ଗିରଫଦାରୀ ଭୟରେ ଫାର୍ମହାଉସରେ ଶରଣ ନେଇଛନ୍ତି ରାମ ଗୋପାଳ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁ ଏବଂ ଅନ୍ୟ ରାଜନୈତିକ ନେତାଙ୍କ ବିଷୟରେ ଆପତ୍ତିଜନକ ପୋଷ୍ଟ କରିବା ସିନେମା ନିର୍ମାତା ରାମ ଗୋପାଳଙ୍କୁ ମହଙ୍ଗା ପଡ଼ିଛି। ଏଭଳି ପୋଷ୍ଟ ପାଇଁ ରାମ ଗୋପାଳଙ୍କୁ ନୋଟିସ ଜାରି କରାଯାଇ ଥାନାରେ ହାଜର ହେବା ପାଇଁ କୁହାଯାଇ ଥିଲା କିନ୍ତୁ ସେ ହାଜର ହୋଇ ନଥିଲେ।

ଖବର ମିଳିଛି କି ଗିରଫଦାରୀରୁ ବଞ୍ଚିବା ପାଇଁ ରାମ ଗୋପାଳ ଘରୁ ଫେରାର ହୋଇଯାଇଛନ୍ତି। ପୁଲିସ ନିର୍ଦ୍ଦେଶକଙ୍କ ଘରେ ପହଞ୍ଚି ଯାଞ୍ଚ କରିଥିଲା। ଏହାରି ଭିତରେ ରାମ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।

ଏହି ଭିଡିଓ ବାର୍ତ୍ତାରେ ରାମ ଗୋପାଳ କହିଛନ୍ତି, ‘ମୋ ବିରୋଧରେ ହୋଇଥିବା ଅଭିଯୋଗର କୌଣସି ପ୍ରମାଣ ନାହିଁ। ମୁଁ ଜାଣି ନାହିଁ ଏହା ସତ୍ତ୍ବେ ବି ଅଦାଲତରେ ଏହି ମାମଲାକ୍ କିପରି ଗ୍ରହଣ କରାଯିବ । କିନ୍ତୁ ମୁଁ ଜାଣିଛି ଶେଷରେ ଦେଶର ଆଇନ ଅଛି। ଯାହାକୁ ମୁଁ ନାଗରିକ ଭାବରେ ପାଳନ କରିବି।
ଆନ୍ଧ୍ରପ୍ରଦେଶ ପୁଲିସ ପକ୍ଷରୁ ମୋତେ ଏକ ନୋଟିସ୍ ମିଳିଛି ଏହି ନୋଟିସକୁ ନେଇ ମୁଁ ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବି କି ମୋର କିଛି ବୃତ୍ତିଗତ ପ୍ରତିଶ୍ରୁତି ଅଛି। ତେଣୁ ମୁଁ ପୁଲିସ ସାମ୍ନାରେ ହାଜର ହୋଇପାରୁ ନାହିଁ। କାରଣ ମୁଁ ଜାଣିଛି ପୁଲିସ ମୋତେ ପାଇଲାମାନେ ଗିରଫ କରିନେବ।

ତେଣୁ ମୁଁ ପୁଲିସକୁ ଯାଞ୍ଚରେ ସହଯୋଗ କରିପାରୁ ନାହିଁ। ତେଣୁ ‌ମୋତେ ଆଉ କିଛିଦିନର ସମୟ ଦିଆଯାଉ।

ରାମ ଗୋପାଳ ବର୍ମାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଶୁଣାଣି ନଭେମ୍ବର ୨୭ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହା ପୂର୍ବରୁ ରାମ କୋଏମ୍ବାଟୁର ପଳାଇଥିଲେ। ସମ୍ପ୍ରତି ଖବର ମିଳିଛି କି ରାମ ଜଣେ ଲୋକପ୍ରିୟ ଚଳଚ୍ଚିତ୍ର ତାରକାଙ୍କ ଫାର୍ମହାଉସରେ ଶରଣ ନେଇଛନ୍ତି।
ସୌଜନ୍ୟ-ସମ୍ୱାଦ

Related Articles

Back to top button