Breaking News

ଧୋନିଙ୍କ ସହ ୧୦ବର୍ଷ ଧରି ‌କଥା ହୋଇ ନାହାନ୍ତି ଭଜି

ଭାରତୀୟ କ୍ରିକେଟ୍ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଥିବା ଖଟାମିଠା ସଂପର୍କ ବିଷୟରେ କେତେକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି ଟର୍ବାନେଟର ହରଭଜନ ସିଂହ।

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଥିବା ଖଟାମିଠା ସଂପର୍କ ବିଷୟରେ କେତେକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି ଟର୍ବାନେଟର ହରଭଜନ ସିଂହ। ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ଧୋନିଙ୍କ ସହ ଗତ୧୦ ବର୍ଷ ହେବ ମୁଁ କଥା ହୋଇନି। ଚେନ୍ନାଇ ସୁପରକିଙ୍ଗ୍ସରୁ ଖେଳୁଥିବା ବେଳେ ତାଙ୍କ ସହ ଅଳ୍ପ କିଛି ସମୟ କଥା ହୋଇଥିଲି। ସେସବୁ କିନ୍ତୁ ପଡ଼ିଆ ଭିତରେ ସୀମିତ ରହୁଥିଲା। ସେ ମୋ ରୁମ୍‌କୁ ଆସୁ ନଥିଲେ କି ମୁଁ ତାଙ୍କ ରୁମ୍‌କୁ ଯାଉ ନଥିଲି। ତାପରଠାରୁ ଆମ ଭିତରେ କୌଣସି ସାମାଜିକ ସଂପର୍କ ପ୍ରାୟତଃ ନାହିଁ। ଏହାର କୌଣସି କାରଣ ମୋ ପାଖରେ ନାହିଁ। ହୁଏତ ତାଙ୍କ ପାଖରେ ଥିବ। ମୁଁ ତାଙ୍କ ସହ କଥା ହେବାକୁ ଚାହେଁ। ହେଲେ ଯେଉଁମାନେ ମୋ ଫୋନ୍ ଉଠାନ୍ତି ନାହିଁ ସେମାନଙ୍କ ସହ ସାଧାରଣତଃ ମୁଁ କଥା ହୁଏନି। ମୋ ପାଖରେ ଏଥିପାଇଁ ସମୟ ବି ନାହିଁ। ମୁଁ କେବଳ ମୋ ବନ୍ଧୁଙ୍କ ସହ ସଂପର୍କ ରଖିବାକୁ ଗୁରୁତ୍ବ ଦେଇଥାଏ।
ସୌଜନ୍ୟ-ସମ୍ୱାଦ

Comments are closed.