Breaking News

ଇପିଏଫ୍‌ଓ ଅଟୋକ୍ଲେମ ସେଟଲ୍‌ମେଣ୍ଟ ସୀମା ବୃଦ୍ଧି, ୧ ଲକ୍ଷ ଟଙ୍କା ଯାଏ କରିପାରିବେ କ୍ଲେମ

ନୂଆଦିଲ୍ଲୀ,୦୨/୧୨: ହିତାଧିକାରୀଙ୍କ ସୁବିଧାକୁ ନଜରରେ ରଖି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍‌ଓ) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଇପିଏଫ୍‌ଓ ଅଟୋକ୍ଲେମ ସେଟଲମେଣ୍ଟ ସୀମାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ହିତାଧିକାରୀ ଏବେ ଅଟୋମେଟେଡ ଚ୍ୟାନେଲରେ ୧ ଲକ୍ଷ ଟଙ୍କା ଯାଏ କ୍ଲେମ ନେଇ ପାରିବେ । ଏହି ରାଶି ପୂର୍ବରୁ ୫୦ ହଜାର ଟଙ୍କା ରହିଥିଲା ।

ବିବାହ, ପିଲାଙ୍କ ପାଠପଢ଼ା ଏବଂ ଘର ବନାଇବା ଲାଗି ଅର୍ଥ ରାଶି ଉଠାଣ କରିପାରିବେ । ଏହାବାଦ କ୍ଲେମ ସେଟଲମେଣ୍ଟ ହେବା ଦିନଠାରୁ ସୁଧହାର ଗଣନା କରାଯିବ । ଏବେ ମାସର ୨୪ ଯାଏ ସେଟଲ ହୋଇଥିବା କ୍ଲେମ୍‌ ଉପରେ ପୂର୍ବ ମାସ ୩୦ ଯାଏ ସୁଧ ମିଳୁଥିଲା ।

ସୌଜନ୍ୟ-ପ୍ରମେୟ

Comments are closed.