Breaking News

ସେତୁ କାମ ସରିଲା, ଶେଷ ହେଉନି ଆପ୍ରୋଚ ରାସ୍ତା କାମ

ସୀମାନ୍ତ ମୋଟୁକୁ ଲାଗି ରହିଛି ସାବେରୀ ନଦୀ। ସାବେରୀ ନଦୀ ଆର ପାରିରେ ରହିଛି ଛତିଶଗଡ଼ର କୋଣ୍ଟା ସହର। ସାବେରୀ ନଦୀ ଉପରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏକ ସେତୁ ନିର୍ମାଣ କାମ ଦୀର୍ଘ ଦିନ ପରେ କାମ ସରିଛି। ପ୍ରାୟ ୩୦ କୋଟି ଟଂକା ବ୍ୟୟରେ ଏହି ସେତୁ ନିର୍ମାଣ ହୋଇଛି।

ଚାଷୀଙ୍କ ଜମିରେ ଆପ୍ରୋଚ ରାସ୍ତା ନିର୍ମାଣ, କ୍ଷତିପୂରଣ ନଦେବାରୁ କାମ ବନ୍ଦ
ମାଲକାନଗିରି: ସୀମାନ୍ତ ମୋଟୁକୁ ଲାଗି ରହିଛି ସାବେରୀ ନଦୀ। ସାବେରୀ ନଦୀ ଆର ପାରିରେ ରହିଛି ଛତିଶଗଡ଼ର କୋଣ୍ଟା ସହର। ସାବେରୀ ନଦୀ ଉପରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏକ ସେତୁ ନିର୍ମାଣ କାମ ଦୀର୍ଘ ଦିନ ପରେ କାମ ସରିଛି। ପ୍ରାୟ ୩୦ କୋଟି ଟଂକା ବ୍ୟୟରେ ଏହି ସେତୁ ନିର୍ମାଣ ହୋଇଛି। କିନ୍ତୁ ଏହି ସେତୁର ଆପ୍ରୋଚ ରାସ୍ତା କାମ ସରିପାରୁ ନାହିଁ। ଏକ ବର୍ଷ ହେଲା ସେତୁ କାମ ସରିଥିଲେ ମଧ୍ୟ ଠିକାଦାରକୁ ଆପ୍ରୋଚ ରାସ୍ତା କାମ କରିବାକୁ ଦିଆଯାଉନାହିଁ।

ଛତିଶଗଡର ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସେତୁ ନିକଟରେ ପହଞ୍ଚି ତଦାରଖ କରିଥିଲେ। ସେତୁ କାମ ନସରିବା ନେଇ ଉଠିଥିବା ବିବାଦ ସଂପର୍କରେ ଆଲୋଚନା କରିଥିଲେ। ୨୦୨୩ରେ ସେତୁ କାମ ସରିଥିବା ବେଳେ ଓଡ଼ିଶା ପଟେ ଆପ୍ରୋଚ ରାସ୍ତା ନିର୍ମାଣ କରିବା ପାଇଁ ଠିକାଦାର ଏବଂ ରାଜସ୍ବ ବିଭାଗର ଅଧିକାରୀମାନେ ମୋଟୁ ଅଂଚଳର ଚାରି ଜଣ ଚାଷୀଙ୍କ ଆଲୋଚନା କରିଥିଲେ। ସେମାନଙ୍କର ଜମିରେ ଆପ୍ରୋଚ ରାସ୍ତା ନିର୍ମାଣ ହେବା ସହ ସେମାନଙ୍କୁ ଏହାର କ୍ଷତିପୂରଣ ଦିଆଯିବ। ଚାଷୀମାନେ ରାଜି ହେବା ପରେ ଛତିଶଗଡ଼ର ଠିକାଦାର ତୁରନ୍ତ ଚାଷୀଙ୍କ ଜମିରେ ମୁରୁମ ଢାଳିଥିଲେ। କିନ୍ତୁ ଚାଷୀ କ୍ଷତିପୂରଣ ମାଗିଲେ ଠିକାଦାର ରାଜସ୍ବ ବିଭାଗର ଅଧିକାରଙ୍କ ସହ କଥା ହେବା ପାଇଁ କହୁଥିଲେ।

ସୌଜନ୍ୟ – ସମ୍ବାଦ

Comments are closed.