Breaking News

ଚମତ୍କାର ୨୪:

୨୦୨୪ ଲୋକସଭା ନିର୍ବାଚନରେ ଦେଶ ଏନ୍‌ଡିଏ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଐତିହାସିକ ତୃତୀୟ ପାଳି ପାଇଁ କ୍ଷମତାସୀନ କରିଛି। ତେବେ ଏହି ନିର୍ବାଚନରେ ବିରୋଧୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ଏବଂ ଏନ୍‌ଡିଏର ସଂଖ୍ୟାଗରିଷ୍ଠତା ହ୍ରାସ କରି ଭୋଟର୍‌ମାନେ...

୨୦୨୪ ଲୋକସଭା ନିର୍ବାଚନରେ ଦେଶ ଏନ୍‌ଡିଏ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଐତିହାସିକ ତୃତୀୟ ପାଳି ପାଇଁ କ୍ଷମତାସୀନ କରିଛି। ତେବେ ଏହି ନିର୍ବାଚନରେ ବିରୋଧୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ଏବଂ ଏନ୍‌ଡିଏର ସଂଖ୍ୟାଗରିଷ୍ଠତା ହ୍ରାସ କରି ଭୋଟର୍‌ମାନେ ସ୍ପଷ୍ଟ ବାର୍ତ୍ତା ଦେବାରେ ବିଫଳ ହୋଇନାହାନ୍ତି। ଜୁନ୍ ୪ରେ ଭାରତ ଇତିହାସ ରଚିଥିଲା, ଯେତେବେଳେ ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆଣିଥିଲା। ଏହି ସଫଳତା ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପରେ ଏକ ଐତିହାସିକ ରେକର୍ଡ । ତେବେ କମିଥିବା ଜନାଦେଶରେ ଏକ ବଡ଼ ବାର୍ତ୍ତା ରହିଛି। ଭାରତ ଏଥର ବିଜେପିକୁ ଅବାଧ କ୍ଷମତାସମ୍ପନ୍ନ ହେବାକୁ ଦେଇନାହିଁ। ପୂର୍ବ ଜନାଦେଶ ଭଳି ପ୍ରଚଣ୍ଡ ସମର୍ଥନ ବିଜେପି ପଛରେ ନାହିଁ। ବିଖଣ୍ଡିତ ଜନାଦେଶକୁ ନେଇ ଆଶ୍ଚର୍ଯ୍ୟ ହେବାର ବି କିଛ ନାହିଁ। ଭାରତ ଭଳି ଏକ ବିଶାଳ ଓ ବିବିଧତା ଭରା ରାଷ୍ଟ୍ରରେ ଗୋଟିଏ ଦଳ ଶାସନ କରିବା ସ୍ୱାଭାବିକ ନୁହେଁ। ଭାରତର ୭୧ ବର୍ଷର ନିର୍ବାଚନୀ ଯାତ୍ରାରେ ୩୨ ବର୍ଷ ଧରି ଦେଶରେ ମେଣ୍ଟ ରାଜନୀତି ଦେଖିବାକୁ ମିଳିଥିଲା। ଏବେ ମୋଦୀ ୩.୦ରେ ମେଣ୍ଟ ରାଜନୀତିର ପ୍ରତ୍ୟାବର୍ତ୍ତନ ହୋଇଛି। ୧୮ତମ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ବାଧୀନ ଏନ୍‌ଡିଏ ସରକାର ଗଠନ ପାଇଁ ସହଯୋଗୀଙ୍କ ମାଧ୍ୟମରେ ବହୁମତ ହାସଲ କରିଛି। ୨୦୧୪ ଓ ୨୦୧୯ରେ ବିଜେପି ଏକାକୀ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବେଳେ ୨୦୨୪ରେ ଏହାର ଆସନ ସଂଖ୍ୟା ୨୪୦କୁ ଖସିଆସିଛି। ବିଜେପିର ଦୁଇ ଏନ୍‌ଡିଏ ସହଯୋଗୀ ବିହାରରୁ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏବଂ ଆନ୍ଧ୍ରପ୍ରଦେଶର ତେଲୁଗୁଦେଶମ୍ ପାର୍ଟି (ଟିଡିପି)ର ସମର୍ଥନ ଉପରେ ସରକାରର ସ୍ଥାୟିତ୍ବ ନିର୍ଭର କରୁଛି। କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆନ୍ ନ୍ୟାସନାଲ୍ ଡେଭଲପ୍‌ମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) ଏକ ଶକ୍ତିଶାଳୀ ବିରୋଧୀ ମେଣ୍ଟ ଭାବେ ଉଭା ହୋଇଥିଲେ ମଧ୍ୟ ମୋଦୀଙ୍କୁ କ୍ଷମତା ଅକ୍ତିଆରରୁ ରୋକିବାକୁ ସମର୍ଥ ହୋଇନାହିଁ। ୨୦୨୪ ନିର୍ବାଚନରେ ଆଞ୍ଚଳିକ ଦଳଗୁଡିକ ଭଲ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସର ଶକ୍ତି ପୂର୍ବାପେକ୍ଷା ଦୁଇଗୁଣ ହୋଇଛି।

ସଂସଦରେ ବିରୋଧୀଙ୍କ ସ୍ୱର ହଜିବ ନାହିଁ
୨୦୧୯ ଲୋକସଭା ନିର୍ବାଚନରେ ୩୦୩ ଆସନ ଜିତି ରେକର୍ଡ ସଫଳତା ହାସଲ କରିଥିବା ବିଜେପି ୨୦୨୪ରେ ୨୪୦ ଆସନକୁ ଖସି ଆସିବା ବିରୋଧୀ ଦଳଙ୍କ ସଫଳ ରଣନୀତିକୁ ପ୍ରମାଣିତ କରିଛି। ଏନ୍‌ଡିଏ ୩୫୩ରୁ ୨୯୧ରେ ପହଞ୍ଚିଛି। ଏହା ଭାରତୀୟ ରାଜନୀତିରେ ମେଣ୍ଟ ଯୁଗକୁ ଫେରାଇ ଆଣିବା ସହ ସରକାର ଉପରେ ଅଙ୍କୁଶ ଦୃଢ଼ ହୋଇଥିବା କୁହାଯାଉଛି। ସ୍ଥିର ସରକାର ପାଇଁ ବିଜେପିକୁ ନିଜର ଏନ୍‌ଡିଏ ସହଯୋଗୀଙ୍କ ଉପରେ ନିର୍ଭର କରିବାକୁ ପଡିବ ଏବଂ ମେଣ୍ଟଧର୍ମରେ ରହିବାକୁ ପଡିବ। ବିରୋଧୀ ମେଣ୍ଟ ୨୩୪ଟି ଆସନରେ ବିଜୟୀ ହୋଇଥିବା ବେଳେ ସମସ୍ତ ଏକ୍‌ଜିଟ୍ ପୋଲ୍‌ର ଆକଳନଠାରୁ ଏହା ଯଥେଷ୍ଟ ଅଧିକ। ଇଣ୍ଡି-ମେଣ୍ଟର ସବୁଠାରୁ ବଡ ସହଯୋଗୀ ଦଳ କଂଗ୍ରେସର ଆସନ ସଂଖ୍ୟା ୫୨ରୁ ୯୯କୁ ବା ପ୍ରାୟ ଦୁଇଗୁଣକୁ ବୃଦ୍ଧି ପାଇବା ଦଳ ପାଇଁ ବରଦାନ ସଦୃଶ ହୋଇଛି। ୨୦୧୪ରେ ଏହା ବିରୋଧୀ ଦଳ ନେତା ମାନ୍ୟତା ପାଇବା ପାଇଁ ବି ଯୋଗ୍ୟତା ଅର୍ଜନ କରି ନ ଥିଲା। ତେଣୁ ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ଏକ ଶକ୍ତିଶାଳୀ ବିରୋଧୀ ଦଳ ଦେବାକୁ ଭାରତୀୟ ଭୋଟର୍‌ ସୁନିଶ୍ଚିତ କରିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ୱାୟନାଡ଼ ଲୋକସଭା ଆସନରୁ ଉପନିର୍ବାଚନରେ ବିଜୟୀ ହୋଇ ପ୍ରଥମ ଥର ପାଇଁ ସଂସଦରେ ପ୍ରବେଶ କରିବା ଜାତୀୟ ରାଜନୀତିର ଆଉ ଏକ ଉଲ୍ଲେଖନୀୟ ଘଟଣା। ୨୦୨୪ ସାଧାରଣ ନିର୍ବାଚନ ପ୍ରମାଣ କରିଛି ଯେ ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନ ଓ ସାମାଜିକ ଢାଞ୍ଚା ଅକ୍ଷୁଣ୍ଣ ରହିଛି, ଯାହାକୁ ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ଧ୍ୱଂସ କରିଛି ବୋଲି ବିରୋଧୀ ଅଭିଯୋଗ କରିଆସୁଛନ୍ତି।

ଜନାଦେଶର ରୂପରେଖ
୨୦୨୪ରେ ବିଜେପି କମ୍ ଜନାଦେଶ ପାଇଥିଲେ ମଧ୍ୟ ନିଜର ଆଧିପତ୍ୟ ନ ଥିବା କେତେକ ଅଞ୍ଚଳରେ ଏହାର ଗଭୀର ଅନୁପ୍ରବେଶ କରିଛି। ଓଡ଼ିଶାରେ ଏହା ପାଖାପାଖି କ୍ଲିନ୍ ସୁଇପ୍ କରିଛି। କେରଳରେ ତ୍ରିଶୂର ଲୋକସଭା ଆସନରେ ବିଜୟୀ ହୋଇ ବିଜେପି ପ୍ରଥମ ବିଜୟ ହାସଲ କରିଛି। ତେବେ ୩ଟି ବଡ଼ ରାଜ୍ୟ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ରାଜସ୍ଥାନରେ ଏହା କମ୍ ଆସନ ପାଇଥିଲା। ଉତ୍ତରପ୍ରଦେଶରେ ୨୦୧୯ରେ ୮୦ ଆସନରୁ ୬୪ଟିରେ ବିଜୟୀ ହୋଇଥିବା ଏନ୍‌ଡିଏ ୩୬ରେ ସୀମିତ ରହିଛି। ଏପରିକି ଅଯୋଧ୍ୟା ରାମମନ୍ଦିର ଥିବା ନିର୍ବାଚନ ମଣ୍ଡଳୀ ଫୈଜାବାଦକୁ ହରାଇଛି। ମହାରାଷ୍ଟ୍ରରେ ଏନ୍‌ଡିଏ ସଂଖ୍ୟା ୪୧ରୁ ୧୭କୁ ଖସି ଆସିବା ବିଜେପି ପାଇଁ ବିରାଟ ଧକ୍କା ହୋଇଛି। ରାଜସ୍ଥାନରେ ୨୦୧୯ରେ ଏନ୍‌ଡିଏ ସମସ୍ତ ୨୫ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୦୨୪ରେ ପାଣି ଅଭାବ ଓ ଖରାପ ରାସ୍ତାକୁ ନେଇ ଭୋଟରଙ୍କ କ୍ରୋଧ ଯୋଗୁ ଏହା ୧୪କୁ ଖସି ଆସିଥିଲା।

ଜନତା ହିଁ ଜନାର୍ଦ୍ଦନ
ଶେଷରେ ଏହି ନିର୍ବାଚନ ମାଧ୍ୟମରେ ଭାରତ ଯେଉଁ ବାର୍ତ୍ତା ଦେଇଛି, ତାହା ଗୁରୁତ୍ବପୂର୍ଣ୍ଣ। ସବୁଠାରୁ ବଡ଼ ଦଳ ଭାବେ ବିଜେପିକୁ ଭୋଟ୍ ଦେବା କିନ୍ତୁ ସଂଖ୍ୟାଗରିଷ୍ଠତାରୁ ବଞ୍ଚିତ କରିବା ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ ନୁହେଁ, ବରଂ ଭବିଷ୍ୟତ ପାଇଁ ସଜାଗ ରହିବାର ଏକ ଚେତାବନୀ। ସଂଖ୍ୟାଗରିଷ୍ଠତାଠାରୁ ଦୂରରେ ଥିବାରୁ ବିଜେପି ଖୁସି ନ ଥିଲା। କେନ୍ଦ୍ରରେ ସରକାର ଗଠନ କରିବାକୁ ନ ମିଳିବାରୁ ଇଣ୍ଡି-ମେଣ୍ଟ ବି ଅସନ୍ତୁଷ୍ଟ। ଏହା ଗଣତନ୍ତ୍ରର ବିଜୟ ଥିଲା ଏବଂ ଭାରତ ଏକ ବାର୍ତ୍ତା ଦେଇଥିଲା, ଯାହା ଉଦାତ୍ତ ଓ ସ୍ପଷ୍ଟ । ଏହି ବାର୍ତ୍ତା ହେଉଛି- ‘ପ୍ରକୃତ କ୍ଷମତା ଲୋକଙ୍କ ପାଖରେ ରହିଛି: ଜନତା ହେଉଛନ୍ତି ଜନାର୍ଦ୍ଦନ’।

ବିଜେପି ପାଇଁ ଚେତାବନୀ, ପ୍ରତ୍ୟାଖ୍ୟାନ ନୁହେଁ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆସିବା କିଛି ଛୋଟ କଥା ନୁହେଁ। କାରଣ ୧୦ ବର୍ଷ ଲଗାତାର କ୍ଷମତାରେ ରହିବା ପରେ ବି ଏହା କ୍ଷମତାକୁ ଆସିଛି। ଏନ୍‌ଡିଏ ପାଇଁ ଏହି ଜନାଦେଶ ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଅନୁମୋଦନର ମୋହର। ବିନା କେନ୍ଦ୍ରୀୟ ପ୍ରସଙ୍ଗରେ ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା। ବିରୋଧୀଙ୍କ ସବୁ ଆକ୍ରମଣକୁ ମୋଦୀ ମୁକାବିଲା କରିଥିଲେ ଏବଂ ବିରୋଧୀଙ୍କ ସବୁ ଅସ୍ତ୍ରର ମୋଡ଼ ବୁଲାଇ ସେ ତାଙ୍କରି ଉପରେ ପ୍ରୟୋଗ କରିଥିଲେ। ବିଭିନ୍ନ ରାଲିରେ ସେ ଏମିତି କିଛି କହିଥିଲେ ଯାହା ଚର୍ଚ୍ଚାକୁ ଆସିଥିଲା।

ମେଣ୍ଟ ସରକାରର ଭବିଷ୍ୟତ
ମେଣ୍ଟ ସରକାରର ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ସରକାର କେତେ ସ୍ଥିର ଓ ଶକ୍ତିଶାଳୀ, ତାହାକୁ ନେଇ ବିତର୍କ ଜାରି ରହିଛି। ମନ୍ତ୍ରଣାଳୟ ବିଭାଗ ବଣ୍ଟନରେ ବିଜେପି ଏହାର ପ୍ରମୁଖ ସହଯୋଗୀଙ୍କ ବୁଝାମଣାରେ ସଂପୂର୍ଣ୍ଣ ସଫଳ ବୋଲି କୁହାଯାଇପାରିବ। ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ ଏବଂ ଗୃହ ବ୍ୟାପାର ସମେତ ସମସ୍ତ ‘ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି’ (ସିସିଏସ୍) ମନ୍ତ୍ରଣାଳୟକୁ ବିଜେପି ବଜାୟ ରଖିଛି। ସିସିଏସ୍ ହେଉଛି ଭାରତ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ କମିଟି, ଯାହା ସମସ୍ତ ଗୁରୁତ୍ୱପୂର୍ଣ୍ଣ ସାର୍ବଭୌମ ବିଷୟ ଉପରେ ନିଷ୍ପତ୍ତି ନେଇଥାଏ । ଏଥିରୁ ଜଣାପଡୁଛି ଯେ ଏନ୍‌ଡିଏ ସହଯୋଗୀଙ୍କ ସହ ବିଭାଗ ବୁଝାମଣାରେ ବିଜେପି ପ୍ରାଧାନ୍ୟ ପୂର୍ବବତ୍‌ କାଏମ ରହିଛି। ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ବିଜେପି କେବଳ ସିସିଏସ୍ ମନ୍ତ୍ରଣାଳୟକୁ ବଜାୟ ରଖିନାହିଁ, ବରଂ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ପୂର୍ବ ସରକାର ଭଳି ସମାନ ମନ୍ତ୍ରାଳୟ ଦାୟିତ୍ବରେ ଅଛନ୍ତି। ବିଶେଷକରି ପ୍ରତିରକ୍ଷା, ଅର୍ଥ ଓ ବୈଦେଶିକ ନୀତି କ୍ଷେତ୍ରରେ ଏହା ନିରନ୍ତରତା ଓ ଦୀର୍ଘମିଆଦୀ ଆଭିମୁଖ୍ୟ ବଜାୟ ରଖିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଏନ୍‌ଡିଏ ସହଯୋଗୀମାନେ ମୋଦୀ ୩.୦ରେ ବିଭାଗୀୟ ବ୍ୟବସ୍ଥାକୁ ସ୍ୱୀକାର କରିଛନ୍ତି। ଉଭୟ ଜେଡିୟୁ ଏବଂ ଟିଡିପି ରାଜ୍ୟର ଅର୍ଥନୈତିକ ଅନଗ୍ରସରତା ଏବଂ ଆର୍ଥିକ ଦୁର୍ବଳତା କାରଣରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଦୀର୍ଘ କାଳ ଧରି ଦାବି କରି ଆସୁଛନ୍ତି। ସାମାଜିକ-ଅର୍ଥନୈତିକ ସୂଚକାଙ୍କ ଦୃଷ୍ଟିରୁ ବିହାର ଅନ୍ୟତମ ଅଳ୍ପ ବିକଶିତ ରାଜ୍ୟ। ୨୦୦୦ ମସିହାରେ ଏହାର ବିଭାଜନ ପରେ ଅବଶିଷ୍ଟ ବିହାର ନୂଆ ରାଜ୍ୟ ଝାଡ଼ଖଣ୍ଡଠାରୁ ଖଣିଜ ପଦାର୍ଥ ଏବଂ ଭାରୀ ଶିଳ୍ପର ପ୍ରମୁଖ ଉତ୍ସ ହରାଇଲା । ୨୦୧୧ରେ ବିହାରରେ ସହରୀକରଣର ସ୍ତର ୧୧.୩% ଥିଲା, ଯାହା ଅନ୍ୟ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ତୁଳନାରେ ସର୍ବନିମ୍ନ ଥିଲା । ଏବେ ଏହା ୧୫.୩%କୁ ବୃଦ୍ଧି ପାଇଛି। ଜମ୍ମୁ-କଶ୍ମୀର ରାଜନୀତିରେ ନୂଆ ଅଧ୍ୟାୟ
ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନରେ ଇଣ୍ଡି ମେଣ୍ଟର ସଫଳତା ଏନ୍‌ଡିଏ ପାଇଁ ଝଟ୍‌କା ହୋଇଥିଲେ ମଧ୍ୟ ଜମ୍ମୁ ଅଂଚଳରେ ବିଜେପି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ହୋଇଥିବା ନିର୍ବାଚନ ସରକାରୀ ଅନୁଷ୍ଠାନଗୁଡ଼ିକ ଉପରେ ଲୋକଙ୍କ ଆସ୍ଥା ଫେରାଇ ଆଣିଛି। ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନ୍‌ଫରେନ୍ସ-କଂଗ୍ରେସ ମେଣ୍ଟ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିଛି। କାଶ୍ମୀରରେ ଏକ ନିର୍ବାଚିତ ସରକାର ଆସିବା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଲାଭଦାୟକ ହୋଇଛି। କାରଣ ସେମାନଙ୍କ ଅଭିଯୋଗର ସମାଧାନ କରିବା ପାଇଁ ବର୍ତ୍ତମାନ ସେମାନଙ୍କ ପାଖରେ ଜନପ୍ରତିନିଧି ରହିବେ। ନ୍ୟାସନାଲ କନ୍‌ଫରେନ୍ସ ପରେ ବିଜେପି ରାଜ୍ୟରେ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହୋଇଛି। ଅନ୍ୟ ଦୁଇ ଦଳ ମେହବୁବା ମୁଫତିଙ୍କ ନେତୃତ୍ୱାଧୀନ ପିଡିପି ଓ ଇଞ୍ଜିନିୟର ରସିଦଙ୍କ ଏଆଇପି ଦଳ ଜନମତ ହାସଲ କରିପାରି ନାହାନ୍ତି।

ଝାଡ଼ଖଣ୍ଡରେ ଶକ୍ତିଶାଳୀ ଦମ୍ପତିଙ୍କ ଉତ୍‌ଥାନ
ଝାଡ଼ଖଣ୍ଡ ନିର୍ବାଚନରେ ହେମନ୍ତ ସୋରେନ ଓ କଳ୍ପନା ସୋରେନ ସ୍ୱାମୀ-ସ୍ତ୍ରୀ ଯୋଡ଼ିଙ୍କର ପ୍ରଦର୍ଶନ ଆଶ୍ଚର୍ଯ୍ୟଜନକ ଥିଲା, ଯାହାକୁ ଅନେକ ଲୋକ ଭାରତର ନୂତନ ରାଜନୈତିକ ଶକ୍ତି-ଦମ୍ପତି ବୋଲି କହୁଛନ୍ତି। ବିଧାନସଭା ନିର୍ବାଚନରେ ଜେଏମ୍‌ଏମ୍‌ କ୍ରମାଗତ ଦ୍ବିତୀୟ ଥର ପାଇଁ ଇଣ୍ଡି-ମେଣ୍ଟରେ ସାମିଲ ହୋଇଥିଲା। ଦଳ ସମ୍ମୁଖୀନ ହୋଇଥିବା ସାମ୍ପ୍ରତିକ ଆହ୍ୱାନକୁ ଦୃଷ୍ଟିରେ ରଖି ଏହି ସଫଳତାକୁ ବିରାଟ ବୋଲି ବିବେଚନା କରାଯାଉଛି। ସୀତା ସୋରେନ, ଚମ୍ପାଇ ସୋରେନ ଓ ଲୋବିନ ହେମ୍ବ୍ରମଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ଜେଏମ୍‌ଏମ୍‌ ଛାଡ଼ି ବିଜେପିରେ ସାମିଲ ହେବା ପରେ ଦଳର ବିପର୍ଯ୍ୟୟ ଆଶଙ୍କା କରାଯାଉଥିଲା। ତେବେ ଉଭୟ ହେମନ୍ତ ଓ କଳ୍ପନା ଆଦିବାସୀ ଭୋଟରଙ୍କ ମଧ୍ୟରେ ସହାନୁଭୂତିର ଲହର ସୃଷ୍ଟି କରିବାରେ ସଫଳ ହୋଇ ସବୁ ଆଶଙ୍କାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି। ଅନ୍ୟପକ୍ଷରେ ସରକାରୀ ବିରୋଧୀ ଲହର ସତ୍ତ୍ୱେ ବିଜେପି ଏହାର ଫାଇଦା ଉଠାଇବାରେ ବିଫଳ ହୋଇଥିଲା।
ଜମ୍ମୁ-କଶ୍ମୀର ରାଜନୀତିରେ ନୂଆ ଅଧ୍ୟାୟ
ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନରେ ଇଣ୍ଡି ମେଣ୍ଟର ସଫଳତା ଏନ୍‌ଡିଏ ପାଇଁ ଝଟ୍‌କା ହୋଇଥିଲେ ମଧ୍ୟ ଜମ୍ମୁ ଅଂଚଳରେ ବିଜେପି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ହୋଇଥିବା ନିର୍ବାଚନ ସରକାରୀ ଅନୁଷ୍ଠାନଗୁଡ଼ିକ ଉପରେ ଲୋକଙ୍କ ଆସ୍ଥା ଫେରାଇ ଆଣିଛି। ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନ୍‌ଫରେନ୍ସ-କଂଗ୍ରେସ ମେଣ୍ଟ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିଛି। କାଶ୍ମୀରରେ ଏକ ନିର୍ବାଚିତ ସରକାର ଆସିବା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଲାଭଦାୟକ ହୋଇଛି। କାରଣ ସେମାନଙ୍କ ଅଭିଯୋଗର ସମାଧାନ କରିବା ପାଇଁ ବର୍ତ୍ତମାନ ସେମାନଙ୍କ ପାଖରେ ଜନପ୍ରତିନିଧି ରହିବେ। ନ୍ୟାସନାଲ କନ୍‌ଫରେନ୍ସ ପରେ ବିଜେପି ରାଜ୍ୟରେ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହୋଇଛି। ଅନ୍ୟ ଦୁଇ ଦଳ ମେହବୁବା ମୁଫତିଙ୍କ ନେତୃତ୍ୱାଧୀନ ପିଡିପି ଓ ଇଞ୍ଜିନିୟର ରସିଦଙ୍କ ଏଆଇପି ଦଳ ଜନମତ ହାସଲ କରିପାରି ନାହାନ୍ତି।

ହରିୟାଣା: ସରକାର ବିରୋଧୀ ଲହରକୁ ରୋକିଲା ବିଜେପି
ହରିୟାଣାରେ ବିଜେପି ଐତିହାସିକ ତୃତୀୟ ଥର ପାଇଁ ଜନାଦେଶ ହାସଲ କରିଛି। ଏହି ଦୁଇ ରାଜ୍ୟ ମଧ୍ୟରେ ସାଧାରଣ କଥା ହେଉଛି, ଭୋଟର୍‌ମାନେ ସେମାନଙ୍କ ପସନ୍ଦକୁ ନେଇ କୌଣସି ଅସ୍ପଷ୍ଟତା ରଖି ନ ଥିଲେ। ବିଜୟୀ ଦଳକୁ ସ୍ପଷ୍ଟ ଜନାଦେଶ ମିଳିଥିଲା। ଅନ୍ୟପକ୍ଷରେ ବିଶେଷ କରି ହରିୟାଣା କ୍ଷେତ୍ରରେ ଏକ୍‌ଜିଟ୍ ପୋଲ୍ ପୁଣି ଥରେ ଭୁଲ୍ ପ୍ରମାଣିତ ହୋଇଛି। ଅଧିକାଂଶ ଏକ୍‌ଜିଟ୍ ପୋଲ୍‌ରେ କଂଗ୍ରେସର ବିପୁଳ ବିଜୟ ହେବ ବୋଲି ଆକଳନ କରାଯାଇଥିଲେ ମଧ୍ୟ ବିଜେପି କୃଷିଭିତ୍ତିକ ରାଜ୍ୟରେ ଏକ ଚମତ୍କାର ପରିବର୍ତନ କାହାଣୀ ରଚନା କରିଛି। ହରିୟାଣାରେ ଶାସକ ଦଳ ତୃତୀୟ ଥର ପାଇଁ ସରକାର ଗଢ଼ିଛି। ପୂର୍ବରୁ କେବେ ବି କୌଣସି ଦଳ ଲଗାତାର ତିନି ଥର ରାଜ୍ୟରେ କ୍ଷମତାରେ ରହି ନ ଥିଲା। ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବିଶେଷ କରି ଓବିସି ଓ ପଞ୍ଜାବୀମାନଙ୍କୁ ଏକାଠି କରିବା ପାଇଁ ବିଜେପିର ରଣନୀତି କଂଗ୍ରେସର ଜାଠ୍‌-ଦଳିତ ଓ ମୁସଲମାନଙ୍କ ଗଣିତକୁ ପ୍ରଭାବିତ କରିଥିବା ଜଣାପଡିଛି। ବିଜେପି ପାଇଁ ଉଲ୍ଲେଖନୀୟ କଥା ହେଉଛି, ପାଞ୍ଚ ମାସ ତଳେ ହୋଇଥିବା ଲୋକସଭା ନିର୍ବାଚନ ଏବଂ ଏପରିକି ପାଞ୍ଚ ବର୍ଷ ତଳେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନରେ ଉନ୍ନତି ଘଟିଛି। ୨୦୨୪ ଲୋକସଭାରେ ବିଜେପି ୫ଟି ଆସନ ହରାଇଥିବା ବେଳେ ୨୦୧୯ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତାଠାରୁ ଦୂରରେ ରହି ମାତ୍ର ୪୦ଟି ଆସନରେ ବିଜୟୀ ହୋଇଥିଲା। ଲୋକସଭା ନିର୍ବାଚନ ପରେ ପ୍ରଥମ ନିର୍ବାଚନ ହୋଇଥିବାରୁ ହରିୟାଣାରେ ବିଜେପିର ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ପାଇଁ ଉତ୍ସାହବର୍ଦ୍ଧକ ଥିଲା।

ସୌଜନ୍ୟ-ସମ୍ୱାଦ

Comments are closed.