Sports: ହରିୟାଣା ଗଲା ଓଡ଼ିଶା ଆଥଲେଟିକ୍ସ ଦଳ: ୧୯ ବର୍ଷରୁ କମ୍‌ ବାଳକରେ ୨୦ ଓ ବାଳିକାରେ ୧୨ ଖେଳାଳି

ରାଉରକେଲା: ୬୯ତମ ଜାତୀୟ ସ୍କୁଲ କ୍ରୀଡ଼ା ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଭାଗନେବାକୁ ଓଡ଼ିଶା ଦଳ ଆଜି ହରିୟାଣା ଗସ୍ତ କରିଛି। ଏହି ପ୍ରତିଯୋଗିତା ହରିୟାଣାର ଭୱାନୀଠାରେ ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍କୁଲ ଗେମ୍‌ସ ଫେଡେରେସନ ଅଫ୍ ଇଣ୍ଡିଆ (ଏସ୍‌ଜିଏଫ୍‌ଆଇ) ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା ୧୯ ବର୍ଷରୁ କମ୍‌ ବାଳକ ଦଳରେ ୨୦ ଓ ବାଳିକା ବର୍ଗରେ ୧୨ ଜଣ ଅଂଶଗ୍ରହଣ କରିବେ।

ସୌଜନ୍ୟ – ସମ୍ବାଦ