟରୁ ଗୋଟିଏ ହୋଇଯିବ । ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟର ଆୟୋଜନ ଲାଗି ବହୁ ଟଙ୍କା ଆବଣ୍ଟିତ କରାଯାଇଥିଲା । କିନ୍ତୁ ଏହି ବିଶ୍ବ ସ୍ତରୀୟ ପ୍ରସ୍ତୁତି ମଧ୍ୟରେ ବିସିସିଆଇ ନିଜ ଟିମକୁ ପାକିସ୍ତାନ ପଠାଇବାକୁ ସିଧା ସଳଖ ମନା କରିଦେଇଥିଲା । ଆଇସିସି ଏବେ ପର୍ଯ୍ୟନ୍ତ ଗୋଟିଏ ନୁହେଁ ବରଂ ୨ଥର ବୈଠକକୁ ସ୍ଥଗିତ କରି ସାରିଛି ଏବଂ ଆଜି ତଥା ବୁଧବାର ଚାମ୍ପିୟନ୍ସ ଟ୍ରଫି ଉପରେ ଶେଷ ନିଷ୍ପତ୍ତି ଶୁଣାଯିବାକୁ ଅଛି ।

ଚାମ୍ପିୟନ୍ସ ଟ୍ରଫିରେ ବ୍ରଡ଼କାଷ୍ଟର୍ସର କୋଟି କୋଟି ଟଙ୍କା ଫସିକି ଅଛି । ଏଭଳି ସ୍ଥଳେ ଭାରତୀୟ ଟିମର ବ୍ରାଣ୍ଡ ଭେଲ୍ୟୁ ଏବଂ ଫ୍ୟାନବେଶକୁ ଦେଖି ଆଇସିସି ନିକଟରେ ବିକଳ୍ପ ନଥିଲା କି ସେ ଭାରତକୁ ଚାମ୍ପିୟନ୍ସ ଟ୍ରଫିରୁ ବାହାର କରି ଦେବ । ବିଶେଷ କରି ଯଦି ଆମେ ଦେଖିବା ତେବେ ଏହି ମାମଲା ହାଇବ୍ରିଡ ମଡେଲରେ ଅଟକି ରହିଛି । କିନ୍ତୁ ପାକିସ୍ତାନ କୌଣସି ପରିସ୍ଥିତିରେ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ । ପ୍ରକାଶ ଯେ, ପାକିସ୍ତାନ କ୍ରିକେଟ ବୋର୍ଡ଼ ହାଇବ୍ରିଡ଼ ମଡେଲ ମାନିବାକୁ ପ୍ରସ୍ତୁତ ଅଛି, କିନ୍ତୁ ତାର ଗୋଟିଏ ସର୍ତ ସବୁ କିଛି ଅଟକାଇଛି ।

ପାକିସ୍ତାନର ସର୍ତ ଏହା କି ଯଦି ଚାମ୍ପିୟନ୍ସ ଟ୍ରଫ ହାଇବ୍ରିଡ ମଡେଲରେ କରାଯାଏ । ଏଭଳି ସ୍ଥଳରେ ପିସିବି ଚାହୁଁଛି କି ୨୦୩୧ପର୍ଯ୍ୟନ୍ତ ଭାରତରେ ଯାହା ବି ଆଇସିସି ଇଭେଣ୍ଟ ହେବ ସେଥିରେ ପାକିସ୍ତାନ ଲାଗି ବି ହାଇବ୍ରିଡ ମଡେଲ ଲାଗୁ ହେବା ଆବଶ୍ୟକ । ପିସିବି ପକ୍ଷରୁ ହାଇବ୍ରିଡ ମଡେଲ ମାଧ୍ୟମରେ ଦୁବାଇକୁ ‘ନ୍ୟୁଟ୍ରଲ ଭେନ୍ୟୁ’ କହି ସମ୍ବୋଧିତ କରାଯାଇଛି । ଏହାର ଅର୍ଥ ସଫା ଅଛି କି ଭାରତ ଏବଂ ପାକିସ୍ତାନ ଜଣେ ଅନ୍ୟ ଜଣେ ପାଖକୁ ଗସ୍ତ କରିବେ ନାହିଁ । ଫଳରେ ତାଙ୍କ ମ୍ୟାଚ୍ ଦୁବାଇରେ କରାଯିବ ।

ସୌଜନ୍ୟ-ପ୍ରମେୟ

Comments are closed.