ଜାତୀୟ

୫୦୦ କୁକୁରଙ୍କୁ ହତ୍ୟା ! ନିର୍ବାଚନ ପ୍ରତିଶ୍ରୁତି ପାଇଁ ବିଷ ଦେଇ ମାରିଦେଲେ ସରପଞ୍ଚ

୨୦୨୬ ଜାନୁଆରୀ ୧୨ ତାରିଖରେ ଷ୍ଟ୍ରେ ଆନିମଲ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ଆଦୁଲାପୁରମ୍ ଗୌତମ ମାଚାରେଡି ଥାନାରେ ଏକ ଅଭିଯୋଗ କରିଛନ୍ତି।ସେ କହିଛନ୍ତି ୟେ, ମାଚାରେଡି ଥାନା ଅଞ୍ଚଳରେ ଭାବନିପେଟ, ପଲବାଞ୍ଚା, ଫରିଦପେଟ, ୱାଡି ଏବଂ ବୃନ୍ଦାରମେଶ୍ୱରପାଲ୍ଲୀ ଗାଁ ରହିଛି । ଏହି ସବୁ ଗାଁରେ ଗତ ଦୁଇରୁ ତିନି ଦିନ ଭିତରେ ପ୍ରାୟ ୪୦୦ରୁ ୫୦୦ ବୁଲା କୁକୁରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ଥାନୀୟ ସରପଞ୍ଚଙ୍କ ନିର୍ଦ୍ଦେଶ କ୍ରମେ କୁକୁରଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।

ହାଇଦ୍ରାବାଦ ୧୪/୦୧: ଭୋଟ୍ ପାଇଁ କୁକୁରକୁ ହତ୍ୟା । ନିର୍ବାଚନ ବେଳେ ଦେଇଥିଲେ ପ୍ରତିଶ୍ରୁତି । ଆଉ ଜିତିଲା ପରେ ଆରମ୍ଭ ହୋଇଗଲା କୁକୁର କିଲିଂ । ଗୋଟିକି ଦୁଇଟି ନୁହେଁ୫୦୦ରୁ ଅଧିକ କୁକୁରଙ୍କୁ ହତ୍ୟା । ଏପରି ଘଟଣା ସାମ୍ନାକୁ ଆସିଛି ତେଲଙ୍ଗାନାରେ । ଏହାକୁ ନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି ।

ରିପୋର୍ଟ ଅନୁସାରେ, ୨୦୨୬ ଜାନୁଆରୀ ୧୨ ତାରିଖରେ ଷ୍ଟ୍ରେ ଆନିମଲ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ଆଦୁଲାପୁରମ୍ ଗୌତମ ମାଚାରେଡି ଥାନାରେ ଏକ ଅଭିଯୋଗ କରିଛନ୍ତି।ସେ କହିଛନ୍ତି ୟେ, ମାଚାରେଡି ଥାନା ଅଞ୍ଚଳରେ ଭାବନିପେଟ, ପଲବାଞ୍ଚା, ଫରିଦପେଟ, ୱାଡି ଏବଂ ବୃନ୍ଦାରମେଶ୍ୱରପାଲ୍ଲୀ ଗାଁ ରହିଛି । ଏହି ସବୁ ଗାଁରେ ଗତ ଦୁଇରୁ ତିନି ଦିନ ଭିତରେ ପ୍ରାୟ ୪୦୦ରୁ ୫୦୦ ବୁଲା କୁକୁରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ଥାନୀୟ ସରପଞ୍ଚଙ୍କ ନିର୍ଦ୍ଦେଶ କ୍ରମେ କୁକୁରଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।

ତେବେ ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି।

ଘଟଣାକୁ ନେଇ ଗ୍ରାମବାସୀଙ୍କ କହିବା କଥା ହେଲା, ଡିସେମ୍ଵରରେ ହୋଇଥିବା ନିର୍ବାଚନରେ ବୁଲା କୁକୁର ସମସ୍ୟା ଦୂର କରିବା ପାଇଁ ସରପଞ୍ଚ ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ଜିତିବା ପରେ ଏହାକୁ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ତେଣୁ ଏତେ ସଂଖ୍ୟାରେ କୁକୁରଙ୍କୁ ସାମୂହିକ ଭାବେ ହତ୍ୟା କରାଯାଇଛି। ଗାଁ ବାହାରେ ଏହି କୁକୁରଙ୍କ ଶବ ପୋତା ଯାଇଛି। ପଶୁ ଚିକିତ୍ସକ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁକୁରଙ୍କ ଶବ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button