ଓଡିଶାଜିଲ୍ଲା

Challenge to Police: ପୁଲିସଙ୍କୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ: ବନ୍ଧୁକ ମୁନରେ ଲୁଟିନେଲେ ସାଢ଼େ ତିନି ଲକ୍ଷ

କୋଇଡ଼ା ଖଣି ଅଞ୍ଚଳରେ ପୁଲିସକୁ ଡକାୟତ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବୁଧବାର ରାତିରେ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଓ ଛୁରୀ ଦେଖାଇ କୋଇଡ଼ା ମୁଖ୍ୟ ଛକରେ ଥିବା ତାରିଣୀ ପରିବହନ ନାମକ ଏକ ଘରୋଇ ସଂସ୍ଥାର କାର୍ଯାଳୟରେ ପଶି ସାଢେ ୩ ଲକ୍ଷ ଟଙ୍କା ଲୁଟିନେଇଛନ୍ତି....

ସୁନ୍ଦରଗଡ଼: କୋଇଡ଼ା ଖଣି ଅଞ୍ଚଳରେ ପୁଲିସକୁ ଡକାୟତ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ୧୦ ଦିନ ତଳେ କୋଇଡାର ରେଙ୍ଗାଲବେଡା ଠାରେ ମୁଖାପିନ୍ଧା ଦୁର୍ବୃତ୍ତ ସଶସ୍ତ୍ର ଡକାୟତି କରିଥିଲେ ।

ପୁଣି ବୁଧବାର ରାତିରେ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଓ ଛୁରୀ ଦେଖାଇ କୋଇଡ଼ା ମୁଖ୍ୟ ଛକରେ ଥିବା ତାରିଣୀ ପରିବହନ ନାମକ ଏକ ଘରୋଇ ସଂସ୍ଥାର କାର୍ଯାଳୟରେ ପଶି ସାଢେ ୩ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ।  ଦୁର୍ବୃତ୍ତମାନେ କାର୍ଯ୍ୟାଳୟର ସିସିଟିଭି ଭାଙ୍ଗିବା ସହିତ ହାର୍ଡ ଡିସ୍କ୍ ନେଇଯାଇଛନ୍ତି।

କୋଇଡ଼ା ଏକ ଖଣି ଅଞ୍ଚଳ ହୋଇଥିବାରୁ ଏଠାରେ ରାତି ତମାମ ପରିବହନ କାର୍ଯ୍ୟାଳୟ ଚାଲିଥାଏ । ଗାଡ଼ି ଚାଳକମାନଙ୍କୁ ଆଡଭାନ୍ସ ଦେବାକୁ ନଗଦ ଟଙ୍କା ମଧ୍ୟ କାର୍ଯ୍ୟାଳୟରେ ରଖାଯାଇଥାଏ । ଏହାର ସୁଯୋଗ ନେଇ ଏହି ଅଞ୍ଚଳରେ ବାରମ୍ବାର ଡକାୟତି ବଢି ଚାଲିଛି । କୋଇଡ଼ା ଥାନା ଅଞ୍ଚଳ ତଥା ବଣାଇଁ ଉପଖଣ୍ଡ ସବୁଠି ବଡଧରଣର ଲୁଟ୍‌ ଚାଲିଛି ।

ଲୁଟେରାଙ୍କ ଟେର୍ ପୁଲିସ ପାଉନି

ହେଲେ ଲୁଟେରାଙ୍କ ଟେର୍ ପୁଲିସ ପାଇପାରୁନି । ଅନ୍ୟପଟେ ଡକାୟତଙ୍କୁ କାବୁ କରିବା ପାଇଁ ଯାଇଥିବା ପୁଲିସ ଟିମ୍‌ର ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଛି । ପୁଲିସ ଟିମ୍‌ ଗାଡ଼ିରୁ ଓହ୍ଲାଉଥିବା ବେଳେ ବିପରିତ ଦିଗରୁ ଡକାୟତମାନେ ଅସି ଗାଡ଼ି ଚଢ଼ାଇ ତାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି ।

ସମ୍ପୃକ୍ତ ଚାଳକ ବେସରକାରୀ ଭାବେ ଥାନା ଗାଡ଼ି ଚାଳକ ଭାବେ କାମ କରୁଥିଲେ। ତାଙ୍କ ନାଁ ରାହୁଲ ସଫର ବୋଲି ଜଣାପଡ଼ିଛି।  ଘଟଣାସ୍ଥଳରେ କୋଇଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button