Breaking News

୨୪ରେ ‘ନମନ’ର ପୁଲିସଙ୍କୁ ସଲାମ୍‌, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାମିଲ୍‌ ହେବେ ଓଲିଉଡ ଓ ବଲିଉଡ କଳାକାର

ଭୁବନେଶ୍ୱର,୨୩/୧୨: ତୃତୀୟ ଥର ପାଇଁ ପୁଲିସ  ପରିବାରବର୍ଗଙ୍କୁ ଉତ୍ସାହିତ କରିବ ‘ନମନ’ । ପୁଲିସ ବାହିନୀର  ନିସ୍ୱାର୍ଥ ସେବାକୁ ହୃଦୟର ସମ୍ମାନ ଜଣାଇବା ପାଇଁ ଆସନ୍ତା ୨୪ରେ ନିଆରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ । ଓଲିଉଡ  ତାରକାମାନେ ଚିତ୍ତାକର୍ଷକ ପ୍ରଦର୍ଶନ କରିବେ । କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଯାଗଦେଇ ପୁଲିସ ବାହିନୀର ମନବଳ ବଢ଼ାଇବେ । ରବିବାର ଏନେଇ ରାଜଧାନୀର ଏକ ହୋଟେଲରେ  ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଓଲିଉଡ ତାରକା  ସବ୍ୟସଚୀ ମିଶ୍ର ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ କହିଥିଲେ,  ଆମକୁ ସୁରକ୍ଷିତ ରଖିବା ପାଇଁ ପୁଲିସ ବାହିନୀ ଦିନରାତି  ଏକ କରି ଦେଉଛି । ସହରରେ ଆଇନଶୃଙ୍ଖଳା ଜଗିବାରେ  ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଜୀବନକୁ ବାଜିରେ  ଲଗାଉଛନ୍ତି ।

ଚଳିତବର୍ଷ ତୃତୀୟ ସଂସ୍କରଣରେ ଓଲିଉଡ ଓ  ବଲିଉଡର ଅନେକ ଅଭିନେତା, ଅଭିନେତ୍ରୀ, କମେଡିଆନ୍‌  ଓ କଣ୍ଠଶିଳ୍ପୀ ଯୋଗଦେବେ । ସପ୍ତମ ବାଟାଲିୟନ ପରିସରରେ  ସନ୍ଧ୍ୟା ୬ଟାର ମନୋରଞ୍ଜନ କାର୍ଯ୍ୟକ୍ରମ ଆରମ୍ଭ ହେବ ।  ଚଳିତବର୍ଷର ଥୀମ୍‌ ହେଉଛି ସହିଦ୍‌ ପୁଲିସଙ୍କୁ ସମ୍ମାନ ଦେବା ।

 

 

 

 

ସୌଜନ୍ୟ-ଧରିତ୍ରୀ

 

Comments are closed.