Breaking News

ରାଜଧାନୀରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିବା ଘଟଣା, ଆୟକର ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ଭୁବନେଶ୍ବର,୧୧।୧୨ : ରାଜଧାନୀରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ ଘଟଣାର ଆୟକର ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଏହି ଘଟଣାରେ ସିବିଆଇ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ନେଇ ଆୟକର ବିଭାଗ ତଦନ୍ତ କରିବ। ସିବିଆଇ ପାଖରୁ ତଥ୍ୟ ନେଇ ଟିକସ ଫାଙ୍କିବା ଉପରେ ତଦନ୍ତ କରୁଛି ଆୟକର ବିଭାଗ।ସିବିଆଇ ଜବତ କରିଥିବା କାଗଜପତ୍ର କୁ ଯାଞ୍ଚ କରୁଛି ଆୟକର ଟିମ ।ତିନି ଅଭିଯୁକ୍ତଙ୍କ କଳାଧନର ଗୁମର ଖୋଲିବାକୁ ଚେଷ୍ଟା କରୁଛି ଆୟକର ବିଭାଗ।

ଭୁବନେଶ୍ବରର ଏକ ହୋଟେଲ ନିକଟରେ ଏକ ଦାମୀ କାର ଭିତରେ ଲାଞ୍ଚ କାରବାର ପାଇଁ ଡିଲ ଚାଲିଥିବା ବେଳେ ସିବିଆଇ ଚଢାଉ କରିଥିଲା। କାରରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏଥିସହ କେନ୍ଦ୍ରିୟ ସରକାରୀ ଉଦ୍ୟୋଗ ବ୍ରିଜ ଆଣ୍ଡ ରୁଫ କୋର ଡିଜିଏମ ଚଞ୍ଚଲ ମୁଖାର୍ଜି, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା। ଦେଢଶହ କୋଟିର ଏକ ଟେଣ୍ଡର ହାତେଇବାକୁ ଡିଲ ବେଳେ ଏମାନଙ୍କୁ ସିବିଆଇ ଧରିଥିଲା । ଏପରିକି ଦେବଦତ୍ତଙ୍କ ବିଲଡର ଅଫିସକୁ ସିଲ କରିଛି ସିବିଆଇ।। ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ଆାଣିଥିଲା ସିବିଆଇ। ରିମାଣ୍ଡ ଅବଧୀ ସରିଯିବାରୁ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରିଛି ସିବିଆଇ । ୩ ଅଭିଯୁକ୍ତଙ୍କୁ ପୁଣିଥରେ ରିମାଣ୍ଡ ପାଇଁ କୋର୍ଟରେ ସିବିଆଇ ଆବେଦନ କରିଛି।

ସୌଜନ୍ୟ-ପ୍ରମେୟ

Comments are closed.