Breaking News

ଗୁରୁବାରର ଗାଥା

କେବଳ ମାର୍ଗଶିର ମାସର ଗୁରୁବାର ନୁହେଁ; ସବୁ ଗୁରୁବାର ଲକ୍ଷ୍ମୀଙ୍କର ବାର। ଏହା ସପ୍ତାହର ପଞ୍ଚମ ବାର। ସପ୍ତାହର ପ୍ରଥମ ବାର ‘ରବି’ ସୂର୍ଯ୍ୟଙ୍କ ଅନୁସାରେ ହୋଇଥିବା ବେଳେ, ‘ସୋମ’ ଚନ୍ଦ୍ରଙ୍କ ଅନୁସାରେ ଏବଂ ‘ମଙ୍ଗଳ’ ଓ ‘ବୁଧ’ ଯଥାକ୍ରମେ...

କେବଳ ମାର୍ଗଶିର ମାସର ଗୁରୁବାର ନୁହେଁ; ସବୁ ଗୁରୁବାର ଲକ୍ଷ୍ମୀଙ୍କର ବାର। ଏହା ସପ୍ତାହର ପଞ୍ଚମ ବାର। ସପ୍ତାହର ପ୍ରଥମ ବାର ‘ରବି’ ସୂର୍ଯ୍ୟଙ୍କ ଅନୁସାରେ ହୋଇଥିବା ବେଳେ, ‘ସୋମ’ ଚନ୍ଦ୍ରଙ୍କ ଅନୁସାରେ ଏବଂ ‘ମଙ୍ଗଳ’ ଓ ‘ବୁଧ’ ଯଥାକ୍ରମେ ମଙ୍ଗଳ ଓ ବୁଧ ଗ୍ରହଙ୍କ ଅନୁସାରେ ହୋଇଛି। ବିଜ୍ଞାନ ସୂର୍ଯ୍ୟଙ୍କୁ ନକ୍ଷତ୍ର ଏବଂ ଚନ୍ଦ୍ରଙ୍କୁ ଉପଗ୍ରହ ବୋଲି କହିବା ବେଳେ, ଜ୍ୟୋତିଷଶାସ୍ତ୍ରରେ ଏମାନେ ସମସ୍ତେ ଗ୍ରହ। ସେହିପରି ବୃହସ୍ପତି ପଞ୍ଚମ ଗ୍ରହ ଏବଂ ବୃହତ୍ତମ ଗ୍ରହ। ତାହା ମହାଗ୍ରହ ବା ଗ୍ରହରାଜ। ତାହାଙ୍କ ଅନୁସାରେ ହୋଇଛି ଗୁରୁବାରର ନାମ। କାରଣ ବୃହସ୍ପତି ସୁରାଚାର୍ଯ୍ୟ ବା ଦେବତାଙ୍କର ଗୁରୁ। ସେହିପରି ଶୁକ୍ର ଓ ଶନି ଜ୍ୟୋତି‌ଷଶାସ୍ତ୍ରର ଅନ୍ୟ ଦୁଇ ଗ୍ରହଙ୍କ ନାମରେ ହୋଇଛି। କିନ୍ତୁ ବିଜ୍ଞାନ ମତରେ ଶୁକ୍ର ଏକ ନକ୍ଷତ୍ର।

ବୃହସ୍ପତିଙ୍କ ପରି ଲକ୍ଷ୍ମୀ ମଧ୍ୟ ଧନଦାତ୍ରୀ ଦେବୀ। ସେ ମଧ୍ୟ ସୁବର୍ଣ୍ଣବର୍ଣ୍ଣା। ତେଣୁ ତାଙ୍କର ଅନ୍ୟନାମ ହିରଣ୍ମୟୀ ଦେବୀ। ସେ ସୁମୁଖୀ ‌ହେଲେ ସୁବର୍ଣ୍ଣ, ଗୋ, ଅଶ୍ବ ଓ ଲୋକବଳ ପ୍ରଦାନ କରନ୍ତି ବୋଲି ‘ଋକ୍‌ବେଦ’ର ‘ଶ୍ରୀସୂକ୍ତ’ରେ କୁହାଯାଇଛି।

ଏ ପ୍ରସଙ୍ଗରେ ମନକୁ ପ୍ରଶ୍ନ ଆସେ- ଯଦି ବୃହସ୍ପତିଙ୍କ ଅନୁସାରେ ଗୁରୁବାରର ନାମକରଣ ହୋଇଛି, ଏହା କାହିଁକି ଲକ୍ଷ୍ମୀଙ୍କର ବାର?
ଜ୍ୟୋତିଷଶାସ୍ତ୍ର କହେ- ବୃହସ୍ପତି ଅଭୀଷ୍ଟବର୍ଷୀ। କାରଣ, ସେ ଦେବତାମାନଙ୍କୁ ଅଭୀଷ୍ଟଫଳ ପ୍ରଦାନ କରନ୍ତି। ତାଙ୍କର ବର୍ଣ୍ଣ ସୁବର୍ଣ୍ଣ ଓ ଲୋହିତ ଏବଂ ସେ ସୁବର୍ଣ୍ଣ ପ୍ରଦାନ କରନ୍ତି। ତେଣୁ ସେ ଧନଦାତା। ସେ ରାଶିଚକ୍ରର ପଞ୍ଚମସ୍ଥାନରେ ଅବସ୍ଥାନ କଲେ ସର୍ବଶୁଭ ହୁଏ ଏବଂ ଏକାଦଶରେ ଅବସ୍ଥାନ କଲେ ଧନ ଲାଭ ହୁଏ। ବୃହସ୍ପତିଙ୍କ ପରି ଲକ୍ଷ୍ମୀ ମଧ୍ୟ ଧନଦାତ୍ରୀ ଦେବୀ। ସେ ମଧ୍ୟ ସୁବର୍ଣ୍ଣବର୍ଣ୍ଣା। ତେଣୁ ତାଙ୍କର ଅନ୍ୟନାମ ହିରଣ୍ମୟୀ ଦେବୀ। ସେ ସୁମୁଖୀ ‌ହେଲେ ସୁବର୍ଣ୍ଣ, ଗୋ, ଅଶ୍ବ ଓ ଲୋକବଳ ପ୍ରଦାନ କରନ୍ତି ବୋଲି ‘ଋକ୍‌ବେଦ’ର ‘ଶ୍ରୀସୂକ୍ତ’ରେ କୁହାଯାଇଛି। ବୃହସ୍ପତିଙ୍କ ପରି ସେ ମଧ୍ୟ ବରଦାୟିନୀ। ସେ ଶ୍ରୀ ଓ ଐଶ୍ବର୍ଯ୍ୟ ପ୍ରଦାୟିନୀ। ବୃହସ୍ପତି ଯେପରି ପ୍ରତିକୂଳ ସ୍ଥାନରେ ଅବସ୍ଥାନ କଲେ ଅଶୁଭଫଳ ପ୍ରଦାନ କରନ୍ତି, ସେହିପରି ଲକ୍ଷ୍ମୀ ପ୍ରତିକୂଳ ହେଲେ ଅନ୍ନ, ଜଳ, ବସ୍ତ୍ର ଓ ବାସଗୃହ ଆଦି ମିଳେ ନାହିଁ। ସମ୍ଭବତଃ ଏହିସବୁ ଦୃଷ୍ଟିରୁ ସପ୍ତାହର ଗୁରୁବାର ବୃହସ୍ପତି ଏବଂ ଦେବୀ ଲକ୍ଷ୍ମୀଙ୍କ ସହ ସଂପର୍କିତ। ତେବେ ‘ନୃସିଂହ ପୁରାଣ’ ଅନୁସାରେ, ଲକ୍ଷ୍ମୀଙ୍କର ଆଉ ଏକ ଗୁରୁତ୍ବପୂର୍ଣ୍ଣ ସଂପର୍କ ଅଛି ଗୁରୁବାର ସହିତ। ତାହା ଅନୁସାରେ- ବିଛା (ମାର୍ଗଶିର) ମାସ ଶୁକ୍ଳ ଦଶମୀ ଗୁରୁବାର ହେଉଛି ଲକ୍ଷ୍ମୀଙ୍କର ଆବିର୍ଭାବ ଦିବସ।

ସୌଜନ୍ୟ-ସମ୍ୱାଦ

Comments are closed.