ଦେଶ ବିଦେଶ

୪୮ ଘଣ୍ଟା ମଧ୍ୟରେ ବିମାନ ଟିକେଟ୍ ବୁକିଂ ବାତିଲ ହେଲେ ଫେରସ୍ତ ହେବ ସମ୍ପୂର୍ଣ୍ଣ ଟଙ୍କା: ନୂଆ ନିୟମ ଆଣିଲା ଡିଜିସିଏ

Air ticket refund policy 2026: ଡିଜିସିଏ ଦ୍ୱାରା ଟିକେଟ୍ ଫେରସ୍ତରେ ବିଳମ୍ବ ଏବଂ ସମସ୍ୟା ସମ୍ପର୍କରେ ଯାତ୍ରୀଙ୍କ ଅଭିଯୋଗ ବୃଦ୍ଧି ପାଇବା ପରେ ଏହି ପଦକ୍ଷେପ ନେଲା ଡିଜିସିଏ।

ନୂଆଦିଲ୍ଲୀ: Air ticket refund policy 2026: ଗୁରୁବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ବିମାନ ଟିକେଟ୍ ଫେରସ୍ତ ଏବଂ ବାତିଲ ସମ୍ବନ୍ଧୀୟ ନିୟମଗୁଡ଼ିକୁ ସଂଶୋଧନ କରିଛି। ନୂଆ ନିୟମ ଅନୁଯାୟୀବୁକିଂର ୪୮ ଘଣ୍ଟା ମଧ୍ୟରେ ବାତିଲ କଲେ କିମ୍ବା ରୁଟ ପରିବର୍ତ୍ତନ କଲେ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ସେହିପରି ନିର୍ଦ୍ଦିଷ୍ଟ ମାମଲାରେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ ବୋଲି ଡିଜିସିଏ କହିଛି। ଏହି ସମସ୍ୟା ନେଇଯାତ୍ରୀଙ୍କର ବାରମ୍ବାର ଅଭିଯୋଗ ଇଣ୍ଡିଗୋ ବିମାନ ଚଳାଚଳରେ ସମସ୍ୟା ପରେ ଡିଜିସିଏ ଏହି ନିଷ୍ପତ୍ତି ନେଇଛି।

ତେବେ ବଡ଼ କଥା ହେଲା ଟିକେଟ ବୁକ୍ କରିବାର ୪୮ ଘଣ୍ଟା ଭିତରେ ଯଦି ଆପଣ ରୁଟ୍ ପରିବର୍ତ୍ତନ କରୁଛନ୍ତି ଏଥିରେ ଏୟାରଲାଇନ କୌଣସି ଅତିରିକ୍ତ ଚାର୍ଜ ନେବେ ନାହିଁ। ତେବେ ଏହି ସୁବିଧା ପାଇଁ କିଛି ସର୍ତ୍ତ ରଖାଯାଇଛି। ଏଥିପାଇଁ “ଫ୍ରି ଲୁକ୍-ଇନ୍ ପିରିୟଡ୍” ସର୍ତ୍ତ ରଖାଯାଇଛି। ଏହି ସୁବିଧା କେବଳ ସେତେବେଳେ ଉପଲବ୍ଧ ହେବ ଯଦି ଟିକେଟ୍ ବିମାନ ଉଡ଼ାଣ ତାରିଖର ଅତି କମରେ ସାତ ଦିନ ପୂର୍ବରୁ ବୁକ୍ କରାଯାଇଥାଏ। ଯଦି ଆପଣ ଉଡ଼ାଣର ଦୁଇ କିମ୍ବା ତିନି ଦିନ ପୂର୍ବରୁ ଆପଣଙ୍କ ଟିକେଟ୍ ବୁକ୍ କରନ୍ତି,ତେବେ ଏହି ୪୮ ଘଣ୍ଟାର ରିହାତି ପ୍ରଯୁଜ୍ୟ ହେବ ନାହିଁ।

ଡିଜିସିଏ ସ୍ପଷ୍ଟ କରିଛି ଯେ ଟିକେଟ୍ ଟ୍ରାଭେଲ ଏଜେଣ୍ଟ କିମ୍ବା କୌଣସି ପୋର୍ଟାଲ୍ (ଯେପରିକିMakeMyTrip, Goibiboଇତ୍ୟାଦି) ମାଧ୍ୟମରେ ବୁକ୍ କରାଯାଇଥିଲେ ବିଟିକେଟ୍ ଫେରସ୍ତ କରିବାର ଦାୟିତ୍ୱ କେବଳ ଏୟାରଲାଇନ୍ସ ଉପରେ ରହିବ।ଏଜେଣ୍ଟମାନଙ୍କୁ ଏୟାରଲାଇନ୍ସର ପ୍ରତିନିଧି ଭାବରେ ବିବେଚନା କରାଯାଏ,ତେଣୁ ଏୟାରଲାଇନ୍ସ ଏଜେଣ୍ଟଙ୍କ ପାଖରେ ଟଙ୍କା ଅଛି ବୋଲି ବାହାନା କରିପାରିବ ନାହିଁ।ବିମାନ କମ୍ପାନୀଗୁଡ଼ିକ ୧୪ ୱାର୍କିଂ ଡେ ମଧ୍ୟରେ ଟଙ୍କା ଫେରସ୍ତ ପ୍ରକ୍ରିୟା ସାରିବେ।

ଯଦି ଯାତ୍ରୀ କିମ୍ବା ପରିବାରର କୌଣସି ସଦସ୍ୟ (ସମାନ ପିଏନଆରରେ) ଯାତ୍ରା ସମୟରେ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି,ତେବେ ବିମାନ କମ୍ପାନୀକୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କିମ୍ବାକ୍ରେଡିଟ୍ ସେଲ୍‘ (ଯାହା ପରେ ବ୍ୟବହାର କରାଯାଇପାରିବ) ପ୍ରଦାନ କରିବାକୁ ପଡିବ। ଅନ୍ୟାନ୍ୟ ରୋଗ କ୍ଷେତ୍ରରେ,ବିମାନ କମ୍ପାନୀର ଏରୋସ୍ପେସ୍ ମେଡିସିନ୍ ବିଶେଷଜ୍ଞ କିମ୍ବା ଡିଜିସିଏ-ନିଯୁକ୍ତ ଡାକ୍ତରଙ୍କ ଫିଟନେସ୍ ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button