ମହାନଗର

B-Tech Student Failure Chaiwala ବି.ଟେକ୍‌ ଛାତ୍ର ଏବେ ‘ଫେଲ୍ୟୁଅର୍‌ ଚାଏୱାଲା’

Failure ଚାଏ’ ନାଁରେ ଚା ବିକ୍ରି କରି ନିଜେ ସ୍ବାବଲମ୍ବୀ ହେବାସହ ୬ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ସହରର ଉଚ୍ଚଶିକ୍ଷିତ ଚାଏୱାଲା ଭବାନୀ ପ୍ରସାଦ ସାହୁ (୩୧)।

ରାଉରକେଲା: ବେଶ୍‌ ଉଚ୍ଚ ଶିକ୍ଷିତ। ବି.ଟେକ୍‌ ଶିକ୍ଷାସମାପ୍ତି ପରେ ଚାକିରି କରିଥିଲେ ମଧ୍ୟ ମନ ଲାଗିନଥିଲା। ଏହାପରେ ୩/୪ଟା ବ୍ୟବସାୟ କରିଥିଲେ ମଧ୍ୟ ସଫଳତା ମିଳିନଥିଲା। ଏବେ ‘ଫେଲ୍ୟୁଅର୍‌ ଚାଏ’ ନାଁରେ ଚା ବିକ୍ରି କରି ନିଜେ ସ୍ବାବଲମ୍ବୀ ହେବାସହ ୬ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ସହରର ଉଚ୍ଚଶିକ୍ଷିତ ଚାଏୱାଲା ଭବାନୀ ପ୍ରସାଦ ସାହୁ (୩୧)।

ଟିଟିଲାଗଡ଼ର ମୂଳବାସିନ୍ଦା ଭବାନୀଙ୍କ ବାପା-ମା’ ଉଭୟେ ଚାକିରି କରୁଥିବାରୁ ସେ ରାଉରକେଲାରେ ଛୋଟବେଳୁ ରହୁଛନ୍ତି। ରାଉରକେଲାରେ ରହି ସ୍କୁଲ, କଲେଜ ଶିକ୍ଷା ଗ୍ରହଣ କରିବାପରେ ୨୦୧୪ ମସିହାରେ ଖୋର୍ଦ୍ଧାସ୍ଥ ସୋଫିଟୋରିୟମ ଇଞ୍ଜିନିଅରିଂ କଲେଜରୁ ବି.ଟେକ୍‌ ଡିଗ୍ରି ହାସଲ କରିଥିଲେ। ଏହାପରେ ପ୍ରାୟ ବର୍ଷ ଚେନ୍ନାଇରେ ଏକ ପ୍ରତିଷ୍ଠିତ କମ୍ପାନିରେ କାମ କରିଥିଲେ। ତେବେ ସେଠାରେ ମନ ନ ଲାଗିବାରୁ ରାଉରକେଲାକୁ ଆସି ବ୍ୟବସାୟ ଆରମ୍ଭ କରିଥିଲେ। ଇଟା ଭାଟି, ଟ୍ରାଭେଲ୍‌ ଏଜେନ୍ସି,, ଇଭେଣ୍ଟ୍‌ ମ୍ୟାନେଜମେଣ୍ଟ୍‌ କ୍ଷେତ୍ରରେ କାମକରିଥିଲେ ମଧ୍ୟ ବିଶେଷ ସଫଳତା ମିଳିନଥିଲା। ଏଣୁ ବାପାଙ୍କ ନିର୍ଦ୍ଦେଶରେ ଛୋଟରୁ ଆରମ୍ଭ କରିବା ପାଇଁ ପରିକଳ୍ପନା କରିଥିଲେ।

ଆୟର ପ୍ରାୟ ୨୫% ପ୍ରତିଶତ ବୁଲା କୁକୁର ଓ ଅନ୍ୟାନ୍ୟ ଜନ୍ତୁଙ୍କ ପାଇଁ ବ୍ୟୟ କରୁଛନ୍ତି

୨୦୨୩ ଜାନୁଆରି ୧ ତାରିଖରୁ ଆମ୍ବାଗାନ ନିକଟରେ ଏକ କେନୋପିରେ ଚା’ ବିକିବା ଆରମ୍ଭ କରିଥିଲେ। ବର୍ତ୍ତମାନ ବେପାର ବେଶ୍‌ ଜମୁଥିବାରୁ ଭଲ ରୋଜଗାର ବି ହେଉଛି। ଏବେ ଏକ ଚାରିଚକିଆ ଯାନରେ ଆମ୍ବାଗାନରେ ଚା’ ବିକ୍ରି କରିବାସହ ୬ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାସହ ବୁଲା ପଶୁଙ୍କୁ ମଧ୍ୟ ନିୟମିତ ଖାଦ୍ୟପେୟ ଦେଇଥାନ୍ତି। ଆୟର ପ୍ରାୟ ୨୫% ପ୍ରତିଶତ ବୁଲା କୁକୁର ଓ ଅନ୍ୟାନ୍ୟ ଜନ୍ତୁଙ୍କ ପାଇଁ ବ୍ୟୟ କରୁଛନ୍ତି।

ପ୍ରତିକ୍ରିୟାରେ ଭବାନୀ କହିଛନ୍ତି, କୌଣସି ବେପାର ଛୋଟ ନୁହେଁ। ଦୃଢ଼ମନସ୍କ ଓ ନିଷ୍ଠାପରଭାବେ ବ୍ୟବସାୟକଲେ ସଫଳତା ମିଳିବା ନିଶ୍ଚିତ। ଚାକିରି ଛାଡ଼ି ବିଭିନ୍ନ ବେପାର ଆରମ୍ଭ କରିଥିଲି, କିନ୍ତୁ ସେଥିରେ ସଫଳତା ପାଇନଥିଲି। ଆର୍ଥିକ କ୍ଷତି ସହିବାପରେ ଚା’ ବିକ୍ରିଠାରୁ ପୁନଃ ସ୍ବାବଳମ୍ବୀ ହେବାକୁ ପ୍ରୟାସ କରିଥିଲି। ସବୁଠାରୁ ବଡ଼ କଥା, ଏବେ ୬ ଜଣଙ୍କୁ ଚାକିରି ଦେଇପାରିଛି, ଯାହାକି ମୋ’ ପାଇଁ ଏକ ବଡ଼ ଉପଲବ୍ଧି।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button