Breaking News

୨୧ ରୁ ଧାନକିଣା

କ୍ୱିଣ୍ଟାଲ ୩୧୦୦ ଟଙ୍କାରେ ଧାନ କିଣିବେ ସରକାର

0

 

ରାଜ୍ୟରେ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଚଳିତ ଖରିଫ ଋତୁର ଧାନକିଣା | ରାଜ୍ୟ ସରକାର ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦେଇ ଧାନ କିଣିବେ | ଚାଷୀ ଧାନ କ୍ୱିଣ୍ଟାଲ ପିଛା ଅଧିକ ୮୦୦ ଟଙ୍କା ପାଇବାକୁ ଥିବାରୁ ଏନେଇ ପ୍ରତୀକ୍ଷା ରହିଥିଲା | ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତି ଅନୁଯାୟୀ ବରଗଡ଼ ଜିଲ୍ଲାରୁ ଧାନକିଣା ଆରମ୍ଭ ହେବ | ଚଳିତ ବର୍ଷ ୮୦ଲକ୍ଷ ଟନ ଧାନ କିଣିବାକୁ ଲକ୍ଷଧାର୍ଯ୍ୟ କରାଯାଇଛି |ଚଳିତ ବର୍ଷଠାରୁ ଧାନର ସର୍ବନିମ୍ନ ସହାୟକ (ଏମଏସପି )୨୩୦୦ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଇନ୍ପୁଟ ସହାୟତା ୮୦୦ ଟଙ୍କା ମିଶାଇ ମୋଟ ୩୧୦୦ ଟଙ୍କାରେ ଚାଷୀ ଧାନ ବିକ୍ରି କରିବେ |ଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମନ୍ଦିର ବିଭାଗୀୟ ଅଧିକାରୀ ରହିବେ | ସବୁ ମଣ୍ଡିରେ ଧାନର ମାନ ଯାଞ୍ଚ କରିବା ପାଇଁ କ୍ୱାଲିଟି ଟେଷ୍ଟିଙ୍ଗ ମେସିନ ରହିବ | ମଣ୍ଡିରୁ ମିଲ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥାର ତଦାରଖ ପରିବହନ ବିଭାଗ କରିବ | ସେହିଭଳି ପଡୋଶୀ ରାଜ୍ୟରୁ ଯେପରି ଧାନ ଓଡ଼ିଶାକୁ ପ୍ରବେଶ ନକରେ ସେଥିଲାଗି ପାଟ୍ରୋଲିଂ ଟିମ ମୁତୟନ କରାଯିବ |

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.