Breaking News

ଜୀବନ ହାରିବା ପୂର୍ବରୁ ଲେଖିଯାଇଛନ୍ତି ନୋଟ, ‘ ମୋ ମୃତ୍ୟୁ ପାଇଁ ଭାଜପା ବିଧାୟକଙ୍କ ସମେତ ୬ଜଣ ଦାୟୀ’

0

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବସବାସ କରୁଥିବା ଜଣେ ୪୭ ବର୍ଷୀୟ ବ୍ୟକ୍ତି ଜୀବନ ହାରି ଦେଇଛନ୍ତି। ଜୀବନ ହାରିବା ପୂର୍ବରୁ ବ୍ୟକ୍ତି ଜଣକ ନିଜ ହାତଲେଖା ଏକ ନୋଟ୍ ଛାଡ଼ିଯାଇଛନ୍ତି। ଯାହାକୁ ପୁଲିସ ତାଙ୍କ କାରରୁ ଜବତ କରିଛି। ପୁଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ନାମ ଏସ୍ ପ୍ରଦୀପ ବୋଲି ଜଣାପଡ଼ିଛି।

ଏହି ନୋଟରେ ମୃତ ବ୍ୟକ୍ତି ଜଣଙ୍କ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ସେ ଉକ୍ତ ନୋଟରେ ଲେଖିଛନ୍ତି, ‘ ଭାରତୀୟ ଜନତା ପାର୍ଟିର ବିଧାୟକ ଅରବିନ୍ଦ ଲିମ୍ବାବାଲିଙ୍କ ସମେତ ୬ ଜଣ ମୋର ମୃତ୍ୟୁ ପାଇଁ ଦାୟୀ ରହିଛନ୍ତି। ସେମାନଙ୍କ ପାଇଁ ଆଜି ମୁଁ ଏଭଳି କଠୋର ପଦକ୍ଷେପ ନେଇଛି। ମୁଁ ଜାଣିଛି ଜୀବନ ହାରିବା ଠାରୁ ପାପା କାମ କିଛି ନାହିଁ, କିନ୍ତୁ ମୁଁ ଏପରି କରିବାକୁ ବାଧ୍ୟ ହେଉଛି।

କାରଣ ୨୦୧୮ରେ ବେଙ୍ଗାଲୁରୁ କ୍ଲବରେ ୧.୨ କୋଟି ଟଙ୍କା  ମୁଁ ବିନିଯୋଗ କରିଥିଲି। ଆଉ ଦୁଇଜଣ ବ୍ୟକ୍ତି ଏହା ବାବଦକୁ ଦରମା ସମେତ ପ୍ରତି ମାସରେ ତିନି ଲକ୍ଷ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନେକ ଥର ମାଗିବା ପରେ ବି ଗୋପି ଏବଂ ସୋମାୟା ନାମକ ଦୁଇଜଣ ବ୍ୟକ୍ତି ମୋତେ ଟଙ୍କା ଫେରସ୍ତ କରିବାକୁ ମନା କରିଦେଇଥିଲେ। ଏହାପରେ ଇଣ୍ଟରେଷ୍ଟ ଟଙ୍କା ପୈଠ କରିବାକୁ ଅନେକ ଋଣ କରିବାକୁ ପଡ଼ିଥିଲା। ଏମିତି କି ନିଜର ଘର ଓ ଜମି ବି ବିକ୍ରି କରି ଦେଇଥିଲି।

ଶେଷରେ ଏହି ଘଟଣା ଭାଜପା ବିଧାୟକ ଅରବିନ୍ଦ ଲିମ୍ବାବାଲିଙ୍କୁ ଜଣାଇଥିଲି। ଏହାପରେ ବିଧାୟକ ଉଭୟଙ୍କ ସହ କଥା ହୋଇଥିଲେ ମଧ୍ୟ ଗୋପି ଏବଂ ସୋମାୟାଙ୍କୁ ସମର୍ଥନ କରି ସେମାନେ କେବଳ ୯୦ ଲକ୍ଷ ଟଙ୍କା ଫେରସ୍ତ କରିବେ ବୋଲି କହିଥିଲେ। ଏହି କାରଣରୁ ମୁଁ ଚିନ୍ତାରେ ପଡ଼ି ଯାଇଥିଲି। କ’ଣ କରିବି କିଛି ବିଚାର କରି ନପାରି ଜୀବନ ହାରିବା ପଦକ୍ଷେପ ନେଇଛି।’

Leave A Reply

Your email address will not be published.