Breaking News

୬୦% ଷ୍ଟାର୍ଟଅପ୍ ‌ଖୋର୍ଦ୍ଧାରେ: ମାଲକାନଗିରିରେ ମାତ୍ର ଗୋଟିଏ, ସବୁ ଜିଲ୍ଲାରେ ଅଛି ଷ୍ଟାର୍ଟଅପ୍

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୨୦୯୭ଟି ଷ୍ଟାର୍ଟଅପ୍‌କୁ ସ୍ବୀକୃତି ମିଳିଛି। ସେଥିରୁ ୬୦ ପ୍ରତିଶତ ଷ୍ଟାର୍ଟଅପ୍ ଖୋର୍ଦ୍ଧା ଜିଲ୍ଲାରେ ରହିଛି। ପ୍ରକୃତରେ ଅଧିକ ଷ୍ଟାର୍ଟଅପ୍ ଭୁବନେଶ୍ବରରେ ଅଛି। ଯେହେତୁ ଏହା ଖୋର୍ଦ୍ଧା ଜିଲ୍ଲା ଅଧୀନରେ ଆସୁଛି,‌ ତେଣୁ ଏହି ଜିଲ୍ଲା ତାଲିକାର ଶୀର୍ଷରେ ରହିଛି।

ଭୁବନେଶ୍ବର: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୨୦୯୭ଟି ଷ୍ଟାର୍ଟଅପ୍‌କୁ ସ୍ବୀକୃତି ମିଳିଛି। ସେଥିରୁ ୬୦ ପ୍ରତିଶତ ଷ୍ଟାର୍ଟଅପ୍ ଖୋର୍ଦ୍ଧା ଜିଲ୍ଲାରେ ରହିଛି। ପ୍ରକୃତରେ ଅଧିକ ଷ୍ଟାର୍ଟଅପ୍ ଭୁବନେଶ୍ବରରେ ଅଛି। ଯେହେତୁ ଏହା ଖୋର୍ଦ୍ଧା ଜିଲ୍ଲା ଅଧୀନରେ ଆସୁଛି,‌ ତେଣୁ ଏହି ଜିଲ୍ଲା ତାଲିକାର ଶୀର୍ଷରେ ରହିଛି। କଟକ ଜିଲ୍ଲାରେ ୧୪୮, ଗଞ୍ଜାମରେ ୮୯ ଓ ବାଲେଶ୍ବରରେ ୪୩ଟି ଷ୍ଟାର୍ଟଅପ୍ ରହିଛି। ବିଧାନସଭାରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଜିଲ୍ଲାୱାରୀ ତଥ୍ୟ ମୁତାବକ, ରାଜ୍ୟର ସର୍ବାଧିକ ୧୨୪୯ଟି ଷ୍ଟାର୍ଟଅପ୍ ଖୋର୍ଦ୍ଧାରେ ରହଛି।

ସୁନ୍ଦରଗଡ଼ରେ ୬୯, ସମ୍ବଲପୁରରେ ୩୪, ପୁରୀରେ ୩୧, କେନ୍ଦୁଝରରେ ୨୫ ଓ କେନ୍ଦ୍ରାପଡ଼ାରେ ୨୪ଟି ଷ୍ଟାର୍ଟଅପ୍ ରହିଛି। ଷ୍ଟାର୍ଟଅପ୍ ବ୍ୟବସ୍ଥାରେ ଦୁର୍ବଳ ପ୍ରଦର୍ଶନକାରୀ ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ମାଲକାନଗିରି। ସେଠାରେ ମାତ୍ର ଗୋଟିଏ ଷ୍ଟାର୍ଟଅପ୍ ରହିଛି। ବୌଦ୍ଧ ଓ କନ୍ଧମାଳରେ ୨ଟି ଲେଖାଏଁ, ସୋନପୁରରେ ୩ଟି, ନବରଙ୍ଗପୁର ଓ ନୂଆପଡ଼ାରେ ୫ଟି ଲେଖାଏଁ ଏବଂ କୋରାପୁଟ ଓ ଗଜପତିରେ ୬ଟି ଲେଖାଏଁ ଷ୍ଟାର୍ଟଅପ୍ ରହିଛି। ରାଜ୍ୟର ସବୁ ଜିଲ୍ଲାରେ ଷ୍ଟାର୍ଟଅପ୍ ସୃଷ୍ଟି ହୋଇଛନ୍ତି। ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ଷ୍ଟାର୍ଟଅପ୍ ସଂଖ୍ୟା ୧୦-୨୦ ମଧ୍ୟରେ ରହିଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଓଡ଼ିଶା ବାହାରେ ୧୪୨ଟି ଷ୍ଟାର୍ଟଅପ୍ ରହଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଷ୍ଟାର୍ଟଅପ୍‌କୁ ନବସୃଜନ ପାଇଁ ପ୍ରୋତ୍ସାହନ ରାଶି ବାବଦରେ ସରକାର ୨୫.୪୮ କୋଟି ଟଙ୍କା ପ୍ରଦାନ କରିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.