ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଅବସରରେ ଭାରତୀୟ ଖେଳାଳିମାନେ ମୋଟ ୪ କ୍ୟାଚ୍‌ ଛାଡ଼ିବା ସହ ମୋଟ ସଂଖ୍ୟାକୁ ୧୧ରେ ପହଞ୍ଚାଇଥିଲେ। ଫାଇନାଲ୍ ପୂର୍ବରୁ ଭାରତୀୟ ଖେଳାଳି ମୋଟ ୭ କ୍ୟାଚ୍‌ ଛାଡି ଏକ ଆଲୋଡ଼ା ଅଗ୍ରଣୀ ରହିଥିଲେ। ରବିବାର ରୋହିତ ଶର୍ମା, ଶୁବମନ ଗିଲ୍‌, ମହମ୍ମଦ ସାମି ଏବଂ ଶ୍ରେୟସ ଆୟର ଗୋଟିଏ ଲେଖାଏଁ କ୍ୟାଚ୍‌ ହାତଛଡ଼ା କରିଥିଲେ। ଏକ ଆଇସିସି ନକ୍ ଆଉଟ୍ ମ୍ୟାଚ୍‌ରେ ୪ କ୍ୟାଚ୍‌ ଛାଡ଼ିବା ମଧ୍ୟ ଭାରତ ପାଇଁ ସର୍ବାଧିକ ହୋଇଛି। ଶେଷ ଥର ପାଇଁ ୨୦୦୫ ଇଣ୍ଡିଆନ୍ ଅଏଲ୍‌ କପ୍‌ର ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍‌ରେ ମଧ୍ୟ ଭାରତ ସମାନ ୪ କ୍ୟାଚ୍‌ ଛାଡ଼ିଥିଲା। ରବିବାରର ଫାଇନାଲ୍‌ରେ ରାଚିନ ରବୀନ୍ଦ୍ର ଦୁଇ ଥର କ୍ୟାଚ୍‌ ଡ୍ରପ୍‌ରୁ ଜୀବନଦାନ ପାଇଥିଲେ। ରବିବାର ସେ ୨୮ ରନ୍‌ରେ ଥିବାବେଳେ ମହମ୍ମଦ ସାମି ଏବଂ ୨୯ ରନ୍‌ରେ ଥିବାବେଳେ ଶ୍ରେୟସ ଆୟର କ୍ୟାଚ୍‌ ଛାଡ଼ିଥିଲେ। ସେ କିନ୍ତୁ ୩୭ ରନ୍‌‌ରେ ଆଉଟ୍ ହୋଇ ଏଥିରୁ ବିଶେଷ ଫାଇଦା ଉଠାଇ ପାରିନଥିଲେ। ଏଥି ସହ ସେ ଆଇସିସି ଚାମ୍ପିଅନ୍ସ ଟ୍ରଫି-୨୦୨୫ରେ ମୋଟ ସର୍ବାଧିକ ୫ ଥର କ୍ୟାଚ୍‌ ଡ୍ରପ୍‌ରୁ ଜୀବନ ଦାନପାଇଛନ୍ତି।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍‌ ପାଳି ବେଳେ ଭାରତର ୪ ଜଣିଆ ସ୍ପିନର୍‌ ମୋଟ ୩୮ ଓଭର ବୋଲିଂ କରି ନୂଆ ରେକର୍ଡ କରିଛନ୍ତି। ଭାରତ ପାଇଁ ଏହା ଏକ ଚାମ୍ପିଅନ୍ସ ଟ୍ରଫି ପାଳିରେ ସର୍ବାଧିକ ହୋଇଥିବାବେଳେ ମୋଟ ଉପରେ ଦ୍ବିତୀୟ ସର୍ବାଧିକ। ୨୦୦୨ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରୀଲଙ୍କା ୩୯.୩୪ ଓଭର ସ୍ପିନ୍ ବୋଲିଂ କରିଥିଲା। ଭାରତ ପାଇଁ ମୋଟ ଉପରେ ଦିନିକିଆରେ ଏହା ତୃତୀୟ ସର୍ବାଧିକ। ୨୦୧୧ରେ ଇନ୍ଦୋରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୪୧.୨ ଓଭର ଏବଂ ୧୯୯୮ରେ ଗ୍ବାଲିୟର୍‌ରେ କେନିଆ ବିପକ୍ଷରେ ୩୯ ଓଭର ସ୍ପିନ୍ ବୋଲିଂ କରିଥିଲା। ରବିବାର ଭାରତ ମଧ୍ୟ ୧୧ରୁ ୪୦ ଓଭର ପର୍ଯ୍ୟନ୍ତ କ୍ରମାଗତ ସ୍ପିନ୍ ବୋଲିଂ କରି ଦ୍ବିତୀୟ ଥର ଉଦାହରଣ ସୃଷ୍ଟି କରିଥିଲା। ୨୦୦୨ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷ ରିଜର୍ଭ ଦିବସରେ ଏହି ସମୟରେ ସମାନ କଥା କରିଥିଲା।

ଲାରାଙ୍କ ଟସ୍ ପରାଜୟ ରେକର୍ଡର ସମକକ୍ଷ ରୋହିତ
ରୋହିତ ଶର୍ମା ରବିବାର ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ଅବସରରେ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି। ବ୍ରାଏନ୍ ଲାରାଙ୍କ ନାମରେ ଥିବା ସର୍ବାଧିକ କ୍ରମାଗତ ଦିନିକିଆ ଟସ୍ ପରାଜୟର ସମକକ୍ଷ ହୋଇଛନ୍ତି। ଉଭୟ ଅଧିନାୟକ ୧୨ ଲେଖାଏଁ ଟସ୍ ହାରିଛନ୍ତି। ରୋହିତ ୨୦୨୩ ନଭେମ୍ବରରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ଏହି ରେକର୍ଡ କରିଛନ୍ତି। ପୂର୍ବରୁ ବ୍ରାଏନ୍ ଲାରା ୧୯୯୮ ଅକ୍ଟୋବରରୁ ୧୯୯୯ ମେ’ ମାସ ମଧ୍ୟରେ ମଧ୍ୟ ସମାନ ୧୨ ଦିନିକିଆ ଟସ୍ ହାରିଥିଲେ। ନେଦରଲାଣ୍ଡ୍‌ସର ପିଟର୍ ବୋରେନ୍‌ (୧୧ ଟସ୍ ପରାଜୟ, ମାର୍ଚ୍ଚ ୨୦୧୧ରୁ ଅଗଷ୍ଟ୍‌ ୨୦୧୩)ଙ୍କୁ ରବିବାର ରୋହିତ ଅତିକ୍ରମ କରିଥିଲେ। ଭାରତୀୟ ଦିନିକିଆ ଦଳ କିନ୍ତୁ କ୍ରମାଗତ ୧୫ ଟସ୍ ହାରିଛି। ରୋହିତଙ୍କ ଛଡ଼ା ଅନ୍ୟ ତିନିଟି କେଏଲ୍ ରାହୁଲଙ୍କ ନେତୃତ୍ବ ବେଳେ ଘଟିଥିଲା।
ନ୍ୟୁଜିଲାଣ୍ଡ୍‌ର ସର୍ବୋଚ୍ଚ ପାୱାର ପ୍ଲେ ସ୍କୋର୍‌
ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌ ନିଜ ସର୍ବୋଚ୍ଚ ପାୱାର ପ୍ଲେ-୧ ସ୍କୋର୍‌ ରେକର୍ଡ କରିଛନ୍ତି। ପ୍ରଥମ ୧୦ ଓଭରରେ ନ୍ୟୁଜିଲାଣ୍ଡ୍‌ ୬୯/୧ ରନ୍‌ କରିଥିଲା। ଏହା ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ୍‌ର ସର୍ବୋଚ୍ଚ ପାୱାର ପ୍ଲେ-୧ ସ୍କୋର୍‌ ଥିଲା ୬୮ ରନ୍। ଯାହାକୁ କିୱି ଦଳ ୨୦୧୭ ସଂସ୍କରଣରେ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲା। ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ କିନ୍ତୁ ସର୍ବୋଚ୍ଚ ପାୱାର ପ୍ଲେ-୧ ସ୍କୋର୍‌ ରହିଛି ଅଷ୍ଟ୍ରେଲିଆ ନାମରେ। ଚଳିତ ବର୍ଷର ଏହି ସଂସ୍କରଣରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ୧୦ ଓଭରରେ ୯୦ ରନ୍ କରିଥିଲା। ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ଇତିହାସରେ ନ୍ୟୁଜିଲାଣ୍ଡ୍‌ର ସର୍ବୋଚ୍ଚ ପାୱାର ପ୍ଲେ-୧ ସ୍କୋର୍‌ ହେଉଛି ୧୧୮ ରନ୍‌। ୨୦୧୫ରେ ଖ୍ରୀଷ୍ଟଚର୍ଚ୍ଚରେ ଶ୍ରୀଲଙ୍କା ବିପକ୍ଷରେ ଦଳ ଏହା ହାସଲ କରିଥିଲା। ରବିବାର ନ୍ୟୁଜିଲାଣ୍ଡ୍‌ର ୬୯/୧ ପାୱାର ପ୍ଲେ-୧ ସ୍କୋର୍‌ ଜବାବରେ ଭାରତ ୬୪/୦ ସ୍କୋର୍‌ କରିଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ କାରଣରୁ ଦଳ ଏହି ଅବଧି ଭିତରେ ଗୋଟିଏ ବି ୱିକେଟ୍ ହରାଇ ନଥିଲା। ଯାହାକି ଚଳିତ ସଂସ୍କରଣରେ ଭାରତ ପାଇଁ ଯୁଗ୍ମ ଦ୍ବିତୀୟ ସର୍ବୋଚ୍ଚ ଥିଲା, କିନ୍ତୁ ୱିକେଟ୍ ନ ହରାଇବା ପ୍ରଥମ ଥିଲା। ପୂର୍ବରୁ ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ବାଂଲାଦେଶ ବିପକ୍ଷରେ ୬୯/୧, ପାକିସ୍ତାନ ବିପକ୍ଷରେ ୬୪/୧, ନ୍ୟୁଜିଲାଣ୍ଡ୍ ବିପକ୍ଷରେ ୩୭/୩ ସ୍କୋର୍‌ କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍‌ରେ ପଶ୍ଚାତ୍‌ଧାବନ ବେଳେ ଭାରତ ୫୫/୨ ସ୍କୋର୍ କରିଥିଲା।

କୋହଲିଙ୍କ ‘୫୫୦ ମ୍ୟାଚ୍’ ମାଇଲ୍‌ଖୁଣ୍ଟ

ବ୍ୟାଟ୍‌ରେ ବିଫଳ ହୋଇଥିଲେ ମଧ୍ୟ କିଙ୍ଗ୍ ‌‌କୋହଲି ରବିବାର ଆଉ ଏକ ମାଇଲ୍‌ଖୁଣ୍ଟ ଛୁଇଁଥିଲେ। ଦ୍ବିତୀୟ ଭାରତୀୟ ଖେଳାଳି ଭାବେ ସେ ଆଜି ୫୫୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଥିଲେ। ଏବେ କେବଳ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଭାରତୀୟ ଭାବେ ତାଙ୍କଠାରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସଚିନ ୬୬୪ ମ୍ୟାଚ୍ ‌ଖେଳିଛନ୍ତି, ଯାହା ମଧ୍ୟରେ ରହିଛି ୪୬୩ ଦିନିକିଆ, ୨୦୦ ଟେଷ୍ଟ୍ ଏବଂ ମାତ୍ର ଗୋଟିଏ ଟ୍ବେଣ୍ଟି-୨୦। ଅନ୍ୟପକ୍ଷରେ କୋହଲି ୧୨୩ ଟେଷ୍ଟ୍, ୩୦୨ ଦିନିକିଆ ଏବଂ ୧୨୫ ଟ୍ବେଣ୍ଟି-୨୦ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ଏହିକ୍ରମରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୫୩୮) ତୃତୀୟ ସ୍ଥାନରେ ରହିଛନ୍ତି।