ଓଡିଶାବାଣିଜ୍ୟ

11,000 crore loan: ଖୋଲା ବଜାରରୁ ୧୧,୦୦୦ କୋଟି ଋଣ

ରାଜ୍ୟ ସରକାର ୨୦୨୬ ଜାନୁଆରି ସୁଦ୍ଧା ଖୋଲା ବଜାରରୁ ୧୧ ହଜାର କୋଟି ଟଙ୍କାର ଋଣ ଆଣିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ଅଣାଯାଇଥିବା ୨୦,୭୮୦ କୋଟି ଟଙ୍କା ଋଣଠାର ତାହା କମ୍‌ ରହିଛି।

ଭୁବନେଶ୍ବର: ରାଜ୍ୟ ସରକାର ୨୦୨୬ ଜାନୁଆରି ସୁଦ୍ଧା ଖୋଲା ବଜାରରୁ ୧୧ ହଜାର କୋଟି ଟଙ୍କାର ଋଣ ଆଣିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ଅଣାଯାଇଥିବା ୨୦,୭୮୦ କୋଟି ଟଙ୍କା ଋଣଠାର ତାହା କମ୍‌ ରହିଛି। ୨୦୨୬ ଜାନୁଆରି ସୁଦ୍ଧା ରାଜ୍ୟ ସରକାର ନାବାର୍ଡରୁ ୧୦୭୫.୫୯ କୋଟି ଟଙ୍କା, ଭାରତ ସରକାରଙ୍କଠାରୁ ୩୩୫୨.୩୫ କୋଟି ଟଙ୍କା, ଗ୍ରାମ୍ୟ ବିଦ୍ୟୁତ୍‌କରଣ ନିଗମ ଓ ଅନ୍ୟାନ୍ୟ ସୂତ୍ରରୁ ୫୨୦୦ କୋଟି ଟଙ୍କା ଋଣ ଆଣିଥିଲେ। ମୋଟ୍‌ ଉପରେ ଋଣ ପରିମାଣ ୧୮,୧୮୩.୫୬ କୋଟି ଟଙ୍କା ରହିଛି।

୨୦୨୪-୨୫ ଆର୍ଥିକ ବର୍ଷ‌ରେ ରାଜ୍ୟ ସରକାର ନାବାର୍ଡରୁ ୪୨୬୫.୮୬ କୋଟି ଟଙ୍କା, ଭାରତ ସରକାରଙ୍କଠାରୁ ୭୭୩୬.୫୯ କୋଟି ଟଙ୍କା ଓ ଗ୍ରାମ୍ୟ ବିଦ୍ୟୁତ୍‌କରଣ ନିଗମ ଓ ଅନ୍ୟାନ୍ୟ ସୂତ୍ରରୁ ୯୯୫୦ କୋଟି ଟଙ୍କା ଋଣ ଆଣିଥିଲେ। ଏହି ଆର୍ଥିକ ବର୍ଷରେ ସରକାର ମୋଟ୍‌ ୪୧,୭୫୦ କୋଟି ଟଙ୍କାର ଋଣ ଆଣିଥିଲେ। ଅଣାଯାଇଥିବା ଋଣକୁ ସମ୍ପୂର୍ଣ୍ଣ ରୂପେ ଭିତ୍ତିଭୂମି ଓ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟବହାର କରାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button