Breaking News

୪% ମହଙ୍ଗା ହେବ ମାରୁତି କାର୍‌, ଜାନୁଆରି ପହିଲାରୁ ଲାଗୁ ହେବ ବର୍ଦ୍ଧିତ ଦର

ନୂଆଦିଲ୍ଲୀ,୦୭/୧୨: ହ୍ୟୁଣ୍ଡାଇ ମାଟର ଇଣ୍ଡିଆ ପରେ ଏବେ ଦେଶର ପ୍ରମୁଖ କାର୍‌ କମ୍ପାନି ମାରୁତି ସୁଜୁକି ଆସନ୍ତା ମାସରୁ କାର୍‌ ମୂଲ୍ୟ ବଢ଼ାଇବା ଲାଗି ଘୋଷଣା କରିଛି । କମ୍ପାନି ପ୍ରସ୍ତୁତ କରୁଥିବା ଏହାର ସମ୍ପୂର୍ଣ୍ଣ ଲାଇନ୍‌ଅପ୍‌ରେ ମଡେଲ ଗୁଡିକ ଉପରେ ୪% ଯାଏ ବଢ଼ିବ ଦର । ବର୍ଦ୍ଧିତ ଦର ଜାନୁଆରି ପହିଲାରୁ ଲାଗୁ ହେବ ।

ଷ୍ଟକ ବଜାର ଫାଇଲିଂରେ କମ୍ପାନି ଏ ନେଇ ସୂଚନା ଦେଇଛି । ଗୁରୁବାର ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ନୂଆ ବର୍ଷରୁ ଏହାର ସବୁ ମଡେଲ ଦର ୨୫ ହଜାର ଟଙ୍କା ଯାଏ ବଢ଼ାଇବାକୁ ଘୋଷଣା କରିଥିଲା । ଏହାବାଦ ମର୍ସିଡିଜ ବେଞ୍ଜ, ବିଏମ୍‌ଡବ୍ଲ୍ୟୁ, ଅଡି ଭଳି କାର୍‌ ଗୁଡିକ ନୂଆ ବର୍ଷରୁ ମହଙ୍ଗା ହେବ ବୋଲି ଜଣାପଡିଛି।

ସୌଜନ୍ୟ-ପ୍ରମେୟ

Comments are closed.