ଜୀବନଚର୍ଚ୍ଚା

Millet Kakara: ପୁରଦିଆ ମାଣ୍ଡିଆ କାକରା… ଜାଣନ୍ତୁ ସ୍ବାସ୍ଥ୍ୟ ପ୍ରତି ହିତକର ସୁଆଦିଆ ମାଣ୍ଡିଆ କାକରା କରିବେ କେମିତି ?

ମାଣ୍ଡିଆ ଆମ ସ୍ବାସ୍ଥ୍ୟ ପାଇଁ ଅତି ଉପକାରୀ। ଏଥିରେ ପ୍ରୋଟିନ୍‌, ଫାଇଭର୍‌, କ୍ୟାଲ୍‌ସିୟମ୍‌ ଭରିହୋଇ ରହିଛି। ଏହା ଉଭୟ ଦେହପାଇଁ ଓ ପାଟି ପାଇଁ ବେଶ୍‌ ଉପକାରୀ। ଆସନ୍ତୁ ମାଣ୍ଡିଆ ଚୁନାରେ ବନେଇବା ସୁଆଦିଆ କାକରା ପିଠା।

ନୂଆଦିଲ୍ଲୀ: ମାଣ୍ଡିଆ ଆମ ସ୍ବାସ୍ଥ୍ୟ ପାଇଁ ଅତି ଉପକାରୀ । ଏଥିରେ ପ୍ରୋଟିନ୍‌, ଫାଇଭର୍‌, କ୍ୟାଲ୍‌ସିୟମ୍‌ ଭରିହୋଇ ରହିଛି। ଆସନ୍ତୁ ମାଣ୍ଡିଆ ଚୁନାରେ ବନେଇବା ସୁଆଦିଆ କାକରା ପିଠା।

ସାମଗ୍ରୀ:

ଏଥିପାଇଁ ଦୁଇକପ୍‌ ମାଣ୍ଡିଆ ଚୁନା, ବାଇଣ୍ଡିଂ ପାଇଁ ଅଧାକପ୍‌ ଅଟା/ମଇଦା ନେବା। ଉଭୟ ଅଟାକୁ ଭଲଭାବରେ ମିଶାଇ ଦିଅନ୍ତୁ। ଏଥର ପୁର ତିଆରି ପାଇଁ କ‌େରଇ‌େର ଗୋଟେ ଚାମଚ ଗୁଆଘିଅ ଦିଅନ୍ତୁ। ଗରମ ହେଲେ ସେଥିରେ ଗୋଟେ କପ୍‌ ପାଣି ନିଗିଡ଼ା ଛେନା ଦିଅନ୍ତୁ। ଟିକେ ଭାଜି ହେଲେ ଦେଢ଼କପ୍‌ ନଡ଼ିଆ କୋରା ଦିଅନ୍ତୁ। ନଡ଼ିଆ କୋରା ଭାଜି ହୋଇ ଆସିଲେ ସେଥିରେ ଭୋଟେ କପ୍‌ ଚିନି/ଗୁଡ଼, ଗୋଟେ ଚାମଚ ଗୋଲମରିଚ  ଓ ଚାରିଟି ଗୁଜୁରାତିକୁ ଗୁଣ୍ଡ କରି ମିଶେଇ ପୁର ପାଗ ହୋଇଗଲେ ତଳକୁ ଓହ୍ଲାଇ ଦିଅନ୍ତୁ। ଏଥରେ ଗୋଟେ ବଡ଼ କଡ଼େଇ (ନନ୍‌ଷ୍ଟିକ୍‌ ହେଲେ ଭଲ) ନେଇ ସେଥିରେ ୪ କପ୍‌ ପାଣି ଗରମ କରନ୍ତୁ। ପାଣିରେ ଦୁଇଟି ତେଜପତ୍ର, ଗୋଟେ ଚାମଚ ଲୁଣ, ଦୁଇ/ତିନି ଚାମଚ ଚିନି, ଗୋ‌ଟେ ଚାମଚ ପାନମହୁରୀ, ଗୋଟେ ବଡ଼ ଚାମଚ ଗୁଆଘିଅ ଦେଇ ପାଣି ଫୁଟିଲେ ଗ୍ୟାସକୁ ପୁରା କମେଇ ଦେଇ ମାଣ୍ଡିଆ ଚୁନାକୁ ଧିରେ ଧିରେ ଗୋଳାନ୍ତୁ, ଯେମିତି ଗୋଟା ନ ରହେ। ପୁରା ଯନ୍ତି ହୋଇ ମିଶ୍ରଣଟି ଶୁଖିଲା ହୋଇ ଆସିଲେ ତାକୁ ଘୋଡ଼େଇ ଦେଇ ଗ୍ୟା‌ସ୍‌ ବନ୍ଦ କରନ୍ତୁ। ଗୋଟେ ଥାଳି ବା କଦଳୀପତ୍ର ଉପରେ ଘିଅ ମାରି ଦୁଇ/ଚାରି ମିନିଟ୍‌ ପରେ ଯନ୍ତଣିକୁ ଢାଳନ୍ତୁ। ହାତ ସହିଲା ପରି ଥଣ୍ଡା ହେଲେ ଆଉଟିକେ ଚକଟି ଦେଇ ପାଣି ହାତ‌ ହୋଇ ଛୋଟ ଛୋଟ ଗୁଳା କରି କାକରା ପିଠା ଗଢ଼ି ତା’ ଭିତରେ ପୁର ଦିଅନ୍ତୁ ଏବଂ ଟିକେ ଚଟକା କରି ସବୁତକ ପିଠା ଗଢ଼ି ଗରମ ତେଲ/ଘିଅରେ କାକରାତକ ଛାଣନ୍ତୁ। ପରିବାର ସହ ଗରମ ଗରମ ପରଷନ୍ତୁ।

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button