Breaking News

ଫାଇନାଲ୍‌ରେ ଭାରତ; ଆଜି ଚୀନ୍‌ ସହ ଟ୍ରଫି ଟକ୍କର

ଗତ ଥର ବିଜେତା ଭାରତ ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ମହିଳା ହକି ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛି। ବିହାରର ରାଜଗିରରେ ଚାଲିଥିବା ଏହି ପ୍ରତିଯୋଗିତାର ଦ୍ବିତୀୟ ସେମିଫାଇନାଲ୍‌ରେ ଘରୋଇ ଦଳ ୨-୦ ଗୋଲ୍‌ରେ ଗତ ଥରର... profile image by Surya Kanta Updated 20 Nov 2024 04:53 IST ଗତ ଥର ବିଜେତା ଭାରତ ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ମହିଳା ହକି ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛି। ବିହାରର ରାଜଗିରରେ ଚାଲିଥିବା ଏହି ପ୍ରତିଯୋଗିତାର ଦ୍ବିତୀୟ ସେମିଫାଇନାଲ୍‌ରେ ଘରୋଇ ଦଳ ୨-୦ ଗୋଲ୍‌ରେ ଗତ ଥରର... profile image by Surya Kanta Updated 20 Nov 2024 04:53 IST ଗତ ଥର ବିଜେତା ଭାରତ ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ମହିଳା ହକି ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛି। ବିହାରର ରାଜଗିରରେ ଚାଲିଥିବା ଏହି ପ୍ରତିଯୋଗିତାର ଦ୍ବିତୀୟ ସେମିଫାଇନାଲ୍‌ରେ ଘରୋଇ ଦଳ ୨-୦ ଗୋଲ୍‌ରେ ଗତ ଥରର...

ଭୁବନେଶ୍ବର: ଗତ ଥର ବିଜେତା ଭାରତ ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ମହିଳା ହକି ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛି। ବିହାରର ରାଜଗିରରେ ଚାଲିଥିବା ଏହି ପ୍ରତିଯୋଗିତାର ଦ୍ବିତୀୟ ସେମିଫାଇନାଲ୍‌ରେ ଘରୋଇ ଦଳ ୨-୦ ଗୋଲ୍‌ରେ ଗତ ଥରର ଉପବିଜେତା ଜାପାନକୁ ପରାସ୍ତ କରିଛି। ବୁଧବାର ‌ଫାଇନାଲ୍‌ରେ ଦୁଇ ଥରର ବିଜେତା ଏହି ଦଳ ଚୀନ୍‌କୁ ଭେଟିବ। ପ୍ରଥମ ସେମିଫାଇନାଲ୍‌ରେ ଚୀନ୍‌ ୩-୧ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରିଛି।

ଦୁଇ ଥରର ବିଜେତା ଜାପାନ ମଙ୍ଗଳବାର ମ୍ୟାଚ୍‌ରେ ଭାରତକୁ ସହଜରେ ବାଟ ଛାଡ଼ି ନଥିଲା। ଘରୋଇ ଦର୍ଶକଙ୍କ ସମର୍ଥନ ସତ୍ତ୍ବେ ଭାରତ ପ୍ରଥମ ୩ ‌କ୍ବାର୍ଟରରେ ଜାପାନର ‌ରକ୍ଷଣଭାଗ ଭେଦ କରି ପାରି ନଥିଲା କି ନିଜେ ମଧ୍ୟ ସୁଯୋଗ ଦେଇ ନଥିଲା। ଏହି ୩ କ୍ବାର୍ଟରରେ ଭାରତ ୧୧, ୧୩, ୧୮, ୩୧ ଓ ୪୫ ମିନିଟ୍‌ରେ ୪ ପେନାଲ୍ଟି କର୍ଣ୍ଣର ପାଇଥି‌ଲା ବେଳେ ଜାପାନ ‌କେବଳ ଗୋଟିଏ ପାଇଥି‌ଲା। ହେଲେ କେହି ଗୋଲ୍‌ରେ ପରିଣତ କରି ନପାରିବାରୁ ଏହି ୩ କ୍ବାର୍ଟର ଗୋଲ୍‌ଶୂନ୍ୟରେ ‌ଶେଷ ହୋଇଥିଲା। ୪୭ତମ ମିନିଟ୍‌ରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଗୋଲ୍‌ କରିବାରେ ବିଫଳ ହୋଇଥିଲା। ଏହା ପର ମିନିଟ୍‌ରେ ଦୀପିକାଙ୍କୁ ଜାପାନ ଖେଳାଳି କାୱାଇ ପଛରୁ ଠେଲି ଦେବାକୁ ଭାରତ ପେନାଲ୍ଟି ଷ୍ଟୋକ୍‌ ପାଇଥିଲା। ଯାହାକୁ ନବନୀତ କୌର (୪୮ ମିନିଟ୍‌) ଗୋଲ୍‌ରେ ପରିଣତ କରି ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ୫୬ତମ ମିନିଟ୍‌ରେ ଓଡ଼ିଆ ଝିଅ ସୁନେଲିତା ଦୁଇ ଜଣ ଡିଫେଣ୍ଡରଙ୍କୁ ପରାସ୍ତ କରି ଲାଲରେମସିଆମିକୁ ଏକ ସୁନ୍ଦର ପାସ୍‌ ଦେଇଥିଲେ। ଲାଲରେମସିଆମି କୌଣସି ଭୁଲ୍‌ ନକରି ଜାପାନ ଗୋଲ୍‌ ପୋଷ୍ଟ୍‌କୁ ବଲ୍‌ ପଠାଇ ଭାରତକୁ ବିଜୟ ଭେଟି ଦେଇଥିଲେ। ୫୮ତମ ମିନିଟ୍‌ରେ ଜାପାନ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ୍‌ ନକରିପାରିବାରୁ ୦-୨ରେ ପରାଜୟ ବରଣ କରିଥିଲା। ଏହି ବିଜୟ ସହ ଭାରତ ଲଗାତାର ଦ୍ବିତୀୟ ଏବଂ ମୋଟ ଉପରେ ପଞ୍ଚମ ଥର ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି। ଚୀନ୍‌ ୩ଥର ଫାଇନାଲ୍‌ ପହଞ୍ଚିଥିଲେ ମଧ୍ୟ କେବେ ଟ୍ରଫି ଜିତି ପାରିନି।

ସୌଜନ୍ୟ-ସମ୍ୱାଦ

Comments are closed.