Breaking News

ବାଂଲାଦେଶ ରାଜନୈତିକ ସଂକଟକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ଶେଖ୍ ହସିନା । ଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ଆକ୍ରମଣ, ଇସ୍କନ ପୂଜକଙ୍କୁ ଗିରଫର ସମାଲୋଚନା ।

ଦୀର୍ଘ ଦିନର ନିରବତା ପରେ ମୁହଁ ଖୋଲିଲେ ବାଂଳାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହିସିନା । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି ।

କନକ ବ୍ୟୁରୋ : ଦୀର୍ଘ ଦିନର ନିରବତା ପରେ ମୁହଁ ଖୋଲିଲେ ବାଂଳାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହିସିନା । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି । ଆୱାମୀ ଲିଗ୍ ସଭାପତି ବଙ୍ଗବନ୍ଧୁଙ୍କ ଝିଅ ଶେଖ ହସିନା ଏକ ବିବୃତି ଜାରି କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସନାତନ ଧର୍ମ ସମ୍ପ୍ରଦାୟର ଜଣେ ଶୀର୍ଷ ନେତାଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଇଛି ଏବଂ ତାଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ । ଅତୀତରେ ଅହମ୍ମଦିଆ ସମ୍ପ୍ରଦାୟର ମସଜିଦ, ଦରଗା, ଚର୍ଚ୍ଚ, ମଠ ଓ ଘର ଉପରେ ଆକ୍ରମଣ, ଭଙ୍ଗାରୁଜା, ଲୁଟ୍ ଓ ନିଆଁ ଲଗାଇ ଦିଆଯାଇଛି । ଧାର୍ମିକ ସ୍ୱାଧୀନତା ଏବଂ ସମସ୍ତ ସମ୍ପ୍ରଦାୟର ଲୋକଙ୍କ ପାଇଁ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରାଯିବା ଆବଶ୍ୟକ । ଚିଟଗୋଙ୍ଗରେ ଜଣେ ଓକିଲଙ୍କୁ ହତ୍ୟା କରାଯାଇଛି, ଏହି ହତ୍ୟାକାଣ୍ଡକୁ ତୀବ୍ର ବିରୋଧ କରାଯାଉଛି।

ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ଖୋଜି ବାହାର କରି ଦଣ୍ଡ ମିଳିବା ଦରକାର । ଏହି ଘଟଣା ମାନବିକ ଅଧିକାରର ଘୋର ଉଲ୍ଲଂଘନ କରିଛି । ଜଣେ ଓକିଲ ନିଜର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରିବାକୁ ଯାଇଥିଲେ ଏବଂ ଯେଉଁମାନେ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ ସେମାନେ ଆତଙ୍କବାଦୀ । ସେମାନେ ଯିଏ ବି ହୁଅନ୍ତୁ, ସେମାନଙ୍କୁ ଦଣ୍ଡ ମିଳିବା ଦରକାର । ଅସାମ୍ବିଧାନିକ ଉପାୟରେ କ୍ଷମତା ଦଖଲ କରିଥିବା ୟୁନୁସ୍ ସରକାର ଯଦି ଏହି ଆତଙ୍କବାଦୀଙ୍କୁ ଦଣ୍ଡିତ କରିବାରେ ବିଫଳ ହୁଅନ୍ତି, ତେବେ ମାନବାଧିକାର ଉଲ୍ଲଂଘନ ପାଇଁ ମଧ୍ୟ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ହସିନା କହିଛନ୍ତି । ଏଭଳି ଆତଙ୍କବାଦ ଓ ଉଗ୍ରବାଦ ବିରୋଧରେ ଏକଜୁଟ ହେବାକୁ ମୁଁ ଦେଶବାସୀଙ୍କୁ ନିବେଦନ କରୁଛି ବୋଲି ହସିନା କହିଥିଲେ ଏଥିସହ ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଜରୁରୀ ବୋଲି ମତ ରଖିଥିଲେ ହସିନା, ସେ ଆହୁରି ମଧ୍ୟ କହିଛନ୍ତି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାଧାରଣ ଲୋକଙ୍କ ଉପରେ ହେଉଥିବା ଏଭଳି ଅତ୍ୟାଚାରକୁ ମୁଁ ଦୃଢ଼ ନିନ୍ଦା କରୁଛି ।
ସୌଜନ୍ୟ-କନକ

Comments are closed.