Breaking News

ସୁଭାଷିତ: ଲକ୍ଷ୍ମୀ; ବିଷ୍ଣୁଦେହାର୍ଦ୍ଧଧାରିଣୀ

ଆମ ଶାସ୍ତ୍ର ଗ୍ରନ୍ଥରେ ଓ ମୂର୍ତ୍ତିକଳା‌େର ଶିବ-ପାର୍ବତୀଙ୍କର ମିଳିତ ତନୁ ଅର୍ଦ୍ଧନାରୀଶ୍ବର ମୂର୍ତ୍ତି ରହିଛି। ମହାକବି କାଳିଦାସ ଶବ୍ଦ ଓ ଅର୍ଥକୁ ପାର୍ବତୀ-ପରମେଶ୍ବରଙ୍କର ମିଳିତମୂର୍ତ୍ତି ସହିତ ମଧ୍ୟ ତୁଳନା କରିଛନ୍ତି। ଗୋଟିଏ ପଟେ ସୂର୍ଯ୍ୟ ଅସ୍ତଯାଇଥିବା ଏବଂ ଅନ୍ୟପଟେ ଜହ୍ନ...

‘‘ସମସ୍ତ ଜଗତାଂ ଯାଂ ଶ୍ରୀଃ ସୃଷ୍ଟିସ୍ଥିତିବିନାଶକୃତ୍‌।
ବୈଷ୍ଣବୀ ଶକ୍ତିରତୁଳା ବିଷ୍ଣୁ ଦେହାର୍ଦ୍ଧଧାରିଣୀ।’’
-ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟମ୍‌, ୩୮/୨

ଆମ ଶାସ୍ତ୍ର ଗ୍ରନ୍ଥରେ ଓ ମୂର୍ତ୍ତିକଳା‌େର ଶିବ-ପାର୍ବତୀଙ୍କର ମିଳିତ ତନୁ ଅର୍ଦ୍ଧନାରୀଶ୍ବର ମୂର୍ତ୍ତି ରହିଛି। ମହାକବି କାଳିଦାସ ଶବ୍ଦ ଓ ଅର୍ଥକୁ ପାର୍ବତୀ-ପରମେଶ୍ବରଙ୍କର ମିଳିତମୂର୍ତ୍ତି ସହିତ ମଧ୍ୟ ତୁଳନା କରିଛନ୍ତି। ଗୋଟିଏ ପଟେ ସୂର୍ଯ୍ୟ ଅସ୍ତଯାଇଥିବା ଏବଂ ଅନ୍ୟପଟେ ଜହ୍ନ ଉଦିତ ହେଉଥିବା ଆକାଶର ରଙ୍ଗକୁ କବିବର ରାଧାନାଥ ରାୟ ବ୍ୟୋମ (ଆକାଶ)ର ଈଶ୍ବର-ପାର୍ବତୀ ମୂର୍ତ୍ତି ବୋଲି ମଧ୍ୟ କହିଛନ୍ତି। କିନ୍ତୁ ଆମ ଶାସ୍ତ୍ରଗ୍ରନ୍ଥମାନଙ୍କରେ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ଅର୍ଦ୍ଧନାରୀଶ୍ବର ମୂର୍ତ୍ତିର ବର୍ଣ୍ଣନା କ୍ବଚିତ୍‌ ପରିଲକ୍ଷିତ ହୁଏ।

ଶ୍ରୀମନ୍ଦିରର ଶୟନ ନୀତିରେ କିନ୍ତୁ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ଅର୍ଦ୍ଧନାରୀଶ୍ବର ମୂର୍ତ୍ତିର ଉପଯୋଗ ହୋଇଥାଏ। ଏହି ଶୟନ ପ୍ରତିମା ଜଗନ୍ମାତା ଲକ୍ଷ୍ମୀ ଓ ଜଗତ୍‌ପିତା ନାରାୟଣଙ୍କର ମିଳିତ ତନୁ। ଏହା ଏକ ଯୁଗ୍ମ ବିଗ୍ରହ। ଏହି ଅଷ୍ଟଭୁଜ ବିଶି‌ଷ୍ଟ ସୁବର୍ଣ୍ଣ ପ୍ରତିମାଙ୍କର ବାମପାର୍ଶ୍ବ ନାରାୟଣ ଓ ଦକ୍ଷିଣପାର୍ଶ୍ବ ଲକ୍ଷ୍ମୀ। ବାମପାର୍ଶ୍ବର ଚତୁର୍ଭୁଜରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଏବଂ ଦକ୍ଷିଣପାର୍ଶ୍ବର ଚତୁର୍ଭୁଜରେ ପଦ୍ମ, ପାଶ, ଅଙ୍କୁଶ ଓ ଅମୃତକୁମ୍ଭ ପରିଲକ୍ଷିତ ହୁଏ। ଏ ପ୍ରସଙ୍ଗରେ ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟମ୍’ର ଉପରୋକ୍ତ ସୁଭାଷିତର ‘ବିଷ୍ଣୁ ଦେହାର୍ଦ୍ଧଧାରିଣୀ’ ତାତ୍ପର୍ଯ୍ୟପୂର୍ଣ୍ଣ। ଏଥିରେ ଜୈମିନୀ ଋଷି ଅନ୍ୟ ମୁନିମାନଙ୍କୁ କହିଛନ୍ତି- ହେ ମୁନିଗଣ! କମଳା ବା ଲକ୍ଷ୍ମୀ ହେଉଛନ୍ତି ଅଦ୍ବିତୀୟା ବୈଷ୍ଣବୀଶକ୍ତି। ସେ ନିଖିଳ ଜଗତର ଆଦିକାରଣ। ସେ ସୃଷ୍ଟି-ସ୍ଥିତି-ପ୍ରଳୟକାରିଣୀ ଏବଂ ବିଷ୍ଣୁଦେହାର୍ଦ୍ଧଧାରିଣୀ।

ସୌଜନ୍ୟ-ସମ୍ୱାଦ

Comments are closed.