Breaking News

୨୬ ଜିଲ୍ଲାରେ ୬୨ ଗ୍ରାମୀଣ ଶିଳ୍ପ ପାର୍କ: ଉତ୍ପାଦନ କରୁଛନ୍ତି ବଡ଼ି, ପାମ୍ପଡ଼, ଆଚାର

ରାଜ୍ୟର ୨୬ଟି ଜିଲ୍ଲାରେ ୬୨ଟି ଗ୍ରାମୀଣ ଶିଳ୍ପ ପାର୍କ ଥିବା ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ବିଧାନସଭାରେ ସୂଚନା ଦେଇଛନ୍ତି। ସେଥିରୁ ଗଞ୍ଜାମରେ ସର୍ବାଧିକ ପାଞ୍ଚଟି ପାର୍କ ରହିଛି। ସେଗୁଡ଼ିକ ଛତ୍ରପୁର, ଗଞ୍ଜାମ, ହିଞ୍ଜିଳିକାଟୁ, ସୋରଡ଼ା ଓ ଶେରଗଡ଼ରେ ଖୋଲାଯାଇଛି।

ଭୁବନେଶ୍ବର: ରାଜ୍ୟର ୨୬ଟି ଜିଲ୍ଲାରେ ୬୨ଟି ଗ୍ରାମୀଣ ଶିଳ୍ପ ପାର୍କ ଥିବା ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ବିଧାନସଭାରେ ସୂଚନା ଦେଇଛନ୍ତି। ସେଥିରୁ ଗଞ୍ଜାମରେ ସର୍ବାଧିକ ପାଞ୍ଚଟି ପାର୍କ ରହିଛି। ସେଗୁଡ଼ିକ ଛତ୍ରପୁର, ଗଞ୍ଜାମ, ହିଞ୍ଜିଳିକାଟୁ, ସୋରଡ଼ା ଓ ଶେରଗଡ଼ରେ ଖୋଲାଯାଇଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ମଧ୍ୟ ଚାରିଟି ଲେଖାଏଁ ଗ୍ରାମୀଣ ଶିଳ୍ପ ପାର୍କ ରହିଛି। ଗ୍ରାମୀଣ ଶିଳ୍ପ ପାର୍କଗୁଡ଼ିକ ମଧ୍ୟରୁ ଅନୁଗୁଳରେ ତିନିଟି, ଢେଙ୍କାନାଳରେ ତିନିଟି, ପୁରୀରେ ତିନିଟି, ରାୟଗଡ଼ାରେ ତିନିଟି ଓ ସମ୍ବଲପୁରରେ ତିନିଟି ପାର୍କ ରହିଛି। ଏହି ପାର୍କଗୁଡ଼ିକ ଅନୁଗୁଳବଲାଙ୍ଗୀର, ବାଲେଶ୍ବର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକଢେଙ୍କାନାଳଗଜପତି, ଗଞ୍ଜାମ, ଜଗତସିଂହପୁରଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡିକନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ରେ ଖୋଲାଯାଇଛି।

ଗ୍ରାମୀଣ ଶିଳ୍ପ ପାର୍କଗୁଡ଼ିକରେ ଉତ୍ପାଦନ କରାଯାଉଥିବା ସାମଗ୍ରୀଗୁଡ଼ିକୁ ପଲ୍ଲିଶ୍ରୀ ମେଳା, ପ୍ରଦର୍ଶନୀ, ଓର୍‌ମାସ୍ ଆଉଟ୍‌ଲେଟ୍‌, ସ୍ଥାନୀୟ ସ୍କୁଲ୍ ଓ ଭେଣ୍ଡରମାନଙ୍କ ଜରିଆରେ ବିକ୍ରି କରାଯାଉଛି। ଏହି ପାର୍କଗୁଡ଼ିକରେ ଆଚାର, ମିଲେଟ୍‌, ଖେଳନା, ବଡ଼ି, ପାମ୍ପଡ଼, ‌ପୋଷାକ, ମସଲା, କାଗଜବ୍ୟାଗ, ଫିନାଇଲ୍‌, ଅଗରବତୀ, ଦୁଗ୍ଧଜାତୀୟ ଉତ୍ପାଦ ଓ ଟେରାକୋଟା ଆଦି ଉତ୍ପାଦନ କରାଯାଉଛି। ଏହା ବ୍ୟତୀତ ଶିଆଳି ପତ୍ରରେ ଖଲି, ମତ୍ସ୍ୟଚାଷ, ଛତୁଚାଷ, ଝାଡ଼ୁ ତିଆରି, ବାଉଁଶରେ କଳାକୃତି, କୁକୁଡ଼ା ପାଳନ, ବିଉଟି ପାର୍ଲର, ସିମେଣ୍ଟ ରିଙ୍ଗ, ବେକରି, ବିଉଟି ପାର୍ଲର, ଚ‌କୋଲେଟ୍‌ ପ୍ରସ୍ତୁତି ଆଦି କାର୍ଯ୍ୟ ଏହି ପାର୍କଗୁଡ଼ିକରେ ହେଉଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.