ଦେଶ ବିଦେଶ

5 Hindu: ୫ ହିନ୍ଦୁଙ୍କ ଘର ଜାଳିଦେଲେ

ବାଂଲାଦେଶରେ ହିଂସା ଥମିବା ନାଁ ନେଉନାହିଁ। ବାଂଲାଦେଶର ପିରୋଜପୁର ଜିଲ୍ଲା ଦୁମ୍ରିତଲା ଗ୍ରାମରେ ପୁଣି ୫ ଜଣ ହିନ୍ଦୁଙ୍କ ଘରେ ଦୁର୍ବୃତ୍ତମାନେ ଗତକାଲି ରାତିରେ ନିଆଁ ଲଗାଇ...

ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା ଥମିବା ନାଁ ନେଉନାହିଁ। ବାଂଲାଦେଶର ପିରୋଜପୁର ଜିଲ୍ଲା ଦୁମ୍ରିତଲା ଗ୍ରାମରେ ପୁଣି ୫ ଜଣ ହିନ୍ଦୁଙ୍କ ଘରେ ଦୁର୍ବୃତ୍ତମାନେ ଗତକାଲି ରାତିରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ଜଣାପଡ଼ିନି। ମିଳିଥିବା ସୂଚନାନୁଯାୟୀ ଆକ୍ରମଣକାରୀ ଏକ ଘରେ କିଛି ପୋଷାକ ପୂରାଇ ଏଥିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ହିନ୍ଦୁ ପରିବାର ଏବେ ଭୟରେ ଅଛନ୍ତି।

ଯେଉଁମାନଙ୍କ ଘରେ ନିଆଁ ଲାଗିଛି ‌ସେମାନେ କହିଛନ୍ତି, ଘର ବାହାରପଟୁ ବନ୍ଦ ରହିଥିବାରୁ ଆମେ ଫସି ଯାଇଥିଲୁ। ୨ ପ୍ରଭାବିତ ପରିବାରର ୮ ଜଣ ସଦସ୍ୟ କୌଶଳକ୍ରମେ ବାହାରକୁ ବାହାରି ଆସିବାରେ ସକ୍ଷମ ହୋଇଥିବା କହିଛନ୍ତି। କିନ୍ତୁ ସେମାନଙ୍କର ସବୁ ଜିନିଷପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଢାକାଠାରୁ ୨୪୦ କିମି ଦୂରରେ ଏହି ଘଟଣା ଘଟିଛି।  ପିରୋଜପୁର ଏସ୍‌ପି ମହମ୍ମଦ ମନଜୁର ଅହମଦ ସିଦ୍ଦିକି ନିଆଁ ଲାଗି ଯାଇଥିବା ସ୍ଥାନକୁ ଯାଇ ଅଭିଯୋଗକାରୀଙ୍କୁ ଆଶ୍ବାସନା ଦେଇଛନ୍ତି। ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ସେ କହିଛନ୍ତି। ସ୍ଥାନୀୟ ପୁଲିସ ଏହି ମାମଲାରେ ୫ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଉକ୍ତ ମାମଲାରେ ତଦନ୍ତ ଜାରି ରହିଥିବାବେଳେ ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ଅନ୍ୟପକ୍ଷେ ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button