Breaking News

୫ ବର୍ଷର ଓଏମ୍‌ସି ଦେଇଛି ୬୩୯୩ କୋଟି ଲାଭାଂଶ

ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପାଞ୍ଚ ବର୍ଷରେ ୬୩୯୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇ କହିଛନ୍ତି...

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପାଞ୍ଚ ବର୍ଷରେ ୬୩୯୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇ କହିଛନ୍ତି ଯେ ୨୦୧୯-୨୦ରେ ଏହା ଲାଭାଂଶ ବାବଦରେ ୨୫୦ କୋଟି ଟଙ୍କା ଦେଇଥିଲା। ୨୦୨୦-୨୧ରେ ତାହା ୧୦୦୦ କୋଟି ଟଙ୍କା, ୨୦୨୧-୨୨ରେ ୧୦୦୦ କୋଟି ଟଙ୍କା, ୨୦୨୨-୨୩ରେ ୧୪୨୦ କୋଟି ଟଙ୍କା ଏବଂ ୨୦୨୩-୨୪ରେ ୨୭୨୩ କୋଟି ଟଙ୍କାର ଲାଭାଂଶ ଦେଇଛି।

ଆଲୋଚ୍ୟ ପାଞ୍ଚ ଆର୍ଥିକ ବର୍ଷରେ ଓଏମ୍‌ସିର ଟିକସ ପରବର୍ତ୍ତୀ ଲାଭ ୧୮,୯୧୬ କୋଟି ଟଙ୍କା ରହିଛି। ୨୦୧୯-୨୦ରେ ଏହାର ଲାଭ ୭୨୮.୭୨ କୋଟି ଟଙ୍କା, ୨୦୨୦-୨୧ରେ ୧୫୮୬.୨୭ କୋଟି ଟଙ୍କା, ୨୦୨୨-୨୩ରେ ୨୭୩୧.୪୧ କୋଟି ଟଙ୍କା, ୨୦୨୨-୨୩ରେ ୪୭୧୭.୦୪ କୋଟି ଟଙ୍କା ଓ ୨୦୨୩-୨୪ରେ ୯୦୬୬.୧୭ କୋଟି ଟଙ୍କା ଥିଲା। ମନ୍ତ୍ରୀ ଶ୍ରୀ ଜେନା ଏହା ମଧ୍ୟ ସୂଚନା‌ ଦେଇଛନ୍ତି ଯେ ୨୦୨୧-୨୨ରେ ଲଘୁ ଖଣିଜରୁ ୧୦୫୮.୪୦ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା। ୨୦୨୩-୨୪ରେ ସେ ବାବଦରେ ୧୪୮୭.୫୫ ‌କୋଟି ଟଙ୍କା ଆୟ ହୋଇଛି।

ସୌଜନ୍ୟ-ସମ୍ୱାଦ

Comments are closed.