ଜାତୀୟ

୨୨ ମିନିଟ୍ ରେ ୯ ଆତଙ୍କବାଦୀ ଶିବିର ଧ୍ୱଂସ୍ତ, ୮୮ ଘଣ୍ଟାରେ ସଂଘର୍ଷ ବିରାମ ପାଇଁ ବାଧ୍ୟ ହେଲା ପାକିସ୍ତାନ: ସ୍ଥଳ ସେନାମୁଖ୍ୟ

ଅପରେସନ ସିନ୍ଦୂର କାଳରେ ଦେଶର ଜଳ,ସ୍ଥଳ ଓ ବାୟୁସେନାର ମିଳିତ ଅପରେସନରେ ମାତ୍ର ୨୨ ମିନିଟରେ ପାକିସ୍ତାନର ୯ଟି ଆତଙ୍କବାଦୀ ଶିବିର ଧ୍ୱଂସ୍ତ କରାଯାଇଥିଲା ଓ ୮୮ ଘଣ୍ଚାରେ ଆମର କାର୍ଯ୍ୟାନୁଷ୍ଠାନ ପାକିସ୍ତାନକୁ ସଂଘର୍ଷ ବିରାମ ନିବେଦନ ଲାଗି ବିବସ କରିଦେଇଥିଲା।

ଜୟପୁର ୧୪।୧: ଭାରତୀୟ ସ୍ଥଳସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ବୁଧବାର କହିଛନ୍ତି ଯେ ‘ଅପରେସନ ସିନ୍ଦୂର’ ଏବେବି ଜାରି ରହିଛି। ଆମେ ଶତ୍ରୁର ଚାଲ ଉପରେ ନଜର ରଖିଛୁ। ଜୟପୁରରେ ଦକ୍ଷିଣ-ପଶ୍ଚିମ କମାଣ୍ଡ ଅଳଙ୍କରଣ ସମାରୋହକୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି। ସେ କହିଛନ୍ତି ଯେ ଅପରେସନ ସିନ୍ଦୂର କାଳରେ ଦେଶର ଜଳ,ସ୍ଥଳ ଓ ବାୟୁସେନାର ମିଳିତ ଅପରେସନରେ ମାତ୍ର ୨୨ ମିନିଟରେ ପାକିସ୍ତାନର ୯ଟି ଆତଙ୍କବାଦୀ ଶିବିର ଧ୍ୱଂସ୍ତ କରାଯାଇଥିଲା ଓ ୮୮ ଘଣ୍ଚାରେ ଆମର କାର୍ଯ୍ୟାନୁଷ୍ଠାନ ପାକିସ୍ତାନକୁ ସଂଘର୍ଷ ବିରାମ ନିବେଦନ ଲାଗି ବିବସ କରିଦେଇଥିଲା।

ସ୍ଥଳ ସେନା ମୁଖ୍ୟ କହିଛନ୍ତି ଯେ ମାତ୍ର ୨୨ ମିନିଟ୍ ରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡାକୁ ସଠିକତାର ସହ ଟାର୍ଗେଟ୍ କରାଯାଇଥିଲା। ତେବେ ଅପରେସନ ସିନ୍ଦୂର ଏବେବି ବନ୍ଦ ହୋଇନି ଓ ଆମେ ଶତ୍ରୁର ପ୍ରତ୍ୟେକ ପଦକ୍ଷେପ ଉପରେ କଡା ନଜର ରଖି ରହିଛୁ। ସେ କହିଛନ୍ତି ଯେ ୨୨ ଏପ୍ରିଲ ୨୦୨୫ରେ ପହଲଗାଁବ ଆତଙ୍କବାଦୀ ଆକ୍ରମଣ ପରେ ସ୍ପଷ୍ଟ ନିଷ୍ପତ୍ତି ନିଆଯାଇଥିଲା ଯେ ଭାରତ ନିର୍ଣ୍ଣାୟକ ପଦକ୍ଷେପ ନେବ। ଜେନେରାଲ ଦ୍ୱିବେଦୀ କହିଛନ୍ତି ଅପରେସନ ସିନ୍ଦୂର ଏହି ସଂକଳ୍ପର ପରିଣାମ ଥିଲା।

ସେ କହିଛନ୍ତି ଯେ ଆମର କାର୍ଯ୍ୟାନୁଷ୍ଠାନରେ ୮୮ ଘଣ୍ଟା ମଧ୍ୟରେ ପାକିସ୍ତାନକୁ ସଂଘର୍ଷ ବିରାମ ପାଇଁ ବିବଶ କରିଦେଇଥିଲା। ଏହା ଦେଶର ସାର୍ବଭୌମତ୍ୱ ଓ ରାଷ୍ଟ୍ରୀୟ ହୀତ ପ୍ରତି ଭାରତୀୟ ସେନାର ନିର୍ଣ୍ଣାୟକ କ୍ଷମତାର ସ୍ପଷ୍ଟ ସଂକେତ । ସେନା ମୁଖ୍ୟ ଏହା ବି କହିଛନ୍ତି ଯେ ଗତବର୍ଷ ସାରା ବିଶ୍ୱରେ ସଶସ୍ତ୍ର ସଂଘର୍ଷ ସଂଖ୍ୟା ଓ ତୀବ୍ରତାରେ ଦ୍ରୁତ ବୃଦ୍ଧି ହୋଇଛି। ଏହା ବୈଶ୍ୱିକ ପରିବର୍ତ୍ତନର ଏକ ସରଳ ସତ୍ୟତାକୁ ରେଖାଙ୍କିତ କରୁଛି। ଏଥିରେ ଯେଉଁ ଦେଶ ପ୍ରସ୍ତୁତ ଥାଏ ସେ ହିଁ ସଫଳ ହୁଏ।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button