ଦେଶ ବିଦେଶ

ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ ତୀବ୍ର: ୩୬ କ୍ଷେପଣାସ୍ତ୍ର ୨୪୨ ଡ୍ରୋନ୍ ମାଡ଼

ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ, ଏହାର ସେନା ଓରେସ୍ନିକ୍ ହାଇପରସୋନିକ୍ ଓ ଅନ୍ୟାନ୍ୟ କ୍ଷେପଣାସ୍ତ୍ର ବ୍ୟବହାର କରି ୟୁକ୍ରେନ୍ ଉପରେ ରଣନୀତିକ ଲକ୍ଷ୍ୟ ଉପରେ ଆକ୍ରମଣ ତୀବ୍ର କରିଛି।

ମସ୍କୋ: ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ, ଏହାର ସେନା ଓରେସ୍ନିକ୍ ହାଇପରସୋନିକ୍ ଓ ଅନ୍ୟାନ୍ୟ କ୍ଷେପଣାସ୍ତ୍ର ବ୍ୟବହାର କରି ୟୁକ୍ରେନ୍ ଉପରେ ରଣନୀତିକ ଲକ୍ଷ୍ୟ ଉପରେ ଆକ୍ରମଣ ତୀବ୍ର କରିଛି। କିବ୍ ଦାବି କରିଛି ଯେ ରୁଷ୍‌ ୩୬ଟି କ୍ଷେପଣାସ୍ତ୍ର, ୨୪୨ଟି ଡ୍ରୋନ୍ ମାଡ଼ କରିଛି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଓରେସ୍ନିକ୍ କ୍ଷେପଣାସ୍ତ୍ର ମାଡ଼ ୟୁରୋପୀୟ ସଂଘ ଓ ନାଟୋ ସୀମା ନିକଟରେ ହୋଇଛି। ସେ ଚେତାବନୀ ଦେଇଛନ୍ତି ଯେ ଏହି ଆକ୍ରମଣ ୟୁରୋପୀୟ ସୁରକ୍ଷା ପାଇଁ ଏକ ଗୁରୁତର ବିପଦ। ସେ ଏହାକୁ କିବ୍ ସହଯୋଗୀମାନଙ୍କ ପାଇଁ ଏକ ‘ପରୀକ୍ଷା’ ବୋଲି କହିଛନ୍ତି।
ଶାନ୍ତି ରକ୍ଷା ଯୋଜନାକୁ ମସ୍କୋ ପ୍ରତ୍ୟାଖ୍ୟାନ କରିବା ପରେ ଏହି ଆକ୍ରମଣ ହୋଇଥିଲା।

ରାଜଧାନୀ କିବ୍‌ରେ ଆପାର୍ଟମେଣ୍ଟ ବ୍ଲକ୍‌ରେ ନିଆଁ ଲାଗି ଅତି କମ୍‌ରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏହି ଆକ୍ରମଣକୁ ନିନ୍ଦା କରି କ୍ଷୟକ୍ଷତିର ପରିମାଣ ବର୍ଣ୍ଣନା କରିଛନ୍ତି ଏବଂ କତର ଦୂତାବାସର ଏକ କୋଠା କ୍ଷତିଗ୍ରସ୍ତ ହୋଇଥିବା ପ୍ରକାଶ କରିଛନ୍ତି। କୋଡ଼ିଏଟି ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି। ଷ୍ଟ୍ରାଇକ୍ ପରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଆକ୍ରମଣର ସ୍ଥାନ କିମ୍ବା ପରିମାଣ ବିଷୟରେ ରୁଷ୍‌ ମନ୍ତ୍ରାଳୟ ଅଧିକ ବିବରଣୀ ପ୍ରଦାନ କରିନାହିଁ, କିନ୍ତୁ କହିଛି ଯେ ଡିସେମ୍ବରରେ ୟୁକ୍ରେନ୍‌ର ଡ୍ରୋନ୍ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଏହି ଆକ୍ରମଣ କରାଯାଇଥିଲା। ୟୁକ୍ରେନ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଟାର୍ଗେଟ୍ କରିଥିଲା। ତେବେ ୟୁକ୍ରେନ ଏହି ଆକ୍ରମଣରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଛି, ଯାହା ଶାନ୍ତି ଆଲୋଚନା ଚାଲିଥିବା ସମୟରେ ଘଟିଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button