Breaking News

୨୦୩୪ ସୁଦ୍ଧା ଖୁଚୁରା ବଜାର ଆକାର ୧୯୦ ଲକ୍ଷ କୋଟି ଆକଳନ

ଭୁବନେଶ୍ୱର,୩।୩ (ଅନୁରାଧା ମହାରଣା): ଦେଶର ଖୁଚୁରା ବଜାରରେ ଅଭିବୃଦ୍ଧି ପରିଲକ୍ଷିତ ହେଉଥିବାବେଳେ ୨୦୩୪ ସୁଦ୍ଧା ଏହାର ଆକାର ୧୯୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଦେଶରେ ବହୁ ସଂଖ୍ୟକ ଖୁଚୁରା ବ୍ୟବସାୟୀ ଏଥିରୁ ଉପକୃତ ହେବେ। ବୋଷ୍ଟନ କନ୍ସଲ୍ଟିଂ ଗ୍ରୁପ ଏବଂ ରିଟେଲର୍ସ ଆସୋସିଏଶନ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି ଯେ, ଦେଶର ବିଭିନ୍ନ ବର୍ଗର ଗ୍ରାହକଙ୍କ ଆବଶ୍ୟକତା ମଧ୍ୟ ଭିନ୍ନ ଏବଂ ଖୁଚୁରା ବ୍ୟବସାୟୀମାନେ ସେମାନଙ୍କୁ ଜାଣିବା ଏବଂ ବୁଝିବାର ସୁଯୋଗ ପାଇବେ। ଅନ୍ୟପଟେ ‘ଓ୍ବିନିଂ ଇନ୍‌ ଭାରତ ଆଣ୍ଡ୍‌ ଇଣ୍ଡିଆ: ଦ ରିଟେଲ କାଲେଡୋସ୍କୋପ’ ଶୀର୍ଷକ ସହିତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୪ ପର୍ଯ୍ୟନ୍ତ ଭାରତରେ ଖୁଚୁରା ବଜାରର ଆକାର ୩୫ ଲକ୍ଷ କୋଟି ଥିଲା, ଯାହା ୨୦୨୪ ସୁଦ୍ଧା ୮୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ଗତ ଦଶନ୍ଧିରେ ୮.୯%ରୁ ଅଧିକ ବୃଦ୍ଧି ଘଟିଛି। ଏହା ପଛରେ ଦେଶର ଅଥନୈତିକ ଅଭିବୃଦ୍ଧି , ବୁଦ୍ଧିଜୀବୀ ଏବଂ ବିଭିନ୍ନ ବର୍ଗର ଗ୍ରାହକଙ୍କ ସଂଖ୍ୟା ବଢ଼ୁଛି।
ରିପୋର୍ଟରେ କୁହାଯାଇଛି ଯେ କୋଭିଡ -୧୯ ମହାମାରୀ ବ୍ୟତୀତ ଭାରତର କଞ୍ଜପଶନ୍‌ ଗ୍ରୋଥ୍‌ ସମାନ ରହିଥିଲା ଏବଂ ବ୍ୟବହାରରେ ସର୍ବାଧିକ ଅଭିବୃଦ୍ଧି ୨୦୨୪ ରୁ ୨୦୩୪ ମଧ୍ୟରେ ଦେଖାଯିବ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଭାରତର ଖୁଚୁରା ବଜାର ବୃହତ ଏବଂ ଦ୍ରୁତ ଗତିରେ ବଢ଼ୁଛି, ଯାହା ୨୦୩୪ ସୁଦ୍ଧା ୧୯୦ ଲକ୍ଷ କୋଟ ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛ।
ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଯଦିଓ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢ଼ୁଛି, ତଥାପି ଏହାର ଜନସଂଖ୍ୟାରେ ଅନେକ ବିରୋଧାଭାସ ଦେଖିବାକୁ ମିଳୁଛି। ଦ୍ରୁତ ଗତିରେ ବଢ଼ୁଥିବା ମଧ୍ୟବିତ୍ତ, ଧନୀକ ଶ୍ରେଣୀର ମାତ୍ର ମୂଲ୍ୟ ସଚେତନ ଗ୍ରାହକ, ୪୫ ବର୍ଷରୁ ଅଧିକ ବୟସ ବର୍ଗରେ ମଧ୍ୟ ଜନସଂଖ୍ୟା ବୃଦ୍ଧି ପରିଲକ୍ଷିତ ହେଉଛି। ଏହା ସହିତ ମହିଳା ଶ୍ରମିକଙ୍କ ବଢ଼ୁଥିବା ସଂଖ୍ୟା କ୍ରୟ ବଜାରକୁ ନୂଆ ରୂପ ଦେଉଛି।

 

 

 

 

 

 

 

ସୌଜନ୍ୟ-ଧରିତ୍ରୀ

Comments are closed.