Breaking News

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ବୟାନ, କହିଲେ ଦେଶର ଚାଷୀ ଓ ଶ୍ରମିକଙ୍କ ଅବସ୍ଥା ଭଲ ନାହିଁ…

ଅମୃତସର ୦୯/୧୨: ଦେଶର ଚାଷୀ ଓ ଶ୍ରମିକଙ୍କ ଅବସ୍ଥା ଭଲ ନାହିଁ । ଅର୍ଥନୀତି ମଜଭୁତ କରିବାକୁ ହେଲେ ଗାଁ, ଗରିବ, ଚାଷୀ, ଶ୍ରମିକ, କୃଷି ଓ ଜଙ୍ଗଲ କ୍ଷେତ୍ରର ସମୃଦ୍ଧ କରାଯିବା ଆବଶ୍ୟକ । ଜଙ୍ଗଲ ଆଧାରିତ ଶିଳ୍ପାୟନକୁ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

ଅମୃତସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି ଦେଶର ବିକାଶରେ କୃଷିକ୍ଷେତ୍ର ଓ ଏହା ସହ ଜଡିତ କ୍ଷେତ୍ରର ଅବଦାନ ରହିଛି ୧୨ରୁ ୧୪% । ୨୨ରୁ ୨୪% ଅଭିବୃଦ୍ଧି ନିର୍ମାଣ ଏବଂ ୫୨ରୁ ୫୪% ଅଭିବୃଦ୍ଧି ସେବା କ୍ଷେତ୍ରରୁ ଆସିଥାଏ । ଗାନ୍ଧିଜୀ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ କରିବା ବେଳେ ଦେଶର ୯୦% ଲୋକ ଗାଁରେ ବସବାସ କରୁଥିଲେ । ବର୍ତ୍ତମାନ ଗାଁରୁ ୩୦% ଲୋକ ସହରରେ ରହୁଛନ୍ତି । ଭଲ ଘର ଓ ସୁବିଧା ନଥିବାରୁ ସେମାନେ ସହରକୁ ଚାଲି ଆସୁଛନ୍ତି । କିନ୍ତୁ ସହରକୁ ଆସିବା ପରେ ଝୁମ୍ପୁଡି ଘରେ ରହୁଛନ୍ତି । ଗଡକରୀ ଆହୁରି କହିଛନ୍ତି କୃଷିକ୍ଷେତ୍ରରେ ନୂଆ ଜ୍ଞାନକୌଶଳର ଉପଯୋଗ ହେଉଛି । ଯଦି ଗାଁର ବିକାଶ କରିବାକୁ ଚାହୁଁଛେ ତେବେ ଚାଷୀଙ୍କୁ ପ୍ରାଥମିକତା ଦେବାକୁ ହେବ । ଏହା ଅବଶ୍ୟ କଠିନ, କିନ୍ତୁ ଅସମ୍ଭବ ନୁହେଁ । ଚାଷୀ ବର୍ତ୍ତମାନ କେବଳ ଅନ୍ନଦାତା ହୋଇ ରହିନାହାନ୍ତି, ସେମାନେ ଶକ୍ତିଦାତା ଓ ଇନ୍ଧନଦାତା ମଧ୍ୟ ହୋଇଗଲେଣି।

ସୌଜନ୍ୟ-ପ୍ରମେୟ

Comments are closed.