Breaking News

୫ ଦିନରେ ସେନ୍‌ସେକ୍ସ ବଢ଼ିଲା ୨୭୦୦ ପଏଣ୍ଟ: ଫେରିଲେ ବିଦେଶୀ ନିବେଶକ

ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଦ୍ବିତୀୟ ତ୍ରୈମାସିକରେ ୫.୪ ପ୍ରତିଶତ ଭଳି ନିମ୍ନସ୍ତରକୁ ଖସିଯିବା ଷ୍ଟକ୍ ବଜାର କାରବାରକୁ କୌଣସି ପ୍ରକାରରେ ପ୍ରଭାବିତ କରିନାହିଁ। ଗତ ପ‌ାଞ୍ଚଟି କାରବାର ଦିନରେ ସେନ୍‌ସେକ୍ସ ୨୭୦୦ ପଏଣ୍ଟ ବୃଦ୍ଧି ହୋଇଛି।

ମୁମ୍ବାଇ: ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଦ୍ବିତୀୟ ତ୍ରୈମାସିକରେ ୫.୪ ପ୍ରତିଶତ ଭଳି ନିମ୍ନସ୍ତରକୁ ଖସିଯିବା ଷ୍ଟକ୍ ବଜାର କାରବାରକୁ କୌଣସି ପ୍ରକାରରେ ପ୍ରଭାବିତ କରିନାହିଁ। ଗତ ପ‌ାଞ୍ଚଟି କାରବାର ଦିନରେ ସେନ୍‌ସେକ୍ସ ୨୭୦୦ ପଏଣ୍ଟ ବୃଦ୍ଧି ହୋଇଛି। ଏଥି ସହିତ ପୁଣି ଥରେ ଏହା ୮୧ ହଜାର ପଏଣ୍ଟ ସ୍ତର ଅତିକ୍ରମ କରିଛି। ଗୁରୁବାର ସେନ୍‌ସେକ୍ସ ୮୦୯ ପଏଣ୍ଟ ବୃଦ୍ଧି ପାଇ ୮୧୭୬୫ ପଏଣ୍ଟରେ ପହଞ୍ଚିଛି। ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୨୪୦ ପଏଣ୍ଟ ବୃଦ୍ଧି ପାଇ ୨୪୭୦୮ ପଏଣ୍ଟରେ ବନ୍ଦ ହୋଇଛି। ଦେଶର ଅର୍ଥନୀତିକୁ ଗତି ପ୍ରଦାନ କରିବା ଲାଗି ଆସନ୍ତାକାଲି ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ହ୍ରାସ ଘୋଷଣା କରିବା ସମ୍ଭାବନା ଥିବା ବେଳେ ନଗଦ ଜମା ଅନୁପାତ (ସିଆର୍‌ଆର୍‌)ରେ ହ୍ରାସ ହେବାର ସମ୍ଭାବନା ମଧ୍ୟ ରହିଛି।

ତାହାକୁ ନଜରରେ ରଖି ନିବେଶକମାନେ ଅଧିକ ପରିମାଣରେ ସେୟାର କିଣିଛନ୍ତି। ଚଳିତ ବର୍ଷ ଅକ୍ଟୋବର ୨୧,୬୧୨ କୋଟି ଟଙ୍କା ଓ ନଭେମ୍ବରରେ ୯୪୦୧୭ କୋଟି ଟଙ୍କାର ପାଣ୍ଠି ପ୍ରତ୍ୟାହାର କରିଥିବା ବୈଦେଶିକ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ମାନେ ପୁଣି ଥରେ ଦେଶରେ ନିବେଶ ଆରମ୍ଭ କରିଛନ୍ତି। ଚଳିତ ମାସର ୨ ଓ ୩ ତାରିଖରେ ସେମାନେ ୧୩ ହଜାର କୋଟି ଟଙ୍କା ନିବେଶ କରିଥିବା ବେଳେ ଗତକାଲି ୧୭୯୭ କୋଟି ଟଙ୍କା ନିବେଶ କରିଛନ୍ତି। ସେମାନେ ସୂଚନା ପ୍ରଯୁକ୍ତି, ଆର୍ଥିକ ସେବା ଓ ଏଫ୍ଏମ୍‌ସିଜି କ୍ଷେତ୍ରର କମ୍ପାନିଗୁଡ଼ିକର ସେୟାର କିଣୁଛନ୍ତି।

ସୌଜନ୍ୟ-ସମ୍ୱାଦ

Comments are closed.