247 encroachments removed from AIIMS: ଏମ୍ସ ରାସ୍ତାରୁ ହଟିଲା ୨୪୭ ଜବରଦଖଲ: ଭାଙ୍ଗିଲା ୫୦ରୁ ଅଧିକ କବାଡ଼ିଆ ଦୋକାନ
ବିଡିଏ ଓ ବିଏମସି ଆଜି ମିଳିତ ଭାବେ ଏମସ ରାସ୍ତାରୁ ଜବରଦଖଲ ଉଛେଦ କରିଛନ୍ତି। ୨୪୭ରୁ ଅଧିକ ଦୋକାନ ଓ ଅନ୍ୟାନ୍ୟ ନିର୍ମାଣ ହଟାଯାଇଛି। ଯେଉଁଥିରେ କେବଳ ୫୦ରୁ ଅଧିକ କବାଡ଼ିଆ ଦୋକାନ ରହିଛି।

ଭୁବନେଶ୍ୱର: ବିଡିଏ ଓ ବିଏମସି ଆଜି ମିଳିତ ଭାବେ ଏମସ ରାସ୍ତାରୁ ଜବରଦଖଲ ଉଛେଦ କରିଛନ୍ତି। ୨୪୭ରୁ ଅଧିକ ଦୋକାନ ଓ ଅନ୍ୟାନ୍ୟ ନିର୍ମାଣ ହଟାଯାଇଛି। ଯେଉଁଥିରେ କେବଳ ୫୦ରୁ ଅଧିକ କବାଡ଼ିଆ ଦୋକାନ ରହିଛି। ଏହି ଜବରଦଖଲ ଉଚ୍ଛେଦ ଫଳରେ ଏମସକୁ ରୋଗୀ ଓ ଆମ୍ବୁଲାନ୍ସ ଯିବା ରାସ୍ତା ଅବରୋଧ ଅବରୋଧମୁକ୍ତ ହୋଇଛି। ଏମସ ରାସ୍ତା ଜବରଦଖଲ କାରଣରୁ ଅନେକ ସମୟରେ ରୋଗୀ ଓ ସଂପର୍କୀୟମାନେ ଯାତାୟାତରେ ଅସୁବିଧା ହେଉଥିଲା। ଆମ୍ବୁଲାନ୍ସ ଯିବା ବେଳେ ମଧ୍ୟ ବହୁ ସମସ୍ଯା ଭୋଗୁଥିଲେ ରୋଗୀ ଓ ସମ୍ପର୍କୀୟ। ଦୈନିକ ରାଜ୍ଯ ଓ ରାଜ୍ଯ ବାହାରୁ ଏଠାକୁ ହଜାର ହଜାର ରୋଗୀ ଓ ତାଙ୍କ ସଂପର୍କୀୟମାନେ ଆସୁଛନ୍ତି।
ଭାଙ୍ଗିଲା ୫୦ରୁ ଅଧିକ କବାଡ଼ିଆ ଦୋକାନ
ରୋଗୀ, ଆମ୍ବୁଲାନ୍ସ ଯିବା ବାଟ ଅବରୋଧମୁକ୍ତ
ଏହାକୁ ଦୃଷ୍ଟିରେ ରଖି ଏମସ ରାସ୍ତାର ଉଭୟ ପାର୍ଶ୍ୱକୁ ଜବରଦଖଲ କରି ରଖିଥିବା କବାଡିଆ ଦୋକାନ, ଆଜବେଷ୍ଟସ ଦୋକାନ, କ୍ଯାବିନ, ହୋଟେଲ, ଗ୍ଯାରେଜ ଉଚ୍ଛେଦ କରାଯାଇଛି। ପ୍ରାୟ ୨ ଏକର ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଉଭୟ ମହିଳା ଓ ପୁରୁଷ ପୁଲିସ ମୁତୟନ ହୋଇଥିଲେ। ଉଚ୍ଛେଦ ସମୟରେ ବିଏମସି ଦକ୍ଷିଣ-ପଶ୍ଚିମ ଜୋନର ଡେପୁଟି କମିସନର ରାକେଶ କୁମାର ପାତ୍ର, ବିଡିଏ ଏନଫୋର୍ସମେଣ୍ଟ ଅଫିସର ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷେ ଆଜି ବିଡିଏ ପକ୍ଷରୁ ପଟିଆ ମୌଜାରେ ଜବରଦଖଲ ଉଚ୍ଛେଦ କରାଯାଇଛି। ୩ଟି ଆଜବେଷ୍ଟସ ଘର, ୫୦ ଫୁଟ ଲମ୍ବର ପାଚେରୀ ଭଙ୍ଗାଯାଇଛି। ପ୍ରାୟ ୧୦୦ ଡେସିମାଲ ସରକାରୀ ଜମିକୁ ଜବରଦଖଲମୁକ୍ତ କରାଯାଇଛି। ବିଏମସି ବି ବିଭିନ୍ନ ଜାଗାରୁ ବେଆଇନ ହୋର୍ଡିଂ ସବୁ ହଟାଇବା ଆରମ୍ଭ କରିଛି।
ସୌଜନ୍ୟ ସମ୍ବାଦ




