Breaking News

୧୦୦ କୋଟିର ସାଇବର ଠକେଇ ଅଭିଯୁକ୍ତ ଚୀନ୍ ନାଗରିକ ଦିଲ୍ଲୀରୁ ଗିରଫ

ଦିଲ୍ଲୀରେ ୧୦୦ କୋଟି ଟଙ୍କାର ସାଇବର ଠକେଇ ମାମଲାରେ ସମ୍ପୃକ୍ତ ଜଣେ ଚୀନ୍ ନାଗରିକଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଫାଙ୍ଗ ଚେଞ୍ଜିନ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ଅନ୍‌ଲାଇନ୍ ଷ୍ଟକ୍ ଟ୍ରେଡିଂ ଦୁର୍ନୀତିରେ ସମ୍ପୃକ୍ତ ଥିଲା।

ନୂଆଦିଲ୍ଲୀ: ଦିଲ୍ଲୀରେ ୧୦୦ କୋଟି ଟଙ୍କାର ସାଇବର ଠକେଇ ମାମଲାରେ ସମ୍ପୃକ୍ତ ଜଣେ ଚୀନ୍ ନାଗରିକଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଫାଙ୍ଗ ଚେଞ୍ଜିନ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ଅନ୍‌ଲାଇନ୍ ଷ୍ଟକ୍ ଟ୍ରେଡିଂ ଦୁର୍ନୀତିରେ ସମ୍ପୃକ୍ତ ଥିଲା। ଜଣେ ପୀଡ଼ିତ ସୁରେଶ କୋଲିଚିୟିଲ ଅଚ୍ୟୁତନ ସାଇବର କ୍ରାଇମ୍ ପୋର୍ଟାଲରେ ଅଭିଯୋଗ କରିଥିଲେ ଯେ ତାଙ୍କଠାରୁ ୪୩.୫ ଲକ୍ଷ ଟଙ୍କା ଠକେଇ ହୋଇଛି। ପୀଡ଼ିତଙ୍କୁ ନକଲି ଷ୍ଟକ୍ ମାର୍କେଟ ଟ୍ରେନିଂ ସେସନରେ ସାମିଲ କରାଇ ଟଙ୍କା ବିନିଯୋଗ କରିବାକୁ ପ୍ରଲୋଭନ ଦେଖାଯାଇଥିଲା।

ଏହାପରେ ଅଭିଯୁକ୍ତଙ୍କ ନିୟନ୍ତ୍ରଣରେ ଥିବା ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ତଦନ୍ତ ପରେ ପୁଲିସ ଏକ ବ୍ୟାଙ୍କ ଆକାଉଣ୍ଟକୁ ଠାବ କରିଥିଲା, ଯେଉଁଥିକୁ ଏପ୍ରିଲ୍ ମାସରେ ୧.୨୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଏହି ବ୍ୟାଙ୍କ ଆକାଉଣ୍ଟ ରାଜଧାନୀର ମୁଣ୍ଡକାରେ ଥିବା ମହାଲକ୍ଷ୍ମୀ ଟ୍ରେଡର୍ସ ନାମରେ ଥିଲା। ଅପରାଧ ସହ ଜଡିତ ଏକ ମୋବାଇଲ୍ ଫୋନ୍ ମଧ୍ୟ ମିଳିଥିଲା, ଯେଉଁଥିରୁ ପୁଲିସ ଚେଞ୍ଜିନଙ୍କୁ ଚିହ୍ନଟ କରିଥିଲା। ଅଭିଯୁକ୍ତମାନେ ଦିଲ୍ଲୀର ସଫଦରଜଙ୍ଗ ଏନ୍‌କ୍ଲେଭରେ ରହୁଥିଲେ। ସାଇବର କ୍ରାଇମ୍ ପୋର୍ଟାଲରେ ପଞ୍ଜୀକୃତ ୧୭ଟି ଅଭିଯୋଗ ସମାନ ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ। ମୋଟ ଠକେଇର ପରିମାଣ ୧୦୦ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଏହାବ୍ୟତୀତ ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରେ ସାଇବର ଅପରାଧ ଓ ମନିଲଣ୍ଡରିଂ ସହ ଜଡିତ ଅନ୍ୟ ଦୁଇଟି ମାମଲା ଚେଞ୍ଜିନଙ୍କ ସହ ଜଡିତ ବୋଲି ଡିସିପି ପ୍ରଶାନ୍ତ ଗୌତମ କହିଛନ୍ତି।
ସୌଜନ୍ୟ-ସମ୍ୱାଦ

Comments are closed.