Breaking News

ସଂସଦରେ ଉଠିଲା ସମ୍ବଲ ହିଂସା, ଯୋଜନାବଦ୍ଧ ଷଡଯନ୍ତ୍ର କହିଲେ ଅଖିଲେଶ

ନୂଆଦିଲ୍ଲୀ,୦୩/୧୨: ସଂସଦର ଶୀତ ଅଧିବେଶନରେ ଆଜି ସମ୍ବଲ ହିଂସା ପ୍ରସଙ୍ଗରେ ଆଲୋଚନା ହୋଇଛି । ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ ଏହି ପ୍ରସଙ୍ଗରେ ଗୃହରେ ମତ ରଖିଥିଲେ । ସମ୍ବଲ ହିଂସା ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିଛନ୍ତି ଅଖିଳେଶ ଯାଦବ ।

ସମ୍ବଲ ହିଂସାକୁ ନେଇ ଗୃହରେ ମତ ରଖି ସପା ସାଂସଦ ଅଖିଳେଶ ଯାଦବ କହିଛନ୍ତି, ଭାଇଚାରାର ସହର ଭାବେ ସମ୍ବଲ ଜଣାଶୁଣା । ହାଜର ବର୍ଷରୁ ସେଠାରେ ସମସ୍ତେ ଭାଇଚାରାର ସହ ରହି ଆସୁଛନ୍ତି । ଅଚାନକ ସମ୍ବଲରେ ଯେଉଁ ଘଟଣା ଘଟିଲା ତାହା ଯୋଜନାବଦ୍ଧ ଷଡଯନ୍ତ୍ର । ସମ୍ବଲରେ ଭାଇଚାରାକୁ ହତ୍ୟା କରାଯାଇଛି । ଉତ୍ତରପ୍ରଦେଶ ଉପନିର୍ବାଚନକୁ ନଭେମ୍ବର ୧୩ରେ ହେବାକୁ ଥିଲା ମାତ୍ର ଏହାକୁ ନଭେମ୍ବର ୨୦ ତାରିଖକୁ ଘୁଞ୍ଚାଇ ଦିଆଗଲା । ଏଥିରୁ ସ୍ପଷ୍ଟ ଯେ ଏହା ଯୋଜନାବଦ୍ଧ ଷଡଯନ୍ତ୍ର ।

#WATCH | On the Sambhal issue, Samajwadi Party MP Akhilesh Yadav says “…The incident that took place in Sambhal is a well-planned conspiracy…By-elections were supposed to be held in Uttar Pradesh on 13th November but it was postponed to 20th November…This Govt does not… pic.twitter.com/vOadrWMNgo

— ANI (@ANI) December 3, 2024
ସପା ସାଂସଦ ଅଖିଳେଶ ଯାଦବ ଆହୁରି କହିଛନ୍ତି, ସମ୍ବଲର ସାହି ଜାମା ମସଜିଦ ବିରୋଧରେ ନଭେମ୍ବର ୧୯, ୨୦୨୪ରେ ସିଭିଲ ଜଜ୍ ସିନିୟର ଡିଭିଜନ ଏକ ଯାଚିକା ଦାଖଲ ହୋଇଥିଲା । କୋର୍ଟ ଦ୍ବିତୀୟ ପକ୍ଷକୁ ନଶୁଣି ଉକ୍ତ ଦିନ ସର୍ଭେ ଆଦେଶ ଦେଇଥିଲେ । ଉକ୍ତ ଦିନ ୨ ଘଣ୍ଟା ମଧ୍ୟରେ ସମ୍ବଲ ଜିଲ୍ଲା ଅଧିକାରୀ ଓ ପୋଲିସ ସର୍ଭେ ପାଇଁ ପହଞ୍ଚି ଯାଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନଭେମ୍ବର ୨୪ରେ ଆଉ ଥରେ ସର୍ଭେ ହୋଇଥିଲା । ଏହାକୁ ବିରୋଧ କରି ହିଂସା ପରିସ୍ଥିତି ଉପୁଜିଥିଲା । ଫଳରେ ୫ ନିରୀହ ଜୀବନ ଚାଲି ଯାଇଥିଲା । ପୋଲିସ ଓ ପ୍ରଶାସନ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ ହେଉ । ସେମାନଙ୍କୁ ନିଲମ୍ବନ କରାଯାଉ । ତେବେ ଯାଇ ସେମାନଙ୍କୁ ନ୍ୟାୟ ମିଳିବ । ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲେ ଭବିଷ୍ୟତରେ ଏପରି ହେବ ନାହିଁ ।
ସୌଜନ୍ୟ-ପ୍ରମେୟ

Comments are closed.