ମୁମ୍ବାଇ: ଡିଜିଟାଲ୍ ପେମେଣ୍ଟ୍, ବିଶେଷ କରି ୟୁପିଆଇର ଗ୍ରହଣୀୟତା ବଢ଼ିବା ପରେ ଏଟିଏମମ୍ ଉପରେ ଲୋକମାନଙ୍କ ନିର୍ଭରଶୀଳତା କମ୍ ହୋଇଛି। ଏହାର ପ୍ରଭାବରେ ବ୍ୟାଙ୍କଗୁଡ଼ିକ ଗୋଟିଏ ବର୍ଷରେ ୨୩୬୦ ଏଟିଏମ୍କୁ ବନ୍ଦ କରିଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୨୦୨୫ ମାର୍ଚ୍ଚ ସୁଦ୍ଧା ଦେଶରେ ଏଟିଏମ୍ ସଂଖ୍ୟା ୨,୫୧,୦୫୭କୁ ଖସିଆସିଛି। ୨୦୨୪ରେ ଏହି ସଂଖ୍ୟା ୨,୫୩,୪୧୭ ଥିଲା। ରିଜର୍ଭ ବ୍ୟାଙ୍କ କହିଛି ଯେ ଲୋକମାନେ ଦୈନନ୍ଦିନ ଜୀବନରେ ଛୋଟମୋଟ ପେମେଣ୍ଟ କରିବା ଲାଗି ଏଟିଏମ୍ରୁ ଟଙ୍କା ଉଠାଇବା ବଦଳରେ ଡିଜିଟାଲ୍ ପେମେଣ୍ଟ୍ କରିବାକୁ ପସନ୍ଦ କରୁଛନ୍ତି। ତଥ୍ୟ କହୁଛି ଘରୋଇ ବ୍ୟାଙ୍କଗୁଡ଼ିକ ଅଧିକ ଏଟିଏମ୍ ବନ୍ଦ କରିଛନ୍ତି। ଘରୋଇ ବ୍ୟାଙ୍କର ଏଟିଏମ୍ ସଂଖ୍ୟା ୨୦୨୪ରେ ୭୯,୮୮୪ ଥିଲା।

