Breaking News

ହମାସକୁ ଟ୍ରମ୍ପଙ୍କ ଧମକ, କହିଲେ ଇସ୍ରାଇଲ ବନ୍ଧକଙ୍କୁ ନ ଛାଡିଲେ ତାଣ୍ଡବ ହେବ

ନୂଆଦିଲ୍ଲୀ,୦୩/୧୨: ହମାସ ଆତଙ୍କୀ ସଂଗଠନକୁ ଧମକ ଦେଇଛନ୍ତି ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଶପଥ ନେବା ପୂର୍ବରୁ ଗାଜାରେ ବନ୍ଧକ ଥିବା ଲୋକଙ୍କୁ ଛଡା ନଗଲେ ତାଣ୍ଡବ ହେବ । ଇସ୍ରାଇଲ ବନ୍ଧକଙ୍କୁ ମୁକ୍ତ କର ନଚେତ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ହେବ ବୋଲି ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଟ୍ରମ୍ପ କହିଛନ୍ତି, ୨୦ ଜାନୁଆରୀ ଶପଥ ଗ୍ରହଣ ପୂର୍ବରୁ ଗାଜା ପଟ୍ଟିରେ ବନ୍ଧକ ଥିବା ଲୋକଙ୍କ ଛାଡିବାକୁ ହେବ । ଯଦି ସେମାନଙ୍କୁ ନ ଛଡାଯାଏ ତେବେ ମଧ୍ୟପ୍ରାଚ୍ୟରେ ତାଣ୍ଡବ ହେବ । ଇସ୍ରାଇଲ ତଥ୍ୟ ଅନୁସାରେ ଗତବର୍ଷ ଇସ୍ରାଇଲ ଉପରେ ହୋଇଥିବା ଆକ୍ରମଣରେ ହମାସ ଆତଙ୍କୀ ୨୫୦ରୁ ଅଧିକ ଲୋକଙ୍କୁ ବନ୍ଦୀ କରିଛି । ଯେଉଁଥିରେ ଇସ୍ରାଇଲ ଓ ଆମେରିକା ନାଗରିକ ରହିଛନ୍ତି । ଏବେବି ଗାଜାରେ ୧୦୧ ବିଦେଶୀ ଏବଂ ଇସ୍ରାଇଲ ବନ୍ଧକଙ୍କ ମଧ୍ୟରେ ପାଖାପାଖି ଅଧା ଲୋକ ବଞ୍ଚିଥିବା ଅନୁମାନ କରାଯାଉଛି ।

ହମାସକୁ ଧମକ ଦେଲେ ଟ୍ରମ୍ପ- ହମାସା ଆତଙ୍କୀ ସଂଗଠନକୁ ଅଲଟିମେଟ ଦେଇଛନ୍ତି ଟ୍ରମ୍ପ । ଜାନୁଆରୀ ୨୦ ତାରିଖ ଶପଥ ସମାରୋହ ପୂର୍ବରୁ ଇସ୍ରାଇଲ ବନ୍ଧକଙ୍କୁ ମୁକ୍ତ କରିବାକୁ ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଗତବର୍ଷ ଅକ୍ଟୋବରରୁ ହମାସ ଆତଙ୍କବାଦୀ ଇସ୍ରାଇଲ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଏହାର ସୀମାବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୨୫୦ରୁ ଅଧିକ ଲୋକଙ୍କୁ ଅପହରଣ କରିନେଇ ବନ୍ଧକ କରିଛି । ଏବେ ଗାଜାରେ ଶତାଧିକ ଇସ୍ରାଇଲ ବନ୍ଧକ ରହିଥିବା ଅନୁମାନ କରାଯାଉଛି । ଇସ୍ରାଇଲ ବନ୍ଧକଙ୍କୁ ମୁକ୍ତ ନ କରାଗଲେ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ହେବ । ଆମେରିକା ସେନାର ଏୟାରଷ୍ଟ୍ରାଇକରେ ଥରି ଉଠିବ ମିଡ୍ ଇଷ୍ଟ ।

ସେପଟେ ହମାସ ମଧ୍ୟ କିଛି ସର୍ତ୍ତ ରଖିଛି, ବନ୍ଧକଙ୍କୁ ମୁକ୍ତ ବଦଳରେ ଯୁଦ୍ଧ ବନ୍ଦ କରିବା ଏବଂ ଗାଜାରୁ ସମ୍ପୂର୍ଣ୍ଣ ଭାବେ ଇସ୍ରାଇଲ ସେନା ଚାଲିଯିବାକୁ ଦାବି କରିଛି । ସେପଟେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଜବାବରେ କହିଛନ୍ତି ହମାସ ସମ୍ପୂର୍ଣ୍ଣ ଭାବେ ଅନ୍ତ ନ ହେବା ଯାଏ ଯୁଦ୍ଧ ଜାରି ରହିବ ।

ପ୍ରକାଶ ଥାଉ କି, ଗତ ବର୍ଷ ଅକ୍ଟୋବର ୭ ତାରିଖରୁ ହମାସ ଓ ଇସ୍ରାଇଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଏଥିରେ ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଛି । ୨୫୦ରୁ ଅଧିକ ଲୋକଙ୍କୁ ଅପହରଣ କରାଯାଇଥିଲା । ଘନ ଘନ ଆକ୍ରମଣରେ ପ୍ରାୟ ୪୪, ୪୦୦ରୁ ଅଧିକ ପାଲେଷ୍ଟାଇନ ପ୍ରାଣ ହରାଇଛନ୍ତି । ଯୁଦ୍ଧରେ ବ୍ରେକ ଲଗାଇବାକୁ ଅନେକ ଚେଷ୍ଟା ପରେ ବି ସଫଳତା ମିଳିନାହିଁ । ଏବେ ବି ଯୁଦ୍ଧ ଜାରି ରହିଛି ।

ସୌଜନ୍ୟ-ପ୍ରମେୟ

Comments are closed.