ଜଣାଶୁଣା କମ୍ପାନିର ବିରିୟାନୀରୁ ମିଳିଲା ସିଗାରେଟ, ଭାଇରାଲ ହେଲା ଭିଡିଓ

ହାଇଦ୍ରାବାଦ: ଜଣାଶୁଣା କମ୍ପାନିର ବିରିୟାନୀରୁ ମିଳିଲା ସିଗାରେଟ। ଭାଇରାଲ ହେଲା ଭିଡିଓ। କିଛି ସାଙ୍ଗମାନେ ମିଶି ହାଇଦ୍ରାବାଦର ଆରଟିସି ଏକ୍ସ ରୋଡରେ ଥିବା ବାୱର୍ଚ୍ଚିକୁ ବିରିୟାନୀ ଖାଇବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଭିିଡିଓ ରେକର୍ଡ କରି ଏକ୍ସରେ ସେୟାର କରିବା ପରେ ଏବେ ତାହା ଭାଇରାଲ ହେଉଛି।

Cigarette 🚬 Butts in #Bawarchi biryani …

Nerchukoni intlo chesukovatam uttamam pic.twitter.com/j2ct9mxn2Q

— Vineeth K (@DealsDhamaka) November 25, 2024
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ବାୱର୍ଚ୍ଚିର ମାଲିକ ସଲମାନ ମନସୁରୀ ରାଗରେ ଥିବା ଯୁବକମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଯୁବକମାନେ ବିରିୟାନୀରେ ପଡ଼ିଥିବା ସିଗାରେଟ ଦେଖାଇ ରୋଷେଇ ବେଳେ ରେ‌ାଷେୟା ସିଗାରେଟ ଟାଣିଥିବାରୁ ଏଭଳି ହୋଇଥାଇପାରେ ବୋଲି କହୁଛନ୍ତି। ଏହା ଶୁଣି ବାୱର୍ଚ୍ଚିର ମାଲିକ ଓ କର୍ମଚାରୀ ଯୁବକମାନଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି।

ବିନିତ କେ ନାମକ ଜଣେ ଯୁବକ ଭିଡିଓକୁ ଏକ୍ସରେ ସେୟାର କରିବା ସହ ବିରିୟାନୀ କେମିତି ତିଆରି ହୁଏ ତାହା ଶିଖି ଘରେ ତିଆରି କର ବୋଲି ଉପଦେଶ ଦେଇଛନ୍ତି।
ସୌଜନ୍ୟ-ସମ୍ୱାଦ

Show More
Back to top button