Breaking News

ମା’ ଜଗଦମ୍ବାଙ୍କ ଶକ୍ତି: ମହାଲକ୍ଷ୍ମୀ

‘ଶ୍ରୀମଦ୍ଦେବୀଭାଗବତ’ରେ ବର୍ଣ୍ଣିତ ଅଛି, ଯେ ଶ୍ରୀଜଗଦମ୍ବା ଜଗଜ୍ଜନନୀ ନିଜର ସ୍ବରୂପ ବର୍ଣ୍ଣନା କରିବା ସହିତ ତାଙ୍କର ତିନି ଶକ୍ତିଙ୍କୁ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କୁ ପ୍ରଦାନ କରିଛନ୍ତି। ତାହାର ଷଷ୍ଠ ଅଧ୍ୟାୟରେ ଏ ସଂପର୍କରେ ସୁନ୍ଦର ବର୍ଣ୍ଣନା ରହିଛି।

‘ଶ୍ରୀମଦ୍ଦେବୀଭାଗବତ’ରେ ବର୍ଣ୍ଣିତ ଅଛି, ଯେ ଶ୍ରୀଜଗଦମ୍ବା ଜଗଜ୍ଜନନୀ ନିଜର ସ୍ବରୂପ ବର୍ଣ୍ଣନା କରିବା ସହିତ ତାଙ୍କର ତିନି ଶକ୍ତିଙ୍କୁ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କୁ ପ୍ରଦାନ କରିଛନ୍ତି। ତାହାର ଷଷ୍ଠ ଅଧ୍ୟାୟରେ ଏ ସଂପର୍କରେ ସୁନ୍ଦର ବର୍ଣ୍ଣନା ରହିଛି। ଏହି ତିନି ଶକ୍ତି ହେଉଛନ୍ତି- ମହାସରସ୍ବତୀ, ମହାଲକ୍ଷ୍ମୀ ଓ ମହାକାଳୀ। ଏହି ତିନି ଶକ୍ତିଙ୍କୁ ସେ ଯଥାକ୍ରମେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କୁ ପ୍ରଦାନ କରିଛନ୍ତି। ସେହି ଅନୁସାରେ ଭଗବାନ ବିଷ୍ଣୁ ପାଇଛନ୍ତି ମହାଲକ୍ଷ୍ମୀଙ୍କୁ। ବ୍ରହ୍ମା ଓ ଦେବୀ ଜଗଦମ୍ବାଙ୍କ ମଧ୍ୟରେ କଥୋପକଥନ କ୍ରମରେ ଏହା ବର୍ଣ୍ଣିତ ହୋଇଛି।

ଦେବୀ ଜଗଦମ୍ବା ପ୍ରଥମେ ବ୍ରହ୍ମାଙ୍କୁ ତାଙ୍କର ଶକ୍ତିରୂପେ ମହା ସରସ୍ବତୀଙ୍କୁ ଦେବା ପରେ, ବିଷ୍ଣୁଙ୍କୁ ଶକ୍ତି ରୂପେ ମହାଲକ୍ଷ୍ମୀଙ୍କୁ ପ୍ରଦାନ କରିବା କଥା କହିଛନ୍ତି। ସେ କହିଛନ୍ତି- ହେ ବ୍ରହ୍ମା! ବିଷ୍ଣୁ ଆପଣଙ୍କର ଚିରମାନନୀୟ ଓ ପୂଜନୀୟ। ବିଷ୍ଣୁ ପ୍ରଧାନତଃ ସତ୍ତ୍ବଗୁଣସଂପନ୍ନ ହୋଇଥିବାରୁ ସେ ସର୍ବଦା ଏବଂ ସର୍ବବିଧ ଭାବରେ ଶ୍ରେଷ୍ଠ। ତାହା ପରେ ମା’ ଜଗଦମ୍ବା ମହାଲକ୍ଷ୍ମୀଙ୍କୁ ନିଜର ଶକ୍ତିରୂପେ ବି‌ଷ୍ଣୁଙ୍କୁ ପ୍ରଦାନ କରିବା ପୂର୍ବରୁ, ମୁହଁରେ ଦିବ୍ୟହାସ ପ୍ରକଟ କରି କହିଛନ୍ତି- ହେ ବିଷ୍ଣୁ! ଏବେ ତୁମ୍ଭେ ଏହି ମନୋହାରିଣୀ ମହାଲକ୍ଷ୍ମୀଙ୍କୁ ସ୍ବୀକାର କର। ଏ ସଦାସର୍ବଦା ତୁମ୍ଭର ବକ୍ଷସ୍ଥଳରେ ବିହାର କରିବେ। ତୁମ୍ଭର ଲୀଳାବିନୋଦ ନିମନ୍ତେ ମୁଁ ତୁମ୍ଭଙ୍କୁ ସମସ୍ତ ମନୋରଥ ପୂରଣକାରିଣୀ ଏହି କଲ୍ୟାଣମୟୀ ଶକ୍ତିଙ୍କୁ ଅର୍ପଣ କରୁଛି।
-ଅସିତ ମହାନ୍ତି
ସୌଜନ୍ୟ-ସମ୍ୱାଦ

Comments are closed.