Breaking News

୯ ଜିଲ୍ଲାର ମାଟି ତଳେ ସୁନା: ଅନ୍ବେଷଣ, ଅନୁସନ୍ଧାନ ଚାଲିଛି

ଖଣିଜ ସମ୍ପଦ ଭରା ଓଡ଼ିଶା ମାଟି ତଳେ ମୂଲ୍ୟବାନ ସୁନା ବି ରହିଛି। ରାଜ୍ୟର ୯ଟି ଜିଲ୍ଲାରେ ସୁନାର ଭଣ୍ଡାର ଥିବା ଅନୁମାନ କରାଯାଉଛି। ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା....

ଭୁବନେଶ୍ବର: ଖଣିଜ ସମ୍ପଦ ଭରା ଓଡ଼ିଶା ମାଟି ତଳେ ମୂଲ୍ୟବାନ ସୁନା ବି ରହିଛି। ରାଜ୍ୟର ୯ଟି ଜିଲ୍ଲାରେ ସୁନାର ଭଣ୍ଡାର ଥିବା ଅନୁମାନ କରାଯାଉଛି। ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ସୂଚନା ଅନୁସାରେ ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁରଅନୁଗୁଳ, କୋରାପୁଟ, ମାଲକାନଗିରିସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ସୁନା ରହିଛି।

ମନ୍ତ୍ରୀ ଶ୍ରୀ ଜେନା ଜଣାଇଛନ୍ତି ଯେ ଦେବଗଡ଼ର ଆଡାସ-ରାମପାଲ୍ଲୀ ଅଞ୍ଚଳରେ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ବାରା ତମ୍ବା ପଥର ପାଇଁ ଜି-୨ ସ୍ତର ଅନ୍ବେଷଣ ବେଳେ ସେଠାରେ ସୁନାର ସନ୍ଧାନ ମିଳିଥିଲା। ବର୍ତ୍ତମାନ ସେହି ସ୍ଥାନରେ ଅନ୍ବେଷଣ ଜାରି ରହିଛି। କେନ୍ଦୁଝର ଜିଲ୍ଲାର ଗୋପୁର-ଜାଗିପୁର, ମାଙ୍କଡ଼ଚୁଆଁ, ସଲେଇକଣା, ଡିମିରିମୁଣ୍ଡାରେ ମଧ୍ୟ ସୁନା ଚିହ୍ନଟ କରାଯାଇଛି। ତେଣୁ ସେହି ସ୍ଥାନଗୁଡ଼ିକରେ ଅନୁସନ୍ଧାନ ପ୍ରକ୍ରିୟା ଜାରି ରହିଛି। ମୟୂରଭଞ୍ଜର ଯଶିପୁରା, ସୁଆରିଗୁଡ଼ା, ରୁଆଁସି, ଇଡେଲକୁଚା, ମାରେଡିହି, ସୁଲେଇପାଟ ଓ ବାଦାମପାହାଡ଼ ଅଞ୍ଚଳରେ ସୁନା ଥିବା ଅନୁମାନ କରାଯାଉଛି। ତେଣୁ ସୁନା ଅନ୍ବେଷଣ ପାଇଁ ପ୍ରାରମ୍ଭିକ ଅନୁସନ୍ଧାନ କାମ ଚାଲିଛି। ଏହା ବ୍ୟତୀତ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧରେ କେତେକ ସ୍ଥାନରେ ସୁନା ଥିବାର ସୂଚନା ମିଳିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.