ମହିଳାଙ୍କ ନାମରେ ଋଣ ଟଙ୍କା ଉଠାଇ ସପରିବାର ଫେରାର ହୋଇଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୯ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ନୂଆଗଡ଼ ଗ୍ରାମର କିଛି ମହିଳାଙ୍କ ନାମରେ ପ୍ରାୟ ସାଢ଼େ ୫ ଲକ୍ଷ ଋଣ ଟଙ୍କା ଉଠାଇ ସେହି ଗ୍ରାମର ଜଣେ ବ୍ୟକ୍ତି ପରିବାର ସହ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ଏକ ମହିଳା ଗୋଷ୍ଠୀର ସଦସ୍ୟାମାନଙ୍କୁ ଚତୁରତାର ସହ ବିଭିନ୍ନ ସରଳ କଥା କହି କୃଷ୍ଣ ପାତ୍ର ନାମକ ବ୍ୟକ୍ତି ଜଣକ ସ୍ପନ୍ଦନ ନାମକ ଘରୋଇ ଫାଇନାନ୍ସ କମ୍ପାନୀରୁ ଟଙ୍କା ଉଠାଇଥିବା ଜଣାପଡିଛି। ବର୍ତ୍ତମାନ ଅଭିଯୁକ୍ତ ସପରିବାର ସହ ଗ୍ରାମରୁ ଫେରାର ହୋଇ ଯାଇଥିବା ବେଳେ ତାଙ୍କ ମୋବାଇଲକୁ ଯୋଗାଯୋଗ କଲେ ବିଭ୍ରାନ୍ତିକର ସୂଚନା ଦେବା ସହ ଓଲଟି ଧମକ ଚମକ ଦେଉଥିବା କୁହାଯାଇଛି। ଅଭିଯୁକ୍ତ ଜଣକ ଚିନ୍ତେଇ ପ୍ରଧାନଙ୍କ ନାଁ ରେ ୨ଟି ଋଣ ଆବେଦନ କରି ୧ ଲକ୍ଷ, ୬୦ ହଜାର ଟଙ୍କା, କେ. ରଶ୍ମିତା ଦୋରାଙ୍କ ନାଁ ଋଣ ଆବେଦନ କରି ୯୦ ହଜାର ଟଙ୍କା, ପୂର୍ଣ୍ଣବାସୀ ପ୍ରଧାନ, ଟୁକୁନି ପ୍ରଧାନ, ଅପୂର୍ବ ପ୍ରଧାନଙ୍କ ନାଁ ରେ ୮୦ ହଜାର ଟଙ୍କା ଲେଖାଏ ଏବଂ ନୀଳା ପ୍ରଧାନଙ୍କ ନାଁ ରେ ୫୦ ହଜାର ଟଙ୍କା ଉଠାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଉକ୍ତ ଫାଇନାନ୍ସ ସଂସ୍ଥାର ମ୍ୟାନେଜର ମହିଳାମାନଙ୍କୁ ଋଣ ପରିଶୋଧ କରିବାକୁ କହୁଥିବାରୁ ପ୍ରତାରଣାର ଶିକାର ହୋଇଥିବା ମହିଳାମାନେ ଦିଗପହଣ୍ଡି ଥାନାରେ ଫେରାର ଅଭିଯୁକ୍ତଙ୍କ ନାଁରେ ଲିଖିତ ଏତଲା ଦେଇଥିବା ଜଣାପଡ଼ିଛି। ଅଭିଯୋଗର ତଦନ୍ତ ଚାଲିଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।

ସୌଜନ୍ୟ-ଧରିତ୍ରୀ

Related Articles

Back to top button