Breaking News

ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିଲେ, ବେଆଇନ ଘୋଷଣା କରାଯିବ: ସୁରେଶ ପୂଜାରୀ

ଆଦିବାସୀଙ୍କ ଜମି କେହି ଦଖଲ କରିପାରିବେ ନାହିଁ ବୋଲି ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏବେ ବି କଠୋର ଆଇନ ରହିଛି , ଆଇନ ସଂଶୋଧନ ରହିଛି।

ଭୁବନେଶ୍ବର: ଆଦିବାସୀଙ୍କ ଜମି କେହି ଦଖଲ କରିପାରିବେ ନାହିଁ ବୋଲି ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ବି କଠୋର ଆଇନ ରହିଛି , ଆଇନ ସଂଶୋଧନ ରହିଛି। ଭୂସଂସ୍କାର ଆଇନ ୧୯୬୦ ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରି ଉଚ୍ଛେଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ ନିୟମ ରହିଛି। ଏହିଭଳି ୬୫୪ ମାମଲା ବିଚାରାଧୀନ ଅଛି। ଯଦି କେହି ଆଦିବାସୀ ଜମି ଦଖଲ କରିଛନ୍ତି, ତାକୁ ବି ବେଆଇନ ଘୋଷଣା କରାଯିବ। ଏପରି ୮୮୧ ମାମଲା ବିଚାରାଧୀନ ଅଛି। ସେହିପରି କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବି ବେଆଇନ ଘୋଷଣା କରି ଆଦିବାସୀଙ୍କୁ ଫେରସ୍ତ ହେବ। ଏପରି ୧୯୬୯୦ ମାମଲା ବିଚାରାଧୀନ ଅଛି, ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି । ସେହିପରି ଯଦି ଚଞ୍ଚକତା କରି ଯଦି ଆଦିବାସୀ ଜମି ନିଆଯାଇଥାଏ, । ତାହାର ଆବଶ୍ୟକତାକୁ ବିଚାର କରିବା କ୍ଷମତା ଉପ ଜିଲ୍ଲପାଳଙ୍କୁ ଦିଆଯାଇଛି ଯଦି ବିଚାର ନ ହୁଏ, ଉପ ଜିଲ୍ଲପାଳ ଏହାକୁ ଅସିଦ୍ଧ ଘୋଷଣା କରି ପାରବେ ।

ସ‌େ ଆହୁରି କହିଛନ୍ତି, ନୂଆ ଆର ଆଣ୍ଡ ଆର ପଲିସି ଆସିବ। ୨୦୦୬ ଆର ଆଣ୍ଡ ଆର ସଂଶୋଧନ କରି ୨୦୨୫ରେ ନୂଆ ଆଧୁନିକ ଆର ଆଣ୍ଡ ଆର ପଲିସି ଆଣିବାକୁ ସରକାର ଯୋଜନା କରୁଛନ୍ତି। ଜମି ବଦଳରେ ଜମି ଦେବା ନେଇ ସରକାର ଯୋଜନା କରୁଛନ୍ତି।ଯଦି କୌଣସି ପ୍ରକଳ୍ପ ପାଇଁ ଲୋକଙ୍କ ଜମି ନିଆଯାଉଛି କ୍ଷତିପୂରଣ ପରିବର୍ତ୍ତେ ଅନ୍ୟତ୍ର କିଭଳି ଜମି ଦିଆଯାଇ ପାରିବ ସେ ନେଇ ବ୍ୟବସ୍ଥା କରାଯିବ। କନସିଭ ନୁହେଁ ଆମ ସରକାର ଡେଲିଭରି କରିବ।

ବିଗତ ସରକାର ସମୟରେ କଣ ହୋଇଥିଲା ତାହା ଏବେ ପ୍ରସଙ୍ଗ ନୁହେଁ, ପ୍ରସଙ୍ଗ ଏବେ ଯେଉଁ ସରକାର ସମୟରେ ଲୋକେ ପଟ୍ଟା ପାଇ ଥାଆନ୍ତୁ ନା କାହିଁକି ସେମାନଙ୍କୁ ଜମି ଦେବାକୁ ସରକାର ବ୍ୟବସ୍ଥା କରୁଛନ୍ତି। ବିଗତ ସରକାର ସମୟରେ ଜମି ପଟ୍ଟା ସମୟରେ ଲିଫ ଲେଟ ଭଳି ବ୍ୟବହାର କରାଯାଉଥିଲା । କିନ୍ତୁ ଲୋକ ବାରମ୍ବାର ଦୌଡୁଥିଲେ ମଧ୍ୟ ତାହା ମିଳୁନଥିଲା । କିନ୍ତୁ ଏବେ ସରକାର ବଦଳିଛନ୍ତି ଏବେ ଏହା ଉପରେ ଗୁରୁତ୍ୱ ଦିଆଯି । ଏଥିସହ ଯେଉଁ ଲୋକଙ୍କ ଜମି ହଡ଼ପ ହୋଇଥିବା କିନ୍ତୁ ତାଙ୍କ ପାଖରେ ଜମି ପ୍ରମାଣ ପତ୍ର ଥିବ ସେମାନଙ୍କୁ ନିଶ୍ଚିତ ଜମି ମିଳିବ।

ଆଜି ପ୍ରଶ୍ନ କାଳରେ ଜାତି ଜନଜାତିଙ୍କୁ ନେଇ ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଭାସ୍କର ମଢେଇ , ସେ ପ୍ରଶ୍ନରେ କହିଛନ୍ତି ଆଦିବାସୀଙ୍କ ଜମି ହଡପ କରାଯାଇଛି । ସେହି ଜମିରେ ସରକାରୀ ଅନୁଷ୍ଠାନ ନିର୍ମାଣ କରାଯାଇଛି ,କିନ୍ତୁ ଏଠି ନା କାମ କରୁଛି ଆଇନ ହେଉଛି କୌଣସି ସଂଶୋଧନ । ଏହାର ଉତ୍ତରରେ ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି କହିଛନ୍ତି।
ସୌଜନ୍ୟ-ସମ୍ୱାଦ

Comments are closed.