Breaking News

କଥାଟିଏ-ଯାଯାବର: ଈଶ୍ବର ଭରସା

ଜଣେ ପର୍ବତାରୋହୀଙ୍କୁ ଯେତେବେଳେ ପଚରାଗଲା ଉଚ୍ଚ ପର୍ବତାରୋହଣ କରୁଥିବା ବେଳେ ଅତ୍ୟନ୍ତ କଠିନ ପରିସ୍ଥିତିରେ ଏବଂ ଟିକିଏ ଭୁଲ ହେଲେ ପ୍ରାଣ ଯିବାର ସମସ୍ତ ସମ୍ଭାବନା କାଳରେ କ’ଣ ମନେ ହୋଇଥାଏ?

ଜଣେ ପର୍ବତାରୋହୀଙ୍କୁ ଯେତେବେଳେ ପଚରାଗଲା ଉଚ୍ଚ ପର୍ବତାରୋହଣ କରୁଥିବା ବେଳେ ଅତ୍ୟନ୍ତ କଠିନ ପରିସ୍ଥିତିରେ ଏବଂ ଟିକିଏ ଭୁଲ ହେଲେ ପ୍ରାଣ ଯିବାର ସମସ୍ତ ସମ୍ଭାବନା କାଳରେ କ’ଣ ମନେ ହୋଇଥାଏ?
ସେ କହିଲେ- ମନେ ହୁଏ ଯେ କେବଳ ଈଶ୍ବର ହିଁ ଭରସା। କିନ୍ତୁ ସେ ଭରସା ବି ରହେନାହିଁ। ତା ପରେ ସେ କହିଲେ ଏହି କଥାଟି!
ଜଣେ ପର୍ବତାରୋହୀ ଥିଲେ। ଶୃଙ୍ଗ ପହଞ୍ଚିବାକୁ ଅଳ୍ପ ବାଟ ଥାଏ, ଆରମ୍ଭ ହେଲା ତୁଷାର ଝଡ଼। ସଂଧ୍ୟା ଘୋଟି ଆସୁଥାଏ। ସେ ତତ୍‌କ୍ଷଣା‌ତ୍‌ ନିଷ୍ପତ୍ତି ନେଳେ ଯେ ତଳକୁ ‘ବେସ କ୍ୟାଂପ’କୁ ଓହ୍ଲାଇଯିବେ, ପର ଦିନ ପୁଣି ପ୍ରୟାସ କରିବେ। ସୁତରାଂ, ସେ ଓହ୍ଲାଇବାକୁ ଲାଗିଲେ।
ଖୁବ୍‌ ଶୀଘ୍ର ଅନ୍ଧକାର ଘୋଟି ଆସିଲା। ଦୁର୍ଯୋଗକୁ ତାଙ୍କ ଗୋଡ଼ ଖସିଗଲା। ସେ ଅତି ବିପଜ୍ଜନକ ଭାବେ ତାଙ୍କ ଅଣ୍ଟାରେ ବନ୍ଧା ଦଉଡ଼ିରେ ଝୁଲି ରହିଲେ। ଅନ୍ଧାରରେ କିଛି ଦିଶୁ ନ ଥାଏ। ସେ ଈଶ୍ବରଙ୍କୁ ଡାକିଲେ।
ତାଙ୍କୁ ହଠାତ୍‌ ଏକ ସ୍ବର ଶୁଣାଗଲା। ତାହା କହୁଥିଲା- ପାଖ‌େର ଥିବା ଛୁରୀ ଦ୍ବାରା ଦଉଡ଼ିଟି କାଟି ଦିଅ।
ଥରେ ମାତ୍ର ଶୁଭିଥିବା କଥାକୁ ସେ ସନ୍ଦେହ କଲେ। ଏହା ମାନସିକ ଭ୍ରମ ନୁହେଁ ତ? ଦଉଡ଼ିଟି କାଟି ଦେବାର ଅର୍ଥ କେଉଁ ଅତଳ ତଳେ ଖସି ପଡ଼ିବା। ତେଣୁ ସ୍ବାଭାବିକ ଭାବେ ଦଉଡ଼ି କାଟିବାକୁ‌ ସେ ସାହସ କଲେ ନାହିଁ। ରାତି ସାରା ଝୁଲି ରହିଲେ। ସକାଳେ ଦେଖିଲା ବେଳକୁ ସେ ପ୍ରବଳ ଶୀତରେ ମୁମୂର୍ଷୁ ଏବଂ ତାଙ୍କ ଠାରୁ ମାତ୍ର ଦେଢ଼ ଫୁଟ ତଳେ ବେସ୍ କ୍ୟାଂପର ସମତଳ ଭୂମି!
ଅନେକ ଦିନ ଚିକିତ୍ସା ପରେ ସେ ସୁସ୍ଥ ହେଲେ ଏବଂ ଏହି ଅନୁଭୂତିଟି କହିଲେ।
ପର୍ବତାରୋହୀମାନେ ଭଗବାନଙ୍କୁ ଭରସା କରି ଉଚ୍ଚ ଶୃଙ୍ଗ ଆରୋହଣ କରନ୍ତି ସତ, କିନ୍ତୁ ଅସଲ ବେଳେ ସେ ଭରସା ଉପରେ ମଧ୍ୟ ଭରସା ପାଇ ନ ଥାଏ।

ସୌଜନ୍ୟ-ସମ୍ୱାଦ

Comments are closed.