Breaking News

୪୬ ପିଇଓ ଅବସର ନେବା ପରେ ମିଳୁନି ପେନସେନ୍, ଜିପିଏଫ୍

ଦୀର୍ଘ ଦିନ ଧରି ଗ୍ରାମାଂଚଳରେ କାମ କରି ଆସୁଥିବା ୪୬ଜଣ ପଂଚାୟତ ସଂପ୍ରସାରଣ ଅଧିକାରୀ (ପିଇଓ)ମାନେ ଅବରସ ନେବା ପରେ ସେମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ, ପେନସେନ୍ ଓ ଜିପିଏଫ୍ ଆଦି ମିଳୁନି।

କୋରାପୁଟ: ଦୀର୍ଘ ଦିନ ଧରି ଗ୍ରାମାଂଚଳରେ କାମ କରି ଆସୁଥିବା ୪୬ଜଣ ପଂଚାୟତ ସଂପ୍ରସାରଣ ଅଧିକାରୀ (ପିଇଓ)ମାନେ ଅବରସ ନେବା ପରେ ସେମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ, ପେନସେନ୍ ଓ ଜିପିଏଫ୍ ଆଦି ମିଳୁନି। ଅପରପକ୍ଷରେ ପରିବାରବର୍ଗ ବାରମ୍ବାର ସେମାନେ କାମ କରି ଆସୁଥିବା ପଂଚାୟତ, ବ୍ଲକ, ଜିଲ୍ଲାପାଳ, ଜିଲ୍ଲାପଂଚାୟତ କାର୍ଯ୍ୟାଳୟ ସହ ଅଭିଯୋଗଶୁଣାଣୀକୁ ଦଉଡି ଦଉଡି ନୟାନ୍ତ ହୋଇ ପଡିଲେଣି। ଦିନ ଥିଲା ସେମାନେ ଅନ୍ୟ ମାନଙ୍କ ଦୁଃଖ ଦୁର୍ଦ୍ଧଶା ଦୁର କରୁଥିବା ବେଳେ ସେମାନେ ଏବେ ଅବସରନେବା ଏବଂ ମୃତ୍ୟ ପରେ ପରିବାରବର୍ଗଙ୍କ ଅବସ୍ଥା ଦହଗଂଜ।

ଦଶମନ୍ତପୁର ବ୍ଲକର ଡୁମ୍ବାଗୁଡା ପଂଚାୟତରେ କାର୍ଯ୍ୟ କରୁଥିବା ସମୟରେ ଗତ ୪ବର୍ଷ ହେବ ଆରପାରିକୁ ଚାଳିଯାଇଥିଲେ ପଂଚାୟତସଂପ୍ରସାରଣ ଅଧିକାରୀ ପ୍ରତାପ ଚନ୍ଦ୍ର ପଟ୍ଟନାୟକ। ତାଙ୍କ ମୃତ୍ୟୁ ପରେ ଏଯାଏଁ ତାଙ୍କ ପତ୍ନୀ ଗୀତାଂଜଳୀ ପଟ୍ଟନାୟକ ଦଶମନ୍ତପୁର ବ୍ଲକକୁ ଦୌଡି ଦୌଡି ନୟାନ୍ତ। ଏଯାଏଁ ଜିପିଏଫ୍ କିମ୍ବା ଅନ୍ୟ ଭତ୍ତା କିମ୍ବା ପେନସେନ୍ ମିଳୁନି।

 

ସେହିପରି ୨୦୨୦ ମସିହାରେ ଏଲ୍ ସୋମେଶୁ, ୨୦୨୨ରେ ବିଶ୍ବନାଥ ସେଠୀ ଆରପାରିକୁ ଚାଳିଯାଇଛନ୍ତି। ଏଯାଏଁ ତାଙ୍କ ପରିବାରବକୁ କିଛି ମିଳିନି। ସାଢ଼େ ୩ବର୍ଷ ତଳେ ଜୟପୁର ବ୍ଲକରେ ଅବସର ନେଇଥିଲେ ପିଇଓ ସୁରେଶ ରଥ। ତାଙ୍କରି ବି ଏଯାଏଁ ଜିପିଏଫ୍ ଅନ୍ୟ ଭତ୍ତା କିମ୍ବା ପେନସେନ୍ ମିଳୁନି। ବାରମ୍ବାର ଜୟପୁର ବ୍ଲକକୁ ଯାଇ ନିରାଶ ହୋଇଥିବା କହିଛନ୍ତି ଶ୍ରୀ ରଥ। ତେବେ ସେ ବୋରିଗୁମ୍ମା ଓ ଜୟପୁର ବ୍ଲକରେ ତାଙ୍କ ଚାକିରୀ ରେଗୁଲାରାଇଜଡ୍ ହୋଇନଥିବା ସୂଚନା ମିଳିଛି। ସେହିପରି ସ୍ବର୍ଗତ ପ୍ରତାପ ପଟ୍ଟନାୟକ ଚାକିରି କରି ମରିଯାଇଥିଲେସୁଦ୍ଧା ତାଙ୍କର ବି ରେଗୁଲାରାଇଜ ହୋଇନି।

ରୁବେନ ନାଗଙ୍କ ରେଗୁଲାରାଇଜ ହୋଇନି। ୪୬ଜଣଙ୍କ ମଧ୍ୟରୁ ୪୩ଜଣଙ୍କର କାଗଜପତ୍ର ଭୁବନେଶ୍ବର ଏଜି (ଏଏଣ୍ଡଏଫ) କଣେ୍ଟ୍ରାଲର ଅଫ ଆକାଉଣ୍ଟସ୍ ନିକଟରେ ଦାଖଲ ହୋଇନି। ବିଭିନ୍ନ କାରଣକୁ ନେଇ ୩ଟି ଆବେଦନ ଫେରି ଆସିଛି। ୫ଜଣଙ୍କ ନାଁରେ ଭିଜିଲାନସ୍ ମାମଲା, ଜଣକ ନାଁରେ ସରକାରୀ ଅର୍ଥ ବାକି ରହିଛି। ଏହି ପରିବାର ବାରମ୍ବାର ଅଭିଯୋଗ ପରେ   ଜିଲ୍ଲାପାଳ ଭି.କୀର୍ତ୍ତି ୱାସନ୍  ଜିଲ୍ଲା ପଂଚାୟତ ଅଧିକାରୀ ଯୁଗୋଳ କିଶୋର ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ସେ ୪୬ଜଣ ପାଇନଥିବା ଯାଂଚ ବେଳେ ଜାଣି ପାରିଥିଲେ। ତେବେ ବିଭିନ୍ନ ବ୍ଲକର ବିଡିଓଙ୍କ ଜରିଆରେ ଭୁବନେଶ୍ବର ଏଜି (ଏଏଣ୍ଡଏଫ) କଣେ୍ଟ୍ରାଲର ଅଫ ଆକାଉଣ୍ଟସ୍ ନିକଟରେ ଦାଖଲ ହେବା କଥା। ତେବେ ବିଡିଓ ମାନେ କାହିଁକି ଅବହେଳା କରୁଛନ୍ତି ବୋଲି ଅବସରପ୍ରାପ୍ତ ପିଇଓ ଓ ସେମାନଙ୍କ ପରିବାରବର୍ଗ କହିଛନ୍ତି। ଜିଲ୍ଲାପାଳ ପୁଣି ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଏହି ୪୬ଟି ପରିବାର ଏବେ ବଂଚିବା ପାଇଁ ସଂଘର୍ଷ କରୁଥିବା କହିଛନ୍ତି ସୁରେଶ ରଥ ଓ ଗୀତାଂଜଳି ପଟ୍ଟନାୟକ। କେତେ ଦିନ ମାଗିଯାଚି ବଂଚିବୁ ବୋଲି କିଛି ଅବସରପ୍ରାପ୍ତ ପିଇଓଓ ପରିବାରବର୍ଗ ବି କହିଛନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.