ରାଜନୀତି

100% FDI : ବୀମାରେ ୧୦୦% ଏଫ୍‌ଡିଆଇକୁ ଅନୁମତି ମିଳିବ

ଫେବ୍ରୁଆରି ୫ ସୁଦ୍ଧା ଭାରତ ସରକାର ନୂତନ ବୀମା ଆଇନ ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ନୂଆ ଆଇନ କାର୍ଯ୍ୟକାରୀ ହେଲେ ବୀମା ଶିଳ୍ପରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ସୀମା ୧୦୦ ପ୍ରତିଶତକୁ ବୃଦ୍ଧି ପାଇବ।

ନୂଆଦିଲ୍ଲୀ : ଫେବ୍ରୁଆରି ୫ ସୁଦ୍ଧା ଭାରତ ସରକାର ନୂତନ ବୀମା ଆଇନ ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ନୂଆ ଆଇନ କାର୍ଯ୍ୟକାରୀ ହେଲେ ବୀମା ଶିଳ୍ପରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ସୀମା ୧୦୦ ପ୍ରତିଶତକୁ ବୃଦ୍ଧି ପାଇବ। ବୀମା ଆଇନ-୧୯୩୮, ଜୀବନ ବୀମା ଆଇନ-୧୯୫୬ ଓ ବୀମା ନିୟାମକ ଓ ଉନ୍ନୟନ ପ୍ରାଧିକରଣ ଆଇନ-୧୯୯୯ର ସଂଶୋଧନ କରାଯାଇ ଏହି ନୂଆ ଆଇନ ଅଣାଯାଇଛି। ଏହି ନୂଆ ଆଇନ ଅନୁଯାୟୀ ବୀମା ଶିଳ୍ପରେ ବିଦେଶୀ ନିବେଶକମାନେ ଭାରତୀୟ ବୀମା ବଜାରରେ ୧୦୦ ପ୍ରତିଶତ ପୁଞ୍ଜିନିବେଶ କରିପାରିବେ। କିନ୍ତୁ ଏଥିରେ କେତେକ ସର୍ତ୍ତ ରହିଛି।

ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଲା କଂପାନିର ମୁଖ୍ୟ ନେତୃତ୍ତ୍ବ ଭାରତୀୟ ଅଧିକାରୀଙ୍କର ହେବ। ଅର୍ଥାତ କଂପାନିର ଅଧ୍ୟକ୍ଷ-ପରିଚାଳନା ନିର୍ଦ୍ଦେଶକ କିମ୍ବା ସିଇଓ ଜଣେ ଭାରତୀୟ ହୋଇଥିବା ଆବଶ୍ୟକ। ସୂଚନାଯୋଗ୍ୟ ଅର୍ଥନୈତିକ ସଂସ୍କାର ପରେ ବୀମା ଶିଳ୍ପରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ସୀମା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ୨୦୧୫ରେ ଏହି ସୀମାକୁ ୨୬ରୁ ବୃଦ୍ଧି କରାଯାଇ ୪୯ ପ୍ରତିଶତ କରାଯାଇଥିଲା। ସେହିପରି ୨୦୨୧ରେ ପୁଣି ବୀମାରେ ଏଫ୍‌ଡିଆଇ ସୀମା ବୃଦ୍ଧି ପାଇ ୭୪ ପ୍ରତିଶତରେ ପହଞ୍ଚିଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button